ପିଲାଙ୍କୁ ଆସୁନି ୩ କ ପଣିକିଆ: ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ବାଲେଶ୍ୱର ଅଫିସ, ୨୬।୬: ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଉତ୍ତମ ଶୈକ୍ଷିକ ବାତାବରଣ ଏବଂ ଶିକ୍ଷା ପ୍ରଦାନ ପାଇଁ ସ୍କୁଲକୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ହେଲେ କେତେକ ସ୍ଥାନରେ ଉତ୍ତମ ବ୍ୟବସ୍ଥା ଉପଲବ୍ଧ ଥାଇ ସୁଦ୍ଧା ପିଲାମାନଙ୍କ ଶିକ୍ଷାରେ ସେପରି ଉନ୍ନତି ପରିଲକ୍ଷିତ ହେଉ ନ ଥିବା ବାଲେଶ୍ୱର ଗସ୍ତରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ଜାଣିବାକୁ ପାଇଛନ୍ତି। ମନ୍ତ୍ରୀ ଦାଶ ଶନିବାର ସହରର ମଠସାହି ମହାବୀର ନୋଡାଲ ବିଦ୍ୟାଳୟ ଗସ୍ତ କରିଥିଲେ। ଏଠାରେ ୩ୟ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ୩କ ପଣିକିଆ ଆସୁ ନ ଥିବା ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ ମନ୍ତ୍ରୀ କ୍ଷୁବ୍ଧ ହୋଇଛନ୍ତି। ଏଥିସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ କାରଣଦର୍ଶାଅ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ସଦର ବିଧାୟକ ସ୍ବରୂପ ଦାସ ମନ୍ତ୍ରୀ ଦାଶଙ୍କୁ ବାଇକ୍‌ରେ ବସାଇ ଏକାଧିକ ସ୍କୁଲ୍‌ ପରିଦର୍ଶନ କରୁଥିବା ସମୟରେ ହେଲ୍‌ମେଟ ପିନ୍ଧି ନ ଥିବାରୁ ଗାଡ଼ି ମାଲିକଙ୍କୁ ଜରିମାନା ଗଣିବାକୁ ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ୬-ଟି ଅନ୍ତର୍ଗତ ‘ଟୁର୍‌’ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦାଶ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ପିଲାମାନଙ୍କ ପାଠପଢ଼ା ଏବଂ ବିଦ୍ୟାଳୟ ସମ୍ପର୍କରେ ବୁଝିଛନ୍ତି। ଶନିବାର ପୂର୍ବାହ୍ନ ୯ଟା ବେଳେ ମନ୍ତ୍ରୀ ମହାବୀର ନୋଡାଲ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନେ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ମନ୍ତ୍ରୀ ତୃତୀୟ ଶ୍ରେଣୀ କକ୍ଷରେ ପ୍ରବେଶ କରି ଛାତ୍ରୀଛାତ୍ରଙ୍କ ପାଠପଢ଼ା ସମ୍ପର୍କରେ ପଚାରିଥିଲେ। ଏହି ସମୟରେ ଜଣେ ଛାତ୍ରଙ୍କୁ ସେ ୩କ ପଣିକିଆ ଡାକିବାକୁ କହିଥିଲେ। ମାତ୍ର ଛାତ୍ର ଜଣକ ୨ଧାଡ଼ି ଡାକି ଅଟକିଯାଇଥିଲା। ଏହାକୁ ନେଇ ମନ୍ତ୍ରୀ ପ୍ରଧାନଶିକ୍ଷୟିତ୍ରୀ ବନଲତା ଦାସଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ତୃତୀୟ ଶ୍ରେଣୀର ଛାତ୍ର ୩କ ପଣିକିଆ କହି ନ ପାରିବା ଦୁଃଖର ବିଷୟ ବୋଲି କହି ମନ୍ତ୍ରୀ ତାଗିଦ୍‌ କରିଥିଲେ। ପରେ ଜିଲାଶିକ୍ଷାଧିକାରୀଙ୍କୁ ଉକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍‌ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଅଫିସ୍‌ ବନ୍ଦ ଥିବାରୁ ଆସନ୍ତା ସୋମବାର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ବିଧାୟକ ସ୍ବରୂପ ଦାସ ଷ୍ଟେଶନ ଛକରୁ ମନ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ସ୍କୁଲ ପରିଦର୍ଶନ କରୁଥିବାବେଳେ ଉଭୟଙ୍କ ମୁଣ୍ଡରେ ହେଲମେଟ୍‌ ନ ଥିବାରୁ ଟ୍ରାଫିକ୍‌ ପୋଲିସ ତାଙ୍କ ଗାଡ଼ି ନମ୍ବରର ଫଟୋ ଉଠାଇଥିଲେ। ପରେ ଏହାକୁ ବିଭାଗୀୟ ପୋର୍ଟାଲରେ ଅପ୍‌ଲୋଡ୍‌ କରିଥିଲେ। ବିଭାଗ ତରଫରୁ ସେମାନଙ୍କ ଉପରେ ୧ହଜାର ଟଙ୍କା ଜରିମାନା ହୋଇଥିଲା। ଟ୍ରାଫିକ୍‌ ଥାନାରେ ପହଞ୍ଚତ୍ ବାଇକ୍‌ ମାଲିକ ପଙ୍କଜ ଅଗ୍ରୱାଲ ୧ହଜାର ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି। ଜଣେ ମନ୍ତ୍ରୀ ଏବଂ ଜଣେ ବିଧାୟକ ହୋଇ ହେଲ୍‌ମେଟ ନ ପିନ୍ଧି ବାଇକ୍‌ରେ ବୁଲିବା ଘଟଣାକୁ ସାଧାରଣରେ ବିଭିନ୍ନ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri