ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଆତଙ୍କରାଜ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ସୀମା ଟପିଛି। ଶୁକ୍ରବାର ଅପରାହ୍ନରେ ୫ ଗାଡିରେ ୧୦ରୁ ଅଧିକ ଅଣଛାତ୍ର ପହଞ୍ଚତ୍ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଛନ୍ତି। ଭୟରେ ଛାତ୍ରୀଛାତ୍ର ଦୌଡ଼ି ଜୀବନ ବଞ୍ଚାଇଥିବାବେଳେ ଯେଉଁମାନେ ପ୍ରତିବାଦ କରିଛନ୍ତି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଏପିରିକି ସମ୍ପୃକ୍ତ ଅଣଛାତ୍ରମାନେ କେତେଜଣ ଛାତ୍ରଙ୍କ ଉପରକୁ ଖଣ୍ଡା ଫୋପାଡ଼ିଥିଲେ ମଧ୍ୟ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶେଷରେ ଗାଡ଼ିଗୁଡିକୁ ଭଙ୍ଗା ରୁଜା କରି ଦୀର୍ଘ ସମୟ ଧରି ଉତ୍ପାତ କରିଥିଲେ। ଏମାନଙ୍କ ମଧ୍ୟରେ ଜଣେ ନିଜକୁ କର୍ପୋରେଟର ପୁଅ ବୋଲି କହିବା ସହ ମୋର କିଏ କ’ଣ କରିବ କହି ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ସେ ଅଣଛାତ୍ରଙ୍କ ସହ ମିଶି ପ୍ରାୟ ୨୦ ମିନିଟ୍‌ ଧରି ଆତଙ୍କ ଖେଳାଇଥିଲେ। ସେ ଉକ୍ତ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏର ଚତୁର୍ଥ ବର୍ଷର ଛାତ୍ର ବୋଲି ଜଣାପଡିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିଜର ଦବ୍‌ଦବା ଦେଖାଇବା ପାଇଁ ଅଣଛାତ୍ରଙ୍କୁ ଧରି ଏଭଳି ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି। କମେଣ୍ଟମରାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଜଣାପହିଛି। କେତେଜଣ ଛାତ୍ର ଶହୀଦନଗର ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଆତଙ୍କ ଖେଳାଉଥିବା ଅଣଛାତ୍ରମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏହାର ପ୍ରତିବାଦରେ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଅଭିଯୁକ୍ତଙ୍କୁ ଗିରଫ ନ ହେବା ଯାଏ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏଥିସହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ସିସିଟିଭି ଲଗାଇବାକୁ ଦାବି କରିଥିଲେ। ପୋଲିସ ବୁଝାଶୁଝା କରି ଖୁବ୍‌ଶୀଘ୍ର ଆତଙ୍କ ଖେଳାଉଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ୩ଜଣ ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ପୋଲିସ ପକ୍ଷରୁ ସୂଚନା ପାଇବା ପରେ ଛାତ୍ରମାନେ ଧାରଣାରୁ ଉଠିଥିଲେ।
ଆନ୍ଦୋଳନକାରୀ ଛାତ୍ରଙ୍କ ସୂଚନାନୁଯାୟୀ, ଉତ୍କଳ ବିଶ୍ୱବଦ୍ୟାଳୟ କ୍ୟାମ୍ପସ ପରିସରରେ ଦୀର୍ଘଦିନ ଧରି ଅଣଛାତ୍ରମାନେ ମନ ଇଚ୍ଛା ପ୍ରବେଶ କରୁଛନ୍ତି। କେତେଜଣ ଛାତ୍ର ମଧ୍ୟ ସେମାନଙ୍କ ସହ ସାମିଲ ହୋଇ ଶିକ୍ଷାୟତନକୁ ଆଡ୍ଡାସ୍ଥଳରେ ପରିଣତ କରିଛନ୍ତି। ଝିଅଙ୍କୁ କମେଣ୍ଟ ମାରି ହଇରାଣ କରିବା ଦଳ ଦଳ ହୋଇ ମଦ ପିଉଛନ୍ତି। ଯୁବକ ଏକାଠି ହୋଇ ନିଶାସେବନ କରି ଉତ୍ପାତ କରିବା ନେଇ ପ୍ରାୟ ସମୟରେ ଅଭିଯୋଗ ହୋଇ ଆସୁଛି। ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଅଭିଯୋଗକୁ ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ଶୁକ୍ରବାର ଏଭଳି ଘଟଣା ଘଟିଲା ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ଅଣଛାତ୍ରମାନେ ପୂର୍ବାହ୍ନରେ କ୍ୟାମ୍ପସ ପରିସରେ ଜଣେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଛାତ୍ରୀଙ୍କୁ କମେଣ୍ଟ ମାରିବାରୁ ଉପସ୍ଥିତ ଛାତ୍ରମାନେ ବିରୋଧ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଛାତ୍ରଗୋଷ୍ଠୀ ଓ ଅଣଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା। ହେଲେ ଅପରାହ୍ନରେ ଅଣଛାତ୍ରମାନେ ସଂଘବଦ୍ଧ ହୋଇ ପୁଣି କ୍ୟାମ୍ପସକୁ ଆସି ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଏପରି ଆତଙ୍କ ଖେଳାଇଥିଲେ। ଘଟଣା ପରଠାରୁ ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହୋଇ ରହିଥିବାବେଳେ ଛାତ୍ରୀଛାତ୍ରମାନେ ଭୟଭୀତ ହୋଇପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

କୋର୍ଟରେ ମାମଲା ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି, ଗିରଫ କଲା ଭିଜିଲାନ୍ସ

ଜୟପୁର,୧୮ା୧୨(ପବନ ପାଣିଗ୍ରାହୀ ): କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା...

ଲଣ୍ଡନରେ ଜନ୍ମଦିନ ପାଳନ କରୁଛନ୍ତି ପଳାତକ ବିଜୟ ମାଲ୍ୟା, ଲଳିତ ମୋଦି ଦେଲେ ବିଶେଷ ପାର୍ଟି

ଲଣ୍ଡନ,୧୮।୧୨: ପୂର୍ବତନ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଅଧ୍ୟକ୍ଷ ଲଳିତ ମୋଦି ଲଣ୍ଡନରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ...

IND vs SA 4th T20I: ଭରରତ-ସାଉଥ ଆଫ୍ରିକା ମ୍ୟାଚ ରଦ୍ଦ ହେଲେ ବୁଡ଼ିଯିବ କି ଦର୍ଶକଙ୍କ ଟିକେଟ ଟଙ୍କା? ଜାଣନ୍ତୁ କ’ଣ ରହିଛି BCCIର ନିୟମ

ନୂଆଦିଲ୍ଲୀ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଗୋଟିଏ ବି ବଲ ଖେଳି ନଯାଇ ବାତିଲ କରାଯାଇଥିଲା। ଘନ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ,୧୯।୧୨: ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri