ମହାପ୍ରଭୁଙ୍କ ପାଇଁ ଗଢ଼ାସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୯ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ଶୁକ୍ଳ ଦଶମୀ ତିଥି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏକାଦଶୀ ତିଥିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଓ ଦ୍ୱାଦଶୀ ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହେବ। ତେତିଶ କୋଟି ଦେବଦେବୀଙ୍କ ସମେତ ଗନ୍ଧର୍ବ, କିନ୍ନର, ଯକ୍ଷ, ରକ୍ଷ, ଭୂତ, ପ୍ରେତ, ଚଣ୍ଡୀ ଚାମୁଣ୍ଡା, ରଥରେ ଅଧିଷ୍ଠିତ ପାଶର୍‌ବ ଦେବଦେବୀ ଆଦି ଅଶରୀରମାନଙ୍କ ଉଦ୍ଦେଶ୍ୟରେ ଏହି ଅଧରପଣା ପ୍ରଦାନ କରାଯାଇଥାଏ। ଏମାନେ ରଥରେ ଅଦୃଶ୍ୟ ଭାବେ ରହି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅଧରପଣା ସେବନ ପୂର୍ବକ ଆତ୍ମସନ୍ତୋଷ ଲାଭ କରି ସ୍ବସ୍ଥାନକୁ ଫେରିଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ନୀତିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅଧରଚୁମ୍ବିତ ହେଲାପରି ତିନୋଟି ଲେଖାଏ ମାଟିହାଣ୍ଡି ରଖାଯାଏ। ଏଗୁଡ଼ିିକୁ କୁମ୍ଭାର ସେବକମାନେ ତିଆରି କରିଥାନ୍ତି। ତିନିରଥରେ ୩ଟି ହିସାବରେ ୯ଟି ହାଣ୍ଡି ଆବଶ୍ୟକ ପଡ଼େ। ତେବେ କୁମ୍ଭକାରଙ୍କ ପକ୍ଷରୁ ଗୋଟିଏ ଅଧିକ ହାଣ୍ଡି ନିର୍ମାଣ କରାଯାଇଥାଏ। ୧୦ଟି ହାଣ୍ଡି ରଥ ନିକଟରେ ରଖାଯାଇଥାଏ। ଯଦି କୌଣସି ହାଣ୍ଡିରେ ତ୍ରୁଟି ଦେଖାଦିଏ ତତ୍‌କ୍ଷଣାତ୍‌ ତାହାକୁ ବଦଳାଇ ଦିଆଯାଏ। ତେବେ ଶ୍ରୀଜଗନ୍ନାଥ ମନ୍ଦିରର ଅଧିକାଂଶ ରୀତିନୀତି ଓ ଯାନିଯାତ୍ରା ସହିତ ଶ୍ରୀକ୍ଷେତ୍ରରେ ଥିବା ମଠଗୁଡ଼ିକର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହିଆସିଛି। ଅଧରପଣା ନୀତିରେ ମଧ୍ୟ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ନୀତି ନିମନ୍ତେ ହାଣ୍ଡି ଯୋଗାଇ ଦିଆଯାଇଥାଏ। ହାଣ୍ଡିଗୁଡ଼ିକ ଶ୍ରୀବିଗ୍ରହମାନଙ୍କ ଅଧର ଛୁଇଁଁବା ପର୍ଯ୍ୟନ୍ତ ଉଚ୍ଚର ହୋଇଥାଏ। ତେଣୁ ହାଣ୍ଡିଗୁଡ଼ିକୁ ଅଧର ହାଣ୍ଡି ବୋଲି କୁହାଯାଏ। ଅଧର ହାଣ୍ଡି ନିର୍ମାଣ ସମ୍ପର୍କରେ କୁମ୍ଭକାର ନିଯୋଗର ସମ୍ପାଦକ ମହେନ୍ଦ୍ର କୁମାର ବିଶୋୟୀ କହିଛନ୍ତି, କୁମ୍ଭକାର ସେବକମାନେ ଶୁଦ୍ଧପୂତ ଭାବେ ଅକ୍ଷୟତୃତୀୟା ତିଥିରେ ଅଧରହାଣ୍ଡି ନିର୍ମାଣ ଆରମ୍ଭ କରିଥାନ୍ତି। ଏଥିପାଇଁ ୫ବସ୍ତା ମାଟି ଓ ୨ବସ୍ତା ବାଲି ଆବଶ୍ୟକ ହୋଇଥାଏ। ପ୍ରଥମେ ବାଲି ଓ ମାଟିକୁ ଉପଯୁକ୍ତ ପରିମାଣର ମିଶ୍ରଣ କରାଯାଇ ହାଣ୍ଡି ପାଇଁ ମାଟି ପ୍ରସ୍ତୁତ କରାଯାଏ। ପରେ ଉକ୍ତ ମାଟିକୁ ଚକରେ ପକାଯାଇ ଅଧର ହାଣ୍ଡି ଗଢ଼ାଯାଏ। ହାଣ୍ଡି ତିଆରି ପରେ ଖରାରେ ଶୁଖାଯାଏ। ଶୁଖିଯିବା ପରେ ହାଣ୍ଡିକୁ ଭାଟିରେ ପକାଯାଇ ପୋଡ଼ାଯାଏ। ଏହା ପରେ ଅଧର ହାଣ୍ଡି ପ୍ରସ୍ତୁତ ହୋଇଥାଏ। ହାଣ୍ଡିଗୁଡ଼ିିକର ଉଚ୍ଚତା ପ୍ରାୟ ସାଢେ ୪ଫୁଟ୍‌ରୁ ୫ ଫୁଟ୍‌ ରହିଥାଏ। ସେହିପରି ଓସାର ୫ ଫୁଟ ୮ ଇଞ୍ଚ ହୋଇଥାଏ। ଅଧର ହାଣ୍ଡି ସହ ପାଣି ବୋହିବା ପାଇଁ ୩୦ଟି ଦାସିଆ ହାଣ୍ଡି ଓ ୫୦ଟି ଠେକ ହାଣ୍ଡି ଯୋଗାଇ ଦିଆଯାଏ। ଏହି ସେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭକାରମାନଙ୍କୁ ଖେଇ ଦିଆଯାଏ। ମହାପ୍ରଭୁଙ୍କ କାମ କରିବାର ସୁଯୋଗ ମିଳିଥିବାରୁ କୁମ୍ଭକାର ସେବକମାନେ ନିଜକୁ ଧନ୍ୟ ମନେକରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri