ଖାଦ୍ୟ ସୁରକ୍ଷା: ଓଡ଼ିଶା ନଂ.୧

ଭୁବନେଶ୍ୱର, ୬ା୭(ବ୍ୟୁରୋ): ଜାତୀୟ ସ୍ତରରେ ଓଡ଼ିଶାକୁ ମିଳିଛି ଆଉଏକ ସଫଳତା। ନ୍ୟାଶନାଲ ଫୁଡ୍‌ ସିକ୍ୟୁରିଟି ଆକ୍ଟ ବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ) ୨୦୨୨ କାର୍ଯ୍ୟକାରିତାରେ ସାରା ଦେଶରେ ଓଡ଼ିଶା ଶୀର୍ଷରେ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଇଣ୍ଡେକ୍ସ ସ୍କୋର୍‌ ୦.୮୩୬ ସହ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ଏହା ତଳକୁ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟ ରହିଛି। ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ‘ଖାଦ୍ୟ ଓ ପୋଷଣ’ ଶୀର୍ଷକ ସମ୍ମିଳନୀରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ର଼୍ୟାଙ୍କିଙ୍ଗ୍‌ ଘୋଷଣା କରିଛନ୍ତି।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖୁସି ପ୍ରକାଶ କରି କହିଛନ୍ତି, ଓଡ଼ିଶାର ଏହି ସଫଳତା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ରହିଛି। ଏଥିସହିତ ସେ ବିଭାଗୀୟ କର୍ମଚାରୀଙ୍କ ଅଦମ୍ୟ ପରିଶ୍ରମ ଓ ନିରନ୍ତର ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଛନ୍ତି। ମୂଲ୍ୟାଙ୍କନ ଢାଞ୍ଚା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣକୁ ଭିତ୍ତିଭୂମି କରି ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯାଇଥିଲା। ରାଜ୍ୟରେ ଡିସେମ୍ବର ୨୦୧୫ଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ପରେ ଖାଦ୍ୟ ସୁରକ୍ଷା ଏବଂ ବଣ୍ଟନ ପ୍ରଣାଳୀରେ ଆମୁଳଚୁଳ ରୂପାନ୍ତରଣ କରାଯାଇଥିଲା। ଏଥିରେ ସମ୍ପୃକ୍ତ ସମସ୍ତ ହିତାଧିକାରୀଙ୍କ ତଥ୍ୟଗୁଡ଼ିକୁ ଡିଜିଟାଇଜ୍‌ କରି ୩.୨୫ କୋଟିର ଏକ ବିଶାଳ ଡାଟାବେସ ତିଆରି କରାଯାଇ ଜନସାଧାରଣଙ୍କ ଅବଗତି ନିମନ୍ତେ ୱେବ୍‌ପୋର୍ଟାଲରେ ଉପଲବ୍ଧ କରାଯାଇଛି। ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ତଥା ତଥ୍ୟଗୁଡ଼ିକୁ ସଂଶୋଧନ କରିବା ନିମନ୍ତେ ୩୧୪ଟି ବ୍ଲକ ଓ ୬୪ଟି ପୌର କାର୍ଯ୍ୟାଳୟଗୁଡ଼ିକରେ ମୋଟ ୩୭୮ଟି ରାଶନ କାର୍ଡ ପରିଚାଳନା କେନ୍ଦ୍ର ଖୋଲାଯାଇଛି। ରାଜ୍ୟର ସମସ୍ତ ୧୫୨ଟି ଖାଦ୍ୟଶସ୍ୟ ଗୋଦାମ ଗୃହର କମ୍ପ୍ୟୁଟରୀକରଣ କରାଯାଇଛି। ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ ଯୋଜନା ରାଜ୍ୟରେ ୨୦୨୧ ଜୁଲାଇରୁ ଲାଗୁ ହୋଇଛି। ଜଣେ ହିତାଧିକାରୀ ଦେଶର ଯେକୌଣସି ସୁଲଭମୂଲ୍ୟ ଦୋକାନରୁ ନିଜ ରାଶନ ସାମଗ୍ରୀ ଉଠାଣ କରିପାରିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦,୫୭୮ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୧,୧୦,୦୦୦ ପରିବାର ଓ ୫୩୩ ଆନ୍ତଃରାଜ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri