ସରୁନି ବିଏମ୍‌ସି ନୂଆ ମୁଖ୍ୟାଳୟ ନିର୍ମାଣ

ଭୁବନେଶ୍ୱର,୪।୭ (ବ୍ୟୁରୋ): କାମ ଆରମ୍ଭ ହେବାର ଦୁଇବର୍ଷ ପରେ ବି ବହୁ ପ୍ରତୀକ୍ଷିତ ବିଏମ୍‌ସିର ନୂତନ ମୁଖ୍ୟାଳୟ ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନି। ୨୦୧୯ ଜୁନ୍‌ରେ ସତ୍ୟନଗର ଶ୍ମଶାନ ସମ୍ମୁଖରେ ଏହି ବିଲ୍ଡିଂ ନିର୍ମାଣ ଆରମ୍ଭ ହୋଇଥିଲା। ଦୁଇବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୧ ଜୁନ୍‌ ଶେଷ ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ୭୩ କୋଟି ଟଙ୍କା ବଜେଟରେ ରାଜଧାନୀର ସବୁଠାରୁ ଆକର୍ଷଣୀୟ ସରକାରୀ କାର୍ଯ୍ୟାଳୟ ଭାବେ ଏହି ବିଲ୍ଡିଂ ନିର୍ମାଣ କରାଯାଉଛି। ଏଠାରେ ବିଏମ୍‌ସିର ନୂଆ ମୁଖ୍ୟାଳୟ ସହିତ ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍‌ସି) ନିର୍ମାଣ ମଧ୍ୟ ଚାଲିଛି। ତେବେ କାର୍ଯ୍ୟାଳୟର ଅଧିକାଂଶ କାର୍ଯ୍ୟ ସରି ଯାଇଥିବାବେଳେ ଏବେ କେବଳ ଇଣ୍ଟେରିୟର କାମ ଚାଲିଥିବା ସ୍ମାର୍ଟସିଟି ପକ୍ଷରୁ କୁହାଯାଉଛି। ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀମାନେ ସମୀକ୍ଷା କରୁଥିଲେ ମଧ୍ୟ ଇଣ୍ଟେରିୟର କାମ କେତେଦିନ ଲାଗିବ ଓ କେବେ ବିଲ୍ଡିଂର ଉଦ୍‌ଘାଟନ ହେବ ସେ ନେଇ ସୂଚନା ଦିଆଯାଉନାହିଁ। ତେଣୁ ଏଠାରେ ବିଏମ୍‌ସି କାର୍ଯ୍ୟାଳୟ କେବେ ଆରମ୍ଭ ହେବ ଏବଂ ଲୋକଙ୍କ ପାଦ ପଡ଼ିବ ତାହା ଅନିଶ୍ଚିତତାରେ ରହିଛି।
ସୂଚନାଯୋଗ୍ୟ, ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂ ୪.୦୪ ଏକର ଜମିରେ ନିର୍ମାଣ ହେଉଛି। ଏଠାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହିତ ଗ୍ରାଉଣ୍ଡ ଫ୍ଲୋର୍‌ରେ ବିଏମ୍‌ସି କାର୍ଯ୍ୟାଳୟ ରହିବ। ସେହିପରି ୪ର୍ଥ ମହଲାରେ ବିଏମ୍‌ସି କମିଶନରଙ୍କ ଚାମ୍ବର ରହିବ ବୋଲି ସୂଚନା ଦିଆଯାଇଛି। କୋଠାକୁ ଆକର୍ଷଣୀୟ କରିବା ପାଇଁ ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ କରାଯିବ। ବଡ଼ କନ୍‌ଫରେନ୍ସ ହଲ୍‌, ପ୍ରତୀକ୍ଷାଳୟ, କ୍ୟାଣ୍ଟିନ୍‌ ଆଦି ମଧ୍ୟ ରହିବ। ସେହିପରି ଆଇସିଓଏମ୍‌ସି କାର୍ଯ୍ୟାଳୟରୁ ପୂରା ଭୁବନେଶ୍ୱର ଉପରେ ନଜର ରହିବ। ତତ୍କାଳୀନ ବିଏମ୍‌ସି କମିଶନର କ୍ରିଷନ କୁମାର ବହୁ ସ୍ଥାନରେ ଜାଗା ଚିହ୍ନଟ କରିବା ପରେ ଉପରୋକ୍ତ ସ୍ଥାନ ଚୂଡ଼ାନ୍ତ ହୋଇଥିଲା। ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବା ପରେ କାମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ କ୍ରିଷନ କୁମାର, ଶୁଭମ୍‌ ସକ୍ସେନା, ସମର୍ଥ ବର୍ମା, ପ୍ରେମଚନ୍ଦ୍ର ଚୌଧାରୀ, ସଞ୍ଜୟ କୁମାର ସିଂହଙ୍କୁ ମିଶାଇ ୫ଜଣ କମିଶନରଙ୍କ ବଦଳି ହୋଇଗଲେଣି। ଏହାସତ୍ତ୍ୱେ ବିଏମ୍‌ସି ମୁଖ୍ୟାଳୟର ନିର୍ମାଣ କାର୍ଯ୍ୟ ସରିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri