ମାର୍ଶାଘାଇ, ମହାକାଳପଡ଼ା, ପାଟକୁରାରେ ପ୍ରତିଷ୍ଠା ହେବ କୋର୍ଟ

କେନ୍ଦ୍ରାପଡ଼ା ଅଫିସ,୧୦।୭: ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ରାଜ୍ୟର ୩୮ଟି ନୂତନ କୋର୍ଟ ପାଇଁ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଗତ ୫ ତାରିଖରେ ଆକାଉଣ୍ଟ ଜେନେରାଲଙ୍କୁ ଚିଠି (ନଂ- ଆଇଜେ-୬୧/ ୨୦୨୧- ୭୫୦୨) ହୋଇଛି ା ଏହି ଚିଠିରେ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇ, ମହାକାଳପଡା ଓ ଗରଦପୁର ବ୍ଲକ ପାଟକୁରାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି ା ତେବେ ରାଜକନିକା ବ୍ଲକ ଅଞ୍ଚଳରେ କୋର୍ଟ ସ୍ଥାପନ ଦାବି ରହିଛି ା ଏଥିସହିତ ପଟ୍ଟାମୁଣ୍ଡାଇ, ମାର୍ଶାଘାଇ ଓ ରାଜକନିକାକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ସ୍ବର ଉଠିଛି ା ଗତ ମେ’ ଶେଷ ସୁଦ୍ଧା ଜିଲାରେ ୫୫୫୭୨ ମାମଲା ପଡିରହିଛି ା କୋର୍ଟ ପ୍ରତିଷ୍ଠା ହେଲେ ଉପରୋକ୍ତ ମାମଲାର ଶୀଘ୍ର ଶୁଣାଣି ହେବ ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି ା
ତଥ୍ୟ ଅନୁଯାୟୀ ଜିଲାରେ ୧୭୯୨୯ ଦେୱାନୀ ଓ ୩୭୭୪୩ ଫୌଜଦାରି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି ା ଏହି ମାମଲା ମଧ୍ୟରୁ ୯୫୫୮ ଦେୱାନୀ ଓ ୧୭୭୫୦ ଫୌଜଦାରି ମାମଲା ଗତ ୫ ବର୍ଷ ଧରି ଚାଲିଛି ା ଏଥିସହିତ ପାରିବାରିକ ଓ ବାଣିଜି୍ୟକ ମାମଲା ରହିଛି ା ଗତ ମେ’୨ରେ ଜିଲାରେ ବାଣିଜି୍ୟକ କୋର୍ଟ ସ୍ଥାପନ ହେବ ବୋଲି ଘୋଷଣା ହୋଇଛି ା ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ହେଉଛି ବିଚାର ବିଭାଗ ା ଯେଉଁଠି ସମସ୍ତ ବ୍ୟବସ୍ଥା ଫେଲ ମାରେ ସାଧାରଣ ଲୋକେ ବିଚାର ବିଭାଗର ଦ୍ୱାରସ୍ଥ ହୋଇଥାନ୍ତି ା ତେବେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ହେଉଥିବା ବିଳମ୍ବ ସାମାଜିକ ଜୀବନକୁ ବ୍ୟତିବ୍ୟସ୍ତ କରାଉଛି ା ମାର୍ଶାଘାଇ, ଗରଦପୁର ଓ ମହାକାଳପଡ଼ାରେ କୋର୍ଟ ସ୍ଥାପନ ଦ୍ୱାରା ମାମଲାଗୁଡିକର ଶୁଣାଣି ଶୀଘ୍ର ହେବ ା ଦେୱାନୀ ମାମଲାରେ ପଡି ଚାଷୀ ସ୍ବତ୍ୱ ସାବ୍ୟସ୍ତ ହୋଇପାରୁ ନ ଥିବାରୁ କ୍ଷେତ ପଡିଆ ପଡୁଛି ା ସେହିପରି ଫୌଜଦାରି ମାମଲାର ଶୁଣାଣି ହୋଇ ଫଇସଲା ହେବା ଆବଶ୍ୟକ ା ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରିଆ କହିଛନ୍ତି, ଜିଲାରେ ମାମଲା ସଂଖ୍ୟା ବଢ଼ି ଚାଲିଛି ା ଭୌଗୋଳିକ ଦୃଷ୍ଟିକୋଣରୁ ରାଜକନିକା ଜିଲାର ବୃହତ୍‌ ଅଞ୍ଚଳ ହୋଇଥିଲେ ମଧ୍ୟ ସେଠାରେ ଜେଏମ୍‌ଏଫ୍‌ସି କୋର୍ଟ ନାହିଁ ା ଏଥିସହିତ ରାଜକନିକାକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଆସୁଛି ା ଏହାକୁ ନେଇ ଜିଲା ପ୍ରଶାସନ, ଆରଡିସି, ରାଜ୍ୟ ସରକାରଙ୍କ ଆଇନ ଓ ରାଜସ୍ବ ବିଭାଗକୁ ଦାବିପତ୍ର ଦିଆଯାଇଛି ା ଏବେ ରାଜକନିକା ବ୍ୟତୀତ ଅନ୍ୟ ସବୁ ଅଞ୍ଚଳରେ କୋର୍ଟ ସ୍ଥାପନ ହେବା ପରେ ସ୍ଥାନୀୟ ଲୋକମାନେ ନ୍ୟାୟ ପାଇବାରେ ପଛୁଆ ହେବା ଆଶଙ୍କା ସୃଷ୍ଟି ହୋଇଛି ା ଏହାକୁ ନେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ମତ ଦେଇଛନ୍ତି ା ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ତୃଣମୂଳସ୍ତରରେ ତ୍ୱରିତ ଶାସନ ବ୍ୟବସ୍ଥା ଓ ଉନ୍ନୟନ କାର୍ଯ୍ୟ ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣର ଆବଶ୍ୟକତା ଅଛି ା ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୩ରେ ରାଜ୍ୟର ୧୩ ଜିଲାକୁ ୩୦ ଜିଲାକୁ ପରିବର୍ତ୍ତନ କରିଥିଲେ ା ଏହିନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫୮ରୁ ଶତାଧିକ ସବ୍‌ଡିଭିଜନରେ ପରିଣତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ା ଜିଲାର ପଟ୍ଟାମୁଣ୍ଡାଇ ସହିତ ମାର୍ଶାଘାଇକୁ ସବ୍‌ଡିଭିଜନର ମାନ୍ୟତା ମିଳିଲେ ତ୍ୱରିତ ସେବା ମିଳିପାରିବ ା ରାଜନଗର, ରାଜକନିକା, ଆଳି ଓ ପଟ୍ଟାମୁଣ୍ଡାଇର କେନ୍ଦ୍ରାଞ୍ଚଳ ଭାବେ ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ମାନ୍ୟତା ମିଳିଲେ ପ୍ରାୟ ୭ ଲକ୍ଷ ଅଧିବାସୀ ଉପକୃତ ହେବେ ା ସେହିପରି ପ୍ରାୟ ୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାର୍ଶାଘାଈ, ମହାକାଳପଡ଼ା ଓ ଗରଦପୁର ବ୍ଲକ୍‌କୁ ନେଇ ମାର୍ଶାଘାଈ ସବ୍‌ଡ଼ିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି ା ସବ୍‌ଡ଼ିଭିଜନ ପ୍ରତିଷ୍ଠା ପାଇଁ ମାର୍ଶାଘାଈଠାରେ ପର୍ଯ୍ୟାପ୍ତ ସ୍ଥାନ ସହିତ ଭିତିଭୂମି ଥିବା ସେ ଦାବି କରିଛନ୍ତି ା ତାଙ୍କର ଏହି ଦାବିକୁ ସ୍ଥାନୀୟ ଅଞ୍ଚଳର କୈଳାସ ଚନ୍ଦ୍ର ବେହେରା, ପ୍ରମୋଦ ରଥ , ସଞ୍ଜୟ ଲେଙ୍କା, ବିଭ୍ରାଂଶୁ ଲେଙ୍କା, ମାଧବ ନାୟକ, ଚନ୍ଦ୍ରମଣି ସାହୁ, ଅଶୋକ ମହାପାତ୍ର ପ୍ରମୁଖ ସମର୍ଥନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri