ଖାଦ୍ୟାଭାବ ଆଶଙ୍କା

ଅସ୍ବାଭାବିକ ମୌସୁମୀ ଦେଶର ଖାଦ୍ୟ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଦିଗରେ ‘ସ୍ବାଭାବିକ ମୌସୁମୀ’ ପ୍ରାକୃତିକ ଭାବେ ବଡ଼ ଭୂମିକା ନେଇଥାଏ। ସ୍ବାଭାବିକ ବର୍ଷା ଫସଲ କରାଇ ଲୋକଙ୍କ ଖାଦ୍ୟ ଚାହିଦାକୁ ମେଣ୍ଟାଇଥାଏ। ଦରଦାମ ଓ ତଦ୍‌ଜନିତ ମୁଦ୍ରାସ୍ଫୀତି ବୃଦ୍ଧିକୁ ମଧ୍ୟ ଏହା ନିୟନ୍ତ୍ରଣରେ ରଖିଥାଏ। ମୁଦ୍ରାସ୍ଫୀତି ଉପରେ ଲଗାମ ଲଗାଇବା ପାଇଁ ଭାରତର ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦୁଇଥର ରୋପୋ ରେଟ୍‌ ବୃଦ୍ଧି କଲାଣି। ଏହାଦ୍ୱାରା ଋଣଗ୍ରହିତାଙ୍କ ଉପରେ ଅଧିକ ସୁଧ ବୋଝ ଲଦି ହୋଇଯାଇଛି। ଏବେ ଅସ୍ବାଭାବିକ ମୌସୁମୀରୁ ଭଲ ଫସଲ ଉତ୍ପାଦନ ହେବା ଆଶା ମଉଳୁଛି। ଆଗକୁ ଖାଦ୍ୟ ସଙ୍କଟ ସୃଷ୍ଟି ହେବା ସହ ସରକାରୀ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଜୁନ୍‌, ଜୁଲାଇରେ ଆବଶ୍ୟକ ବର୍ଷା ହେଉ ନ ଥିବାରୁ ଗତ କିଛି ବର୍ଷ ହେବ କୃଷି ଉତ୍ପାଦନ ପ୍ରଭାବିତ ହେଲାଣି। ଚଳିତ ବର୍ଷ ମୌସୁମୀ ବର୍ଷାର ଅନିୟମିତତା ମଧ୍ୟ କୃଷି କ୍ଷେତ୍ରକୁ ଗଭୀର ଭାବେ ପ୍ରଭାବିତ କରିବା ଚିନ୍ତା ବଢ଼ିଗଲାଣି। ଚଳିତ ବର୍ଷ କେରଳକୁ ମେ’ ୨୯ ରେ ଅର୍ଥାତ୍‌ ସ୍ବାଭାବିକର ୩ ଦିନ ପୂର୍ବରୁ ମୌସୁମୀ ପ୍ରବେଶ କରିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଗଲା। ହେଲେ ପାଗ ଅନୁକୂଳ ନ ହେବାରୁ ମଧ୍ୟଭାରତ ଓ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ମୌସୁମୀ ପ୍ରବେଶ ବିଳମ୍ବ ହୋଇଛି। ଯଦିଓ କେତେକ ରାଜ୍ୟକୁ ଏହା ପ୍ରବେଶ କରିଛି, ତେବେ ଆରବ ସାଗରରୁ ଜଳୀୟ ବାଷ୍ପ ଆସୁ ନ ଥିବାରୁ ମୌସୁମୀ ବର୍ଷା ହେଉନାହିଁ।
ଦୁର୍ବଳ ମୌସୁମୀ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଲାଣି। ରାଜ୍ୟରେ ଚାଷୀମାନେ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଆନ୍ତି। ବର୍ଷା ନ ଥିବାରୁ ଚାଷୀ ହାତବାନ୍ଧି ବସିଛନ୍ତି। ଚଳିତ ବର୍ଷ ଜୁନ୍‌ ୧୬ରେ ରାଜ୍ୟକୁ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ନଁା ଗନ୍ଧ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଜୁନ୍‌ ପହିଲାରୁ ଜୁନ୍‌ ୨୫ ମଧ୍ୟରେ ସ୍ବାଭାବିକଠାରୁ ୩୭% କମ୍‌ ବର୍ଷା ହୋଇଛି। କେବଳ ଅନୁଗୋଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଏବଂ ନୂଆପଡ଼ା ଜିଲାକୁ ବାଦ୍‌ଦେଲେ ରାଜ୍ୟର ୨୫ ଜିଲାରେ ନିଅଣ୍ଟିଆ ପରିସ୍ଥିତି ରହିଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ୧ରୁ ଏ ପର୍ଯ୍ୟନ୍ତ ପୁରୀରେ ସ୍ବାଭାବିକଠାରୁ ୮୩ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ୬୨%, ଭଦ୍ରକ ୬୧%, କେନ୍ଦ୍ରାପଡ଼ା ୬୬%, ନବରଙ୍ଗପୁର ୫୪%, ବୌଦ୍ଧ ୫୩%, ଗଜପତି ୫୫%, ଜଗତ୍‌ସିଂହପୁର ୪୫%, ଝାରସୁଗୁଡ଼ାରେ ୪୪% ବର୍ଷା ହୋଇଛି।
ବିଶେଷଜ୍ଞଙ୍କ ମତରେ ଯଦି ମୌସୁମୀ ବର୍ଷା ୧% କମ୍‌ ବେଶି ହେବ ତେବେ ତାହାର ପ୍ରଭାବ ଦେଶ ତଥା ରାଜ୍ୟର ଘରୋଇ ଅଭିବୃଦ୍ଧି (ଜିଏସ୍‌ଡିପି) ଉପରେ ୦.୩୪% ପଡ଼ିବ। ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ମଧ୍ୟ ୧୩% ହ୍ରାସ ପାଇବ। ଅନ୍ୟପକ୍ଷରେ ଭଲ ବର୍ଷା ହେଉ ନ ଥିବାରୁ ଚାଷୀ ଧାନ, ଗହମ ବଦଳରେ କମ୍‌ ବର୍ଷାରେ ଶୀଘ୍ର ଅମଳ ହେଉଥିବା ଅର୍ଥକରି ଫସଲ କରିବାକୁ ପସନ୍ଦ କଲେଣି। ଏଥିଯୋଗୁ ଖାଦ୍ୟ ସଙ୍କଟ ଆହୁରି ଭୟଙ୍କର ହେବ ବୋଲି କୃଷି ବିଶେଷଜ୍ଞ ଆଶଙ୍କା କଲେଣି।
ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଚଳିତ ବର୍ଷ ଆରବ ସାଗର କିମ୍ବା ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ସ୍ଥଳଭାଗକୁ ପ୍ରବେଶ କରୁନାହିଁ। ଏଥିସହିତ ଉତ୍ତର-ପୂର୍ବ ଭାରତରେ ଗରମ ବଢ଼ିଲେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥାଏ। ଚଳିତବର୍ଷ ଏଥିରେ ବ୍ୟତିକ୍ରମ ରହିଛି। ଫଳରେ ମୌସୁମୀ ବର୍ଷା ସ୍ବାଭାବିକ ହୋଇପାରୁ ନାହିଁ। ସୂର୍ଯ୍ୟମୁଖୀ ଚାଷ କରୁଥିବା କେନ୍ଦ୍ରାପଡ଼ାର ଚାଷୀ ବଳରାମ ଲେଙ୍କା କହିଛନ୍ତି ଯେ ଗତ କିଛିବର୍ଷ ହେବ ବର୍ଷା ଅଭାବରୁ ଆଉ ଭଲ ଧାନ ଅମଳ ହେଉନାହିଁ। ମୌସୁମୀ ବର୍ଷା ସ୍ବାଭାବିକ ହେଉ ନ ଥିବାରୁ ଧାନ ବୁଣିବା ବିଳମ୍ବ ହେଉଛି। ଅଧିକ ବର୍ଷା ଯୋଗୁ ତାହା ନଷ୍ଟ ହୋଇଯାଉଛି। ସୂର୍ଯ୍ୟମୁଖୀ, ପନିପରିବା କରି ପରିବାର ଚଳାଉଛି।
କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟର ଚାଷୀମାନେ ସାଧାରଣତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଆନ୍ତି। ଯଦି ଠିକ୍‌ ସମୟରେ ବର୍ଷା ନ ହେବ ତେବେ ଧାନ ଚାଷ ପ୍ରଭାବିତ ହେବ। ଅତ୍ୟଧିକ ବର୍ଷା ହେବା ଦ୍ୱାରା ଖାଲୁଆ ଜମିରେ ମଧ୍ୟ ଚାଷ ସମ୍ଭବ ହେବ ନାହିଁ। ଏଥିଯୋଗୁ କୃଷି ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଳବାୟୁକୁ ଦୃଷ୍ଟିରେ ରଖି ଜଳସେଚନ ବ୍ୟବସ୍ଥା ହେବା ଦରକାର ।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri