ଆଜି ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ

ଭୁବନେଶ୍ୱର,୮ା୭(ବ୍ୟୁରୋ): ଭାଜପା ସମର୍ଥିତ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବା ଲାଗି ପ୍ରାୟ ସବୁ ରାଜ୍ୟ ଗସ୍ତ କରୁଥିବାବେଳେ ଏହି କ୍ରମରେ ସେ ଓଡ଼ିଶା ଆସୁଛନ୍ତି। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କ ସମର୍ଥନ ଲୋଡ଼ିବେ। ଅନ୍ୟପଟେ ତାଙ୍କୁ ସ୍ବାଗତ କରିବା ଲାଗି ଉଭୟ ଭାଜପା ଏବଂ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଦ୍ରୌପଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ଲାଗି ଭାଜପାର ପ୍ରାୟ ସମସ୍ତ ବିଧାୟକ, ଏମ୍‌ପି, ରାଜ୍ୟର ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ବିଜେଡିର ଏକ ଟିମ୍‌ ମଧ୍ୟ ଉପସ୍ଥିତ ରହିବେ। ସମସ୍ତେ ତାଙ୍କୁ ବିମାନବନ୍ଦରରୁ ସ୍ବାଗତ କରିବା ପରେ ସେଠାରୁ ସେ ସିଧାସଳଖ ରାଜ୍ୟ ଅତିଥି ଭବନ ଯିବେ। ଅନ୍ୟପଟେ ତାଙ୍କ ସହ ଭାଜପାର ଦୁଇ ବରିଷ୍ଠ ନେତା ଗଜେନ୍ଦ୍ର ସିଂ ଶେଖାଓ୍ବତ ଏବଂ ବିନୋଦ ତାଉଡେ ଆସିବା କାର୍ଯ୍ୟକ୍ରମ ରହିଛି। ସେଠାରେ କିଛି ସମୟ ରହିବା ପରେ ପୂର୍ବାହ୍ନ ୧୦ଟା ସମୟରେ ଦ୍ରୌପଦୀ ବିଧାନସଭାରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ତାଙ୍କୁ ସ୍ବାଗତ କରିବା ସହ ଏକ ବୈଠକ କରିବା କାର୍ଯ୍ୟକ୍ରମ ରହିଛି। ବିଧାନସଭାରେ ସମସ୍ତ ମନ୍ତ୍ରୀ, ବିଧାୟକମାନଙ୍କୁ ନବୀନ ଏହି ଅବସରରେ ଦ୍ରୌପଦୀଙ୍କୁ ଭୋଟ ଦେବା ସପକ୍ଷରେ କହିବେ। ଯେମିତି ରାଜ୍ୟର ସବୁ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ ଯିବ ସେନେଇ ନବୀନ ଗୁରୁତ୍ୱ ଦେଇ ଆସୁଛନ୍ତି। ଏନ୍‌ଡିଏ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏ ସମ୍ପର୍କରେ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିବା ନବୀନ କହିବା ସହ ସମର୍ଥନ କରିବା ନେଇ ଘୋଷଣା କରିଥିଲେ। ଏହାପରେ ଦଳମତ ନିର୍ବିଶେଷରେ ଦ୍ରୌପଦୀଙ୍କୁ ଭୋଟ ଦେବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଜଣାଇଥିଲେ। ସେହି ଅନୁଯାୟୀ ମୁଖ୍ୟମନ୍ତ୍ରୀ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଭେଟି ସମର୍ଥନ ଲୋଡ଼ିଥିବା ବେଳେ ବିଜେଡିର ଆଉ କେତେଜଣ ବିଧାୟକ କଂଗ୍ରେସର ବିଧାୟକମାନଙ୍କୁ ସାକ୍ଷାତକରି ଦ୍ରୌପଦୀଙ୍କୁ ଭୋଟ ଦେବା ଲାଗି ଅନୁରୋଧ କରି ଭେଟିବା ସମୟର ଫଟୋ ପୋଷ୍ଟ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ମହମ୍ମଦ ମୋକିମ, ସୁରେଶ କୁମାର ରାଉତରାୟ, ରାଜନ ଏକ୍କାଙ୍କୁ ବିଜେଡି ବିଧାୟକ, ମନ୍ତ୍ରୀମାନେ ସାକ୍ଷାତକରି ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିବା ଲାଗି କହିଛନ୍ତି। ଅନ୍ୟପକ୍ଷରେ ଦ୍ରୌପଦୀଙ୍କ ସ୍ବାଗତରେ ଯେପରି ସାମାନ୍ୟତମ ହେଳା ନ ହୁଏ ସେଦିଗରେ ମଧ୍ୟ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ବାଜା, ବାଣ ସହ ରାଲିର ବ୍ୟବସ୍ଥା ମଧ୍ୟ ହୋଇଛି। ବିଧାନସଭାରେ ବୈଠକ ଶେଷ ହେବାପରେ ପୁଣି ଅତିଥି ଭବନ ହୋଇ ସେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଭୋଟ ଭିକ୍ଷା କରିବା ପାଇଁ ଗତ ବୁଧବାର ଆସିବାର ଥିବାବେଳେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ତେବେ ସିହ୍ନା କେବେ ଆସିବେ ସେନେଇ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଖବର ଆସି ନ ଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା,...

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି...

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ:୧୫ରେ ଯାଞ୍ଚ, ଜୁନ୍‌ ୧ରେ ଭୋଟ

ଭୁବନେଶ୍ୱର,୭।୫(ଅନିଲ ଦାସ):ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଲୋକ ସଭା ଏବଂ ୪୨...

୪୮ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଆପରାଧିକ ମାମଲା

ଭୁବନେଶ୍ୱର,୭ା୫(ଅନିଲଦାସ):ରାଜ୍ୟରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri