ରାତ୍ରିଭୋଜନ ବିଳମ୍ବରେ କରୁଥିଲେ

କାର୍ଯ୍ୟବ୍ୟସ୍ତତା ଲାଗି ହେଉ ଅବା ଅନ୍ୟାନ୍ୟ କାରଣରୁ ଅନେକେ ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ଏହା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଜାଣିରଖନ୍ତୁ ସେ ସମ୍ପର୍କରେ…

ବାଧା ପାଏ ହଜମକ୍ରିୟା: ରାତି ଖାଇବା ଡେରି ହେଲେ ହଜମକ୍ରିୟା ବାଧାପ୍ରାପ୍ତ ହୁଏ। ଖାଦ୍ୟ ଭଲ ଭାବେ ହଜମ ନ ହେବାରୁ ଏସିଡିଟି ହେବା ସହ ଛାତି ଜଳିବା, ଆମ୍ବିଳା ହାକୁଟି ହେବା ଭଳି ସମସ୍ୟା ଦେଖାଦିଏ। ତେଣୁ ରାତିରେ ଶୀଘ୍ର ଖାଇବାକୁ ଚେଷ୍ଟା କରନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନେକେ ବିଳମ୍ବରେ ଖାଉଥିବାରୁ ସଙ୍ଗେ ସଙ୍ଗେ ଶୋଇ ପଡ଼ନ୍ତି। ହେଲେ ଏପରି ନ କରି ଖାଇବା ପରେ ଅଳ୍ପ ସମୟ ଚାଲବୁଲ କରିବା ପରେ ଶୁଅନ୍ତୁ।

ଦେଖାଦିଏ ମେଦବହୁଳତା: ଡେରିରେ ଖାଇବା ଦ୍ୱାରା ଖାଦ୍ୟ ହଜମ ନ ହୋଇ ପାରିବା କାରଣରୁ ଅନେକଙ୍କଠାରେ ମେଟାବଲିଜମ୍‌ ସ୍ତର ଅନିୟନ୍ତ୍ରିତ ହୋଇଥାଏ। ଶରୀରରେ ଅଧିକ କ୍ୟାଲୋରି ଜମା ହେବା ଫଳରେ ମେଦବହୁଳତା ଦେଖାଦିଏ, ଯାହାକି ପରବର୍ତ୍ତୀ ସମୟରେ ଡାଇବେଟିସ୍‌, ବ୍ଲଡ୍‌ପ୍ରେସର ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ।
ସାଜେ ନିଦ୍ରାହୀନତାର କାରଣ: ଏକ ଗବେଷଣା ରିପୋର୍ଟ ମୁତାବକ ରାତ୍ରିଭୋଜନ ବିଳମ୍ବରେ କରିବା ଦ୍ୱାରା ବଦହଜମୀ, ଗ୍ୟାସ୍‌ ଭଳି ବିଭିନ୍ନ ସମସ୍ୟା ଉପୁଜିବା ସହ ରାତିରେ ନିଦ୍ରା ବାଧାପ୍ରାପ୍ତ ହୋଇଥାଏ। କେବଳ ଏତିକି ନୁହେଁ, ମସ୍ତିଷ୍କ ଠିକ୍‌ ଭାବେ ବିଶ୍ରାମ ନ ପାଇବାରୁ କେତେକଙ୍କ ଠାରେ ଅଜବ ସ୍ବପ୍ନ ମଧ୍ୟ ଆସିଥାଏ।
ପ୍ରଭାବିତ କରେ ମାନସିକ ସ୍ବାସ୍ଥ୍ୟ: ଠିକ୍‌ ସମୟରେ ନ ଖାଇବା ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଏବଂ ଠିକ୍‌ ଭାବେ ନିଦ ନ ହେବା କାରଣରୁ ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପଡିଥାଏ। ବାରମ୍ବାର ଏପରି ହେବା ଦ୍ୱାରା ଚିଡ଼ିଚିଡ଼ା ଲାଗିବା, ଡିପ୍ରେଶନ୍‌ ଭଳି ବିଭିନ୍ନ ମାନସିକ ସମସ୍ୟା ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri