Posted inଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୧୦ ଡଙ୍ଗା ଜବତ-୪ ପାକିସ୍ତାନୀ ଗିରଫ…

ଅହମଦାବାଦ, ୭।୭ : ସୀମା ସୁରକ୍ଷା ବାହିନୀ (ବିଏସଏଫ) ପୁଣି ଥରେ ପାକିସ୍ତାନର ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ଗୁରୁବାର ଗୁଜୁରାଟରେ ଭାରତୀୟ ସାମୁଦ୍ରିକ ସୀମା ପାର ହେଉଥିବା ବେଳେ ବିଏସଏଫ କର୍ମଚାରୀ ଚାରିଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି। ଏହା ବ୍ୟତୀତ ୧୦ ଟି ମାଛଧରା ଡଙ୍ଗା ମଧ୍ୟ ଜବତ କରାଯାଇଛି।

ଏହି ଚାରିଜଣଙ୍କୁ କଚ୍ଛର ହରାମି ନାଲା ଅଞ୍ଚଳରୁ ଗିରଫ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଡଙ୍ଗାରୁ କୌଣସି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇ ନାହିଁ।

ସୀମା ସୁରକ୍ଷା ବଳର ମୁଖପାତ୍ର କହିଛନ୍ତି ଯେ ସୀମା ସ୍ତମ୍ଭ ସଂଖ୍ୟା ୧୧୬୫ ରୁ ୧୧୬୬ ମଧ୍ୟରେ କିଛି ଗତିବିଧି ହେଉଥିବା ଜଣାପଡ଼ିବା ପରେ ଏକ ସ୍ବତନ୍ତ୍ର ଦଳ ହରାମି ନାଲା ନିକଟ ଭାରତୀୟ ସାମୁଦ୍ରିକ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ମତ୍ସ୍ୟଜୀବୀଙ୍କୁ ଧରିଥିଲେ। ଅଧିକାରୀ କହିଛନ୍ତି ଯେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୯।୫: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ରେଡୱାନି ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ପ୍ରାୟ ୪୦ ଘଣ୍ଟା ପରେ ଶେଷ ହୋଇଛି।...

ଶୋଇଥିଲେ ଶ୍ରମିକ, ଗୁଳିବର୍ଷଣ କଲେ ଆତଙ୍କବାଦୀ: ୭ ମୃତ

ନୂଆଦିଲ୍ଲୀ,୯।୫: ଆଜିକାଲି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ପୁଣି ଥରେ ଆତଙ୍କବାଦୀମାନେ ଗ୍ବାଦ୍‌ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଦେଶରେ କେବଳ ଜଣେ ନେତା ସତ କହୁଛନ୍ତି, ସେ ହେଉଛନ୍ତି…..

ଲକ୍ଷ୍ନୌ,୯।୫: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରରେ ରାଲି କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କେବଳ ଜଣେ ନେତା...

‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି।...

ଭାରତ ପାଇଁ ଆମେରିକାକୁ ଗାଳି କଲା ରୁଷିଆ

ମସ୍କୋ/ନୂଆଦିଲ୍ଲୀ,୯।୫: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ...

ଏୟାର ଇଣ୍ଡିଆର ବଡ଼ କାର୍ଯ୍ୟାନୁଷ୍ଠାନ, କ୍ରୁ ମେମ୍ବରଙ୍କୁ କଲା ବହିଷ୍କାର

ନୂଆଦିଲ୍ଲୀ,୯।୫: ସମୂହ ଛୁଟିରେ ଯିବା ପଡିଲା ମହଙ୍ଗା। ଏନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଏୟାରଇଣ୍ଡିଆ ଏକ୍ସପ୍ରେସ। କ୍ରୁ ମେମ୍ବରଙ୍କୁ ବିଦା କରିଛି ଏୟାରଇଣ୍ଡିଆ କମ୍ପାନୀ। ଏହି...

ଲିଭ୍‌-ଇନ୍‌ ସମ୍ପର୍କ: ଭାରତୀୟ ସଂସ୍କୃତି ପାଇଁ କଳଙ୍କ

ରାୟପୁର/ପ୍ରୟାଗରାଜ,୯ା୫: ବିଶ୍ୱର ଅନେକ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ଲିଭ୍‌-ଇନ୍‌ ସମ୍ପର୍କକୁ ସାମାଜିକ ସ୍ବୀକୃତି ତଥା ଆଇନଗତ ବୈଧତା ମିଳିଥିବାବେଳେ ଭାରତରେ ଏବେ ମଧ୍ୟ ଏହା...

ନଡ୍ଡାଙ୍କୁ ସମନ

ବେଙ୍ଗାଲୁରୁ, ୯।୫ମୁସଲମାନ ସଂରକ୍ଷଣକୁ ନେଇ କର୍ନାଟକ ଭାଜପା ପକ୍ଷରୁ କରାଯାଇଥିବା ବିବାଦୀୟ ପୋଷ୍ଟ ମାମଲାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆଇଟି ସେଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri