Posted inଫୁରସତ

ପାଣିକୁ ଏମିତି ଡେଇଁଲା ବାଘ, ଭୟରେ ଦୌଡ଼ିଲା କୁନି ଝିଅ; ଭିଡିଓ ଦେଖିଲେ…

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ବନ୍ୟଜନ୍ତୁମାନଙ୍କ ସହିତ ଜଡ଼ିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଝଗଡ଼ା ହେଉ କି ଲୋକଙ୍କୁ ଶିକାର କରିବା ହେଉ ଭାଇରାଲ ହୋଇଥାଏ। ଭିଡିଓ ଦେଖିବା ପରେ ଅନେକ ଲୋକ ଭୟଭୀତ ହୋଇପଡ଼ନ୍ତି। କୌଣସି ଜଙ୍ଗଲ ସଫାରୀ କିମ୍ବା ପ୍ରାଣୀ ଉଦ୍ୟାନକୁ ଯେତିକି ନିରାପଦ କୁହାଯାଇପାରେ ତାହା ସେତିକି ନିରାପଦ ହୋଇ ନ ଥାଏ। କାରଣ ଏହା ଜଙ୍ଗଲୀ ପଶୁମାନଙ୍କର ଆଡ୍ଡା। ମଣିଷ ପରି ସେମାନଙ୍କର ବୁଝି ବିଚାରି କାମ କରିବା ଶକ୍ତି ନ ଥାଏ। ତେଣୁ ପ୍ରତି ମୁହୂର୍ତ୍ତରେ ଏମାନଙ୍କ ପ୍ରତି ଭୟ ରହିଥାଏ। ଏଠାକୁ ଗଲେ ସତର୍କତାର ସହ ଯିବାକୁ ପଡ଼ିଥାଏ।

 

ବନ୍ୟଜନ୍ତୁ ଭାଇରାଲ ସିରିଜରେ ଥିବା ଭୟାନକ ଭିଡିଓଟି ପ୍ରାଣୀ ଉଦ୍ୟାନର ଅଟେ। ଯେଉଁଠାରେ ଏକ ବାଘ ଲମ୍ଫ ପ୍ରଦାନ କରି ପାଣିକୁ ଡେଉଁଛି। ଏହା ଦେଖି କୁନି ଝିଅଟି ଭୟଭୀତ ହୋଇ ଦୌଡ଼ୁଛି। ଭିଡିଓଟି @ figenରେ ଶେୟାର ହୋଇଛି। ଏଥିରେ ଦୁଇଟି ବାଘ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେମାନଙ୍କ ସାମ୍ନାରେ ଠିଆ ହୋଇ କୁନି ଝିଅଟି ଫଟୋ ଉଠାଇବାକୁ ଚାହୁଁଥିଲା। କିନ୍ତୁ ତା’ପରେ ହଠାତ୍‌ ଏକ ବାଘ ଏପରି ଡେଇଁଲା ଯେ, ଏହା ସିଧାସଳଖ ଆସି ଝିଅଟି ପଛପଟରେ ପଡ଼ିଲା। ଏହା ଦେଖି କୁନି ଝିଅଟି ଭୟରେ ଦୌଡ଼ିଲା। ସୌଭାଗ୍ୟବଶତଃ ଝିଅଟିର କିଛି ହୋଇ ନ ଥିଲା। କାରଣ ଏହା ପଛରେ ଏକ ମୋଟା କାଚର କାନ୍ଥ ଥିଲା। କାନ୍ଥ ନିକଟରେ ଏକ ପୁଲ୍‌ ଥିଲା। ଯାହା ନିକଟରେ ବାଘ ରହୁଥିଲା।

ସୋସିଆଲ ମିଡିଆରେ ଅନେକ ୟୁଜର ବାଘଟି ଝିଅକୁ ଖାଇବା ଉଦ୍ଦେଶ୍ୟରେ ପାଣିକୁ ଡେଇଁଥିଲା ବୋଲି ଲେଖିଛନ୍ତି। ଯାହାକି ସମ୍ପୂର୍ଣ୍ଣ ଭୁଲ୍‌ ଅଟେ। କାରଣ ପ୍ରାଣୀ ଉଦ୍ୟାନର କର୍ମଚାରୀ ବାଘଙ୍କୁ ଯୋଗାଉଥିବା ଖାଦ୍ୟ ଧରିବାକୁ ବାଘଟି ଡେଇଁଥିଲା। ଯାହା ଭିଡିଓକୁ ନିରୀକ୍ଷଣ କରି ଦେଖିଲେ ବୁଝାପଡ଼େ। ତେବେ ସେ ଯାହା ବି ହେଉନା କାହିଁକି ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri