ପ୍ଲାଷ୍ଟିକ୍‌କୁ ନଷ୍ଟ କରିପାରିବ ଅତିବାଇଗଣି ରଶ୍ମି

ଲଣ୍ଡନ, ୬ା୭: ପରିବେଶ ସୁରକ୍ଷା ପ୍ରତି ବଡ଼ ବିପଦ ହୋଇ ଉଭା ହୋଇଥିବା ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ଏବଂ ଏହାର ବିକଳ୍ପ ଚିନ୍ତା କରାଯାଉଥିବାବେଳେ ବ୍ରିଟେନ ଗବେଷକ ଏ ଦିଗରେ ଏକ ରାସ୍ତା ଖୋଜିପାଇଛନ୍ତି। ଅତିବାଇଗଣି ରଶ୍ମି ବା ଅଲ୍‌ଟ୍ରା ଭାୟୋଲେଟ୍‌(ୟୁଭି) ଲାଇଟ୍‌ ଦ୍ୱାରା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ନଷ୍ଟ କରିହେବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ବାଥ୍‌ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ ପଲିମର୍‌ରେ ସୁଗାର ମଲିକ୍ୟୁଲ ଯୋଗ କରିବା ଦ୍ୱାରା ସେଥିରୁ ପ୍ରସ୍ତୁତ ପ୍ଲାଷ୍ଟିକ୍‌ ୟୁଭି ବିକିରଣରେ ନଷ୍ଟ ହୋଇପାରିବ। ଏ ନେଇ ଏକ ରିପୋର୍ଟ କେମିକାଲ କମ୍ୟୁନିକେଶନ ଜର୍ନାଲରେ ପ୍ରକାଶ ପାଇଛି।
ୟୁଭି ରେଡିଏଶନର ତରଙ୍ଗଦୈର୍ଘ୍ୟ ବା ଓ୍ବେଭ୍‌ଲେନ୍‌ଥ ୧୦ ନାନୋମିଟରରୁ ୪୦୦ ନାନୋମିଟର ହୋଇଥାଏ, ଯାହା କି ଦୃଶ୍ୟମାନ ଆଲୋକଠାରୁ କମ୍‌। ହେଲେ ଏକ୍ସ-ରେ’ର ଓ୍ବେଭ୍‌ଲେନ୍‌ଥଠାରୁ ଅଧିକ। ବାୟୋଡିଗ୍ରେଡେବୁଲ୍‌ ଲେବଲ ଥିବା ଅନେକ ପ୍ଲାଷ୍ଟିକ୍‌କୁ ଔଦ୍ୟୋଗିକ ଭାବେ ଶିଳ୍ପ ତଥା କଳକାରଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା ଦ୍ୱାରା ନଷ୍ଟ କରାଯାଇପାରିବ। ପ୍ଲାଷ୍ଟିକ୍‌ ବର୍ଜ୍ୟ ଚିନ୍ତା ବଢ଼ାଇଥିବାବେଳେ ପଲିଲାକ୍‌ଟିକ୍‌ ଏସିଡ୍‌ (ପିଏଲ୍‌ଏ)ର ବହୁଳ ବ୍ୟବହାର ଆଡ଼କୁ ଲୋକେ ଢଳିବାରେ ଲାଗିଛନ୍ତି। ପିଏଲ୍‌ଏ ପୁନଃ ବ୍ୟବହାରଯୋଗ୍ୟ ସହ ପଲିମରର ଏକ ସ୍ଥାୟୀ ବିକଳ୍ପ ହୋଇପାରିବ। ଚା’ ବ୍ୟାଗ୍‌ ସମେତ ଥ୍ରୀଡି ପ୍ରିଣ୍ଟିଂ ଏବଂ ପ୍ୟାକେଜିଂ ହେଉଥିବା ପ୍ଲାଷ୍ଟିକ୍‌ରେ ସାଧାରଣତଃ ପିଏଲ୍‌ଏ ବ୍ୟବହାର ହୋଇଥାଏ। ପିଏଲ୍‌ଏ ବାୟୋଡିଗ୍ରେଡେବୁଲ୍‌ ବୋଲି ଅନେକ ସମୟରେ ବିଜ୍ଞାପନ ଆକାରରେ ମଧ୍ୟ ଜଣାଯାଇଥାଏ। କିନ୍ତୁ ଏହାକୁ କେବଳ ଇଣ୍ଡଷ୍ଟ୍ରିଆଲ କମ୍ପୋଷ୍ଟିଂ ମାଧ୍ୟମରେ ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତାରେ ନଷ୍ଟ କରାଯାଇପାରିବ, ଯାହା କି ଘରୋଇ ଭାବେ କରାଯିବା ଅସମ୍ଭବ। ପ୍ରାକୃତିକ ଭାବେ ପ୍ଲାଷ୍ଟିକ୍‌ ମାଟିରେ କିମ୍ବା ସମୁଦ୍ରରେ ନଷ୍ଟ ହେବା ସହଜ ନୁହେଁ। କିନ୍ତୁ ଅତିକମ୍‌ରେ ୩% ସୁଗାର ମଲିକଲ ମିଶାଇ ପ୍ରସ୍ତୁତ ହେଉଥିବା ପିଏଲ୍‌ଏକୁ ମାତ୍ର ୬ ଘଣ୍ଟା ଅତିବାଇଗଣି ରଶ୍ମି ସଂସ୍ପର୍ଶରେ ରଖିବା ଦ୍ୱାରା ଏହାର ୪୦% ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇପାରୁଥିବା ଗବେଷଣାରୁ ଜଣାପଡ଼ିଛି। ଅଧିକାଂଶ ପିଏଲ୍‌ଏ ପ୍ଲାଷ୍ଟିକ୍‌ରେ ପଲିମର ଚେନ୍‌ ରହିବା ଯୋଗୁ ତାହା ମଧ୍ୟରେ ପାଣି ଏବଂ ଏନ୍‌ଜାଇମ୍‌ ପ୍ରବେଶ କରିବା କଷ୍ଟକର ହୋଇଥାଏ। ଯଦି ସେଥିରେ ସୁଗାର ୟୁନିଟ୍‌ ଯୋଗ କରାଯାଏ, ତେବେ ୟୁଭି ଲାଇଟ ଦ୍ୱାରା ତାହା ଛୋଟ ପଲିମର ଚେନ୍‌ରେ ପରିଣତ ହେବ। ଫଳରେ ଜଳ ସହ ପ୍ରତିକ୍ରିୟା କରି ପୂରା ପଲିମର ଶୃଙ୍ଖଳ ସହଜରେ ଭାଙ୍ଗିଯିବ ବୋଲି ଗବେଷକ ଆଣ୍ଟୋନି ବୁଚାର୍ଡ କହିଛନ୍ତି। ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିଗୁଡ଼ିକ ପାଇଁ ଏହି ଗବେଷଣା ବେଶ୍‌ ଲାଭଦାୟକ ହେବ ଏବଂ ସେମାନେ ନଷ୍ଟ ହେଲା ଭଳି ପ୍ଲାଷ୍ଟିକ୍‌ ପ୍ରସ୍ତୁତ କରିବେ ବୋଲି ବୁଚାର୍ଡ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ,୧୯।୧୨: ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ...

ମୁସଲମାନ ଦେଶରେ ବିକ୍ରି ହେଉଛି ଭାରତୀୟଙ୍କ ଅଙ୍ଗ, ଧନୀ ଲୋକଙ୍କର ହେଉଛି କିଡନୀ ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୧୨: କେରଳରେ ପଞ୍ଜିକୃତ ଏକ ମାମଲାର ତଦନ୍ତ କରିବା ସମୟରେ, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ ବେଆଇନ ଅଙ୍ଗଦାନରେ ଜଡିତ ଏକ...

ଲୋକସଭାରେ ପାରିତ ହେଲା VB–G RAM G ବିଲ୍‌, କାଗଜପତ୍ର ଚିରି ଫିଙ୍ଗିଦେଲେ ବିରୋଧୀ

ନୂଆଦିଲ୍ଲୀ,୧୮ା୧୨: ପ୍ରବଳ ବିରୋଧ ମଧ୍ୟରେ ଲୋକସଭାରେ ଜି ରାମଜୀ ବିଲ୍ ପାରିତ ହୋଇଛି । ହେଲେ ବିରୋଧୀ ଦଳ ବିଲ୍ ପାସ୍ ହେବା ପରେ ପ୍ରବଳ...

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri