ଧାରଣା ଭାଙ୍ଗିବାକୁ ପୋଲିସର ବଳପ୍ରୟୋଗ

ଭୁବନେଶ୍ୱର,୯।୭ (ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ଶୁକ୍ରବାର ୭ ଦିନ ବିତିଛି। ଘଟଣା ପରଠାରୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଙ୍ଗଠନ ସଦସ୍ୟଙ୍କ ସହ ରୁଚିକାଙ୍କ ପରିବାର ଲୋକ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ହେଲେ ଏପର୍ଯ୍ୟନ୍ତ କମିଶନରେଟ ପୋଲିସ ସୁଇସାଇଡ୍‌ ନୋଟରେ ଉଲ୍ଲେଖ ଥିବା ୩ ସିନିୟରଙ୍କୁ ଧରିପାରି ନାହିଁ। କେବଳ ତଦନ୍ତ ନାଁରେ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ କଲେଜ ସାମ୍ନାରେ ଦିଆଯାଇଥିବା ଧାରଣାକୁ ପୋଲିସ ବଳପ୍ରୟୋଗ କରି ଭାଙ୍ଗିବାକୁ ଉଦ୍ୟମ ଆରମ୍ଭ କରିଛି। ଶୁକ୍ରବାର ସାରେ ତଦନ୍ତ ଦାୟିତ୍ୱରେ ଥିବା ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ, ବଡ଼ଗଡ଼ ଥାନାଧିକାରୀ ବିଶ୍ୱରଞ୍ଜନ ସେନାପତି ଏବଂ ଅନ୍ୟ ଅଧିକାରୀମାନେ ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ। ଏଥିସହ ଧାରଣାରୁ ଉଠିଯିବାକୁ ଅନୁରୋଧ କରିଥିଲେ। ହେଲେ ସେମାନେ ନ ଉଠିବାରୁ ପୋଲିସ ଆନ୍ଦୋଳନକାରୀଙ୍କୁ ବଳପ୍ରୟୋଗ କରି ଉଠାଇନେବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛିସମୟ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ନବନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ୱାଇସିଏସ୍‌)ର ରାଜ୍ୟ ସଂଯୋଜକ ଏମ୍‌.ଡି. ମନୱର ଅଲ୍ଲୀଙ୍କ ସମେତ ୬ରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା। ଅନ୍ୟପଟେ ରୁଚିକାଙ୍କ ମା’ ବିଦ୍ୟୁତ୍‌ପ୍ରଭାଙ୍କୁ ଧାରଣାରୁ ଉଠିଯିବାକୁ ନିବେଦନ କରାଯାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। କଲେଜ ଫାଟକ ସାମ୍ନାରେ ପରିବାରର ଅନ୍ୟ ସଦସ୍ୟ ଓ ଏଆଇଏସ୍‌ଏଫ୍‌ ରାଜ୍ୟ ସଭାପତି ସଂଘମିତ୍ରା ଜେନା ପ୍ରମୁଖଙ୍କ ସହ ବସି ରହିଥିଲେ। ସମ୍ପୃକ୍ତ ୩ ସିନିୟରଙ୍କୁ ଗିରଫ ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେନି ବୋଲି ରୁଚିକାଙ୍କ ମା’ ପୋଲିସକୁ କହିଥିଲେ। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଏନ୍‌ୱାଇସିଏସ୍‌ ରାଜ୍ୟ ସଂଯୋଜକ ଏମ୍‌ଡି ମନୱର ଅଲ୍ଲି, ସଦସ୍ୟ ସଚିନ ରାଉତ, ମନରୋଞ୍ଜନ ରାଉତ ଏବଂ ଏଆଇଏସ୍‌ଏଫ୍‌ ସଦସ୍ୟ ଶୁଭ୍ରଜିତ୍‌ ବେହେରା ଓ ଶାଶ୍ୱତ ପତିଙ୍କ ସମେତ ୫ ଜଣଙ୍କୁ ଜୟଦେବ ବିହାରସ୍ଥିତ କମିଶନରେଟ ପୋଲିସର ରିଜର୍ଭ ଅଫିସରେ ଅଟକ ରଖାଯାଇଥିଲା। ରୁଚିକାଙ୍କୁ ନ୍ୟାୟ ନ ମିଳିବା ଯାଏ ରାଜ୍ୟରେ ଏଭଳି ପ୍ରତିବାଦ ଜାରି ରହିବ ବୋଲି ଏମ୍‌ଡି ମନୱର ଅଲ୍ଲୀ କହିଛନ୍ତି। ତଦନ୍ତ ଅଧିକାରୀ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ଏପର୍ଯ୍ୟନ୍ତ ମୃତା ରୁଚିକା ରାଗିଂର ଶିକାର ହୋଇଥିବା ନେଇ କିଛି ତଥ୍ୟ ମିଳିନାହିଁ। ଏପରିକି ରୁଚିକା ଏ ସଂକ୍ରାନ୍ତରେ ପରିବାର ଲୋକ ଓ ସାଙ୍ଗମାନଙ୍କୁ ମଧ୍ୟ କହି ନ ଥିଲେ। କେବଳ ଜବତ ସୁଇସାଇଡ୍‌ ନୋଟ୍‌ରୁ ହିଁ ଏହି ରାଗିଂର କଥା ସାମ୍ନାକୁ ଆସିଛି। ତେଣୁ କିପରି ଏହି ମାମଲାରେ ଆମେ କାହାକୁ ଗିରଫ କରିଦେବୁ? ରୁଚିକାଙ୍କ ମା’ଙ୍କ ଭାବାବେଗକୁ ପୋଲିସ ଗୁରୁତ୍ୱ ଦେଉଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ପାଲ କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଏନ୍‌ୱାଇସିଏସ୍‌ର ସଦସ୍ୟମାନେ ରୁଚିକାଙ୍କ ମା’ଙ୍କୁ ଧରି ବିଜେବି କଲେଜ ନିକଟରେ ରାସ୍ତାରୋକୋ କରିଥିଲେ। ଫଳରେ ଅଧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri