ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ

କେନ୍ଦୁଝର,୮।୭(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ଆସନ୍ତା ଶନିବାର ବାହୁଡା ଯାତ୍ରା ଏବଂ ୧୦ ତାରିଖ ରବିବାର ଶ୍ରୀଜୀଉଙ୍କର ସୁନାବେଶ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଜିଲା କାର୍ଯ୍ୟାଳୟସ୍ଥ ମିନି କନ୍‌ଫରେନ୍‌ସ୍‌ ହଲ୍‌ଠାରେ ଏହି ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଜିଲାପାଳ ଠାକରେ ସମସ୍ତଙ୍କୁ ସ୍ବାଗତ ସମ୍ଭାଷଣ କରିବା ସହ ଗୁଣ୍ଡିଚା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରାଇବାରେ ପୋଲିସ୍‌ ପ୍ରଶାସନର ଅଧିକାରୀମାନଙ୍କ ଉଲ୍ଲେଖନୀୟ ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ।
ବାହୁଡା ଯାତ୍ରା ଏବଂ ସୁନାବେଶ କାର୍ଯ୍ୟକ୍ରମରେ ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହାକୁ କିପରି ଶୃଙ୍ଖଳିତ ଏବଂ ସରସ ସୁନ୍ଦର ଭାବେ ପରିଚାଳନା କରାଯିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏସ୍‌.ପି. ମିତ୍ରଭାନୁ ମହାପାତ୍ର ଏହି ବୈଠକରେ ଉଦ୍‌ବୋଧନ ଦେଇ ବାହୁଡ଼ା ଏବଂ ସୁନାବେଶ ଦିନ ଆଇନ ଶୃଙ୍ଖଳା ରକ୍ଷା ଦିଗ ଉପରେ ଆଲୋକପାତ କରି ବାହୁଡା ଯାତ୍ରା ଏବଂ ସୁନାବେଶ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତେ ନିଷ୍ଠାର ସହ ଦାୟିତ୍ୱ ତୁଲାଇବାକୁ କହିଥିଲେ। ଉପଜିଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ନିଷ୍ପତ୍ତି ଅନୁଯାୟୀ ଶ୍ରୀ ଜୀଉଙ୍କର ସୁନାବେଶ ଆସନ୍ତା ରବିବାର ଅପରାହ୍ନ ୩ଟାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ବୈଠକରେ ସୁନାବେଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଯଥା ଆଇନ ଶୃଙ୍ଖଳା, ବାରିକେଡ, ଆଲୋକ ବ୍ୟବସ୍ଥା, ରଥ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ, ସିସି ଟିଭି ବ୍ୟବସ୍ଥା, ମହକ ଚ୍ୟାନେଲ ଯୋଗେ ସିଧା ପ୍ରସାରଣ, ଫେସ୍‌ବୁକ୍‌ ଯୋଗେ ଲାଇଭ୍‌ ସ୍କ୍ରିନିଂ, ଏଲ୍‌ଇଡି ଟିଭି ବ୍ୟବସ୍ଥା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅତିରକ୍ତ ଜିଲାପାଳ ସୁଷମା ବିଲୁଙ୍ଗ୍‌, ଅତିରିକ୍ତ ଜିଲାପାଳ (ରାଜସ୍ବ) ଯଦୁମଣି ମହଲା, ଏସ୍‌ଡିପିଓ ପ୍ରକାଶ ଜେମ୍‌ସ୍‌ ଟପ୍ପୋ, ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଜାତାରାଣୀ ମିଶ୍ର, ଜିଲା କୋଷାଗାର ଅଧିକାରୀ ରଞ୍ଜିତ୍‌ କୁମାର ମାଝୀ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ କେନ୍ଦୁଝର ଶାଖାର ମୁଖ୍ୟ ପରିଚାଳକ ୟୁ. ରାଜକୁମାର, କେନ୍ଦୁଝର ତହସିଲଦାର ଆଶିଷ ମହାପାତ୍ର, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାମେଶ୍ୱର ପାଣିଗ୍ରାହୀ, କେନ୍ଦୁଝର ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସଞ୍ଜିବ ବାରିକ ପ୍ରମୁଖ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri