ଇସ୍ତଫା ଦେଲେ ଋଷି ସୁନକ

ଲଣ୍ଡନ, ୬ା୭: ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ତଥା ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ମଙ୍ଗଳବାର ବୋରିସ୍‌ ଜନ୍‌ସନ୍‌ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଋଷିଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ ମଧ୍ୟ ପଦ ଛାଡ଼ିଛନ୍ତି। ଫଳରେ ଲକ୍‌ଡାଉନ ପାର୍ଟି ପାଇଁ ଚାପରେ ଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ଙ୍କ ମୁଣ୍ଡବ୍ୟଥା ବଢ଼ିଛି। ଜନ୍ମିତ କଞ୍ଜରଭେଟିଭ୍‌ ପାର୍ଟିର ୪୨ ବର୍ଷୀୟ ଏମ୍‌ପି ଋଷି ସୁନକ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି କହିଛନ୍ତି, ଆମ ଦେଶ ଅନେକ ବଡ଼ ଚ୍ୟାଲେଞ୍ଜକୁ ସାମ୍‌ନା କରୁଛି। ସରକାର ଠିକ୍‌ ଭାବେ ନିଜ କ୍ଷମତାକୁ ନେଇ ସମ୍ବେଦନଶୀଳ ହୋଇ ଚାଲୁ ବୋଲି ଲୋକେ ଆଶା କରିବା ଯଥାର୍ଥ। ଲୋକଙ୍କ ଆଶା ପୂରଣ ପାଇଁ ଆମେ ଲଢ଼ିବା ଉଚିତ ବୋଲି ମୁଁ ମନେକରେ। ତେଣୁ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ପଦ ଛାଡ଼ି ମୁଁ ଦୁଃଖିତ। କିନ୍ତୁ ଆମେ ଏମିତି ସରକାର ଚଳାଇପାରିବା ନାହିଁ। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ପାକିସ୍ତାନ ବଂଶୋଦ୍ଭବ ସାଜିଦ ଜାଭେଦ କହିଛନ୍ତି, ବୋରିସ୍‌ ଜନ୍‌ସନଙ୍କଠାରେ ଦେଶହିତରେ ସରକାର ଚଳାଇବା କ୍ଷମତା ନାହିଁ। ଏବେ ସେ ସେହି ସରକାରରେ କାମ କରିପାରିବେନି। ଦେଶସ୍ବାର୍ଥରେ ସରକାର ଚଳାଇବା ନେଇ ବୋରିସ୍‌ ଜନସନ୍‌ଙ୍କ ଉପରୁ ଅନେକ ଏମ୍‌ପି ଏବଂ ଜନତାଙ୍କ ଭରସା ତୁଟିଗଲାଣି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବର୍ତ୍ତମାନର ସ୍ଥିତି ବଦଳିବ ନାହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ତାଙ୍କ ଉପରେ ମୋର ବି ଆଉ ଆସ୍ଥା ନାହିଁ।
ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ଫଳରେ ବୋରିସ୍‌ଙ୍କ ନେତୃତ୍ୱକୁ ବଡ଼ ଝଟକା ଲାଗିଛି। ପ୍ରକାଶ ଯେ, ନିକଟରେ ନିଲମ୍ବିତ ଏମ୍‌ପି କ୍ରିଶ୍‌ ପିଞ୍ଚର ଆଣିଥିବା ଅଭିଯୋଗଗୁଡ଼ିକୁ ନେଇ ଡାଉନିଂ ଷ୍ଟ୍ରିଟ୍‌ର ଆଭିମୁଖ୍ୟ ସମ୍ପର୍କରେ ଜଣେ ପୂର୍ବତନ ଅମଲାତନ୍ତ୍ରୀ ମନ୍ତବ୍ୟ ଦେବାର ଦିନକ ପରେ ଏହି ଘଟଣାକ୍ରମ ଦେଖିବାକୁ ମିଳିଛି। ଆଇନ ପ୍ରଣେତା କ୍ରିସ୍‌ ପିଞ୍ଚରଙ୍କ ବିରୋଧରେ ପୂର୍ବରୁ କେତେକ ଅଭିଯୋଗ ଆସିଥିଲା। ଏହା ପରେ ସେ ଡେପୁଟି ଚିଫ୍‌ ହୁଇପ୍‌ ପଦରୁ ଇସ୍ତଫା ଦେଇଥିଲେ। ପିଞ୍ଚରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ କ’ଣ ଜାଣିଛନ୍ତି ସେନେଇ ସ୍ପଷ୍ଟୀକରଣ ଦେବା ଲାଗି ବୋରିସ୍‌ଙ୍କ ଉପରେ ଚାପ ରହିଥିଲା। ସୋମବାର ହାଇପଲିଟିକାଲ ଡ୍ରାମାକୁ ନେଇ ବୋରିସ୍‌ କହିଥିଲେ ପ୍ରିଞ୍ଚରଙ୍କ ବିରୋଧରେ ଥିବା ଅଭିଯୋଗ ନେଇ ସେ ଅବଗତ ଥାଇ ସୁଦ୍ଧା ତାଙ୍କୁ ଉପମୁଖ୍ୟ ସଚେତକ ପଦ ଦିଆଯାଇଥିବାରୁ ସେ ଦୁଃଖିତ ନୁହନ୍ତି। ପିଞ୍ଚରଙ୍କୁ ୨୦୧୯ ଘଟଣା ପରେ ସରକାରୀ ପଦରୁ ବିଦା କରିବା ଦରକାର ଥିଲା। ତାଙ୍କ ନିଯୁକ୍ତି ପାଇଁ ମୁଁ କ୍ଷମା ମାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri