ଜାପାନରେ ଓଡ଼ିଆ ମନୋବିଜ୍ଞାନୀ ଶୀତଲ

କଟକ ଅଫିସ, ୧୩।୭: ଅନେକ ଓଡ଼ିଆ ନିଜ ପ୍ରତିଭା ବଳରେ ଦେଶବିଦେଶରେ ନାମ ଅର୍ଜନ କରୁଛନ୍ତି। ଶିକ୍ଷକମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ସହ ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ ଜାପାନ ସରକାରଙ୍କ ଶିକ୍ଷା ବିଭାଗର ନିମନ୍ତ୍ରଣ କ୍ରମେ ଓଡ଼ିଆ ମନୋବିଜ୍ଞାନୀ ଶୀତଲ ଜେଠୀ ଗତ ୮ ତାରିଖରେ ସେଠାକୁ ଯାଇଛନ୍ତି। କୋମଳମତି ଶିଶୁଙ୍କୁ କିପରି ସହଜ ଓ ସରଳ ଉପାୟରେ ଜ୍ଞାନ ପ୍ରଦାନ କରିହେବ ସେନେଇ ସେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଚାଲିଛନ୍ତି।
ଶିଶୁ ଓ ଶିକ୍ଷକଙ୍କ ମନସ୍ତାତ୍ତ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ସେ ଅନେକ ସନ୍ଦର୍ଭ ଲେଖିଛନ୍ତି ା ସେ ୟାମାନାସୀ ୟୁନିଭର୍ସିଟି ଓ ଟୋକିଓରେ ତାଙ୍କର ଅର୍ଜିତ ଜ୍ଞାନ ଓ ଅଭିଜ୍ଞତାକୁ ଶିକ୍ଷକମାନଙ୍କୁ ପ୍ରଦାନ କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ା ପିଲାଟି ଦିନରୁ ଶିଶୁଙ୍କ ପ୍ରତି ଥିବା ଆଗ୍ରହ ତାଙ୍କୁ ବିକାଶ ଦିଗରେ ଆଗେଇ ନେଇଛି। ଓଡ଼ିଶାରେ ଏମ୍‌ବିଏ ଡିଗ୍ରୀ ଅର୍ଜନ କରିଥିବା ଶୀତଲ ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁ ଯାଇ ଶିଶୁ ମନୋବିଜ୍ଞାନରେ ବହୁ ଜ୍ଞାନ ଅର୍ଜନ କରିଥିଲେ ା ତାଙ୍କ ଲିଖିତ ସନ୍ଦର୍ଭମାନ ଅନେକ ଶିକ୍ଷାବିତ୍‌ଙ୍କ ଦ୍ୱାରା ପ୍ରଶଂସା ଲାଭ କରିଛି ା କଟକ ଡଗରପଡ଼ା ନିବାସୀ ଆର୍ଟିଷ୍ଟ ଶାରଦା ଚରଣ ଜେଠୀ ଓ ଲେଖିକା ଲଳିତା ସାହୁଙ୍କ ଜ୍ୟେଷ୍ଠା କନ୍ୟା ଶୀତଲ ା ତାଙ୍କ ସ୍ବାମୀ ଦିବଂଗତ ଶ୍ଳୋକ ଆର୍ଯ୍ୟଙ୍କ ଗତ ବର୍ଷ କରୋନା ମହାମାରୀରେ ମାତ୍ର ୪୩ ବର୍ଷରେ ପରଲୋକ ଘଟିଥିଲା ା ଶ୍ଳୋକ ଜଣେ ବୈଜ୍ଞାନିକ ଥିଲେ। ସ୍ବାମୀଙ୍କୁ ହରାଇଥିବା ଶୀତଲ ଦୁଃଖରେ ଭାଙ୍ଗି ନ ଯାଇ ୧୦ ବର୍ଷର ପୁଅ ଏବଂ ବୃଦ୍ଧ ମାତାପିତାଙ୍କ ପାଇଁ ଆଗକୁ ବଢ଼ିବା ଲାଗି ଦୃଢ଼ମନା ହୋଇଥିଲେ। ନିରନ୍ତର ଅଧ୍ୟବସାୟ ଓ ଶିଶୁ ମନୋବିଜ୍ଞାନ ଉପରେ ଗବେଷଣା ତାଙ୍କୁ ବହୁ ଉଚ୍ଚ ସ୍ଥାନକୁ ନେଇ ପହଞ୍ଚାଇପାରିଛି ା ଝିଅର ଏପରି କାର୍ଯ୍ୟ ପାଇଁ ବାପା ଶାରଦା ନିଜେ ଗର୍ବିତ ବୋଲି କହିଛନ୍ତି। କାରଣ କଟକରେ ତାଙ୍କୁ ସମସ୍ତେ ଶୀତଲଙ୍କ ବାପା ନାମରେ ଡାକୁଛନ୍ତି ା ଝିଅ ନାମରେ ସେ ଅଧିକ ପରିଚିତ ହେଉଛନ୍ତିି ା ଏହାଠାରୁ ଗର୍ବର ବିଷୟ ଜଣେ ବାପାଙ୍କ ପାଇଁ ଆଉ କିଛି ନାହଁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri