ଧାନକିଣାରେ ସ୍ବଚ୍ଛତା ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୨୨।୬: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା ଗସ୍ତରେ ଆସି ଯୋଗାଣ, ସମବାୟ ସଂସ୍ଥା ଏବଂ ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ମଙ୍ଗଳବାର ଜିଲା ପରିଷଦ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କକ୍ଷରେ ଆୟୋଜିତ ବୈଠକରେ ଷ୍ଟାଣ୍ଡିଂ କମିଟିର ଚେୟାରମ୍ୟାନ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ସଦସ୍ୟ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇଥିଲେ। ଚାଷୀଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଧାନକିଣାରେ ସ୍ବଚ୍ଛତା, ଚାଷୀଙ୍କୁ ଧାନର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ରବିଧାନ ବିକ୍ରି ଲାଗି ଚାଷୀଙ୍କ ଠାରୁ କଟନିଛଟନି ଅଭିଯୋଗ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ ଏବଂ ଅନ୍ୟ ସାମଗ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ। ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା ଲାଗି ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲା ଯୋଗାଣ ଅଧିକାରୀ(ସିଏସଓ) ସୁଗୁଡା ମୁର୍ମୁ କହିଥିଲେ, ଚଳିତବର୍ଷ ରବିଧାନ ବିକ୍ରି ଲାଗି ଜିଲାରେ ୨୫ଶହ ଚାଷୀ ପଞ୍ଜୀକରଣ କରିଛନ୍ତି। ୨୨ଟି ପ୍ୟାକ୍ସରେ ୫୨୯୪୧ ମେଟ୍ରିକ ଟନ(ଏମଟି) ଧାନ କିଣିବା ଲାଗି ଟାର୍ଗେଟ ରହିଛି। ମଙ୍ଗଳବାର ସୁଦ୍ଧା ୧୧୩୬ଜଣ ଚାଷୀଙ୍କ ଠାରୁ ୪୦ହଜାର ୯୯୩ କୁଇଣ୍ଟାଲ ଧାନ କିଣାଯାଇଥିବା ସୂଚନା ଦେଇଥିଲେ। ତେବେ ରବିଧାନରେ ଚାଷୀଙ୍କ ଠାରୁ ୫କେଜି ପର୍ଯ୍ୟନ୍ତ କଟନିଛଟନି କରାଯାଉଥିବା ନେଇ ଅଭିଯୋଗ ଉପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଧଉଳିମୁହଁ ପ୍ରାଥମିକ ସେବା ସମବାୟ ସମିତି ପରିଦର୍ଶନ କରି ଧାନର କ୍ୱାଲିଟି ପରୀକ୍ଷଣ ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଜିଲାରେ ୧୩୯ଟି ପ୍ୟାକ୍ସ ରହିଛି। ସେଥିରୁ ୬୦ ପ୍ରତିଶତ ପ୍ୟାକ୍ସର ନିଜସ୍ବ ଘର ରହିଥିବା ବେଳେ ବଳକା ସମିତି ଭଡା ଘରେ ଚାଲୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ସମିତିର ନିଜସ୍ବ କୋଠା ନିର୍ମାଣ ଲାଗି ଏଷ୍ଟିମେଟ କରି ବିଭାଗକୁ ପଠାଇବା ପାଇଁ ଡିଆରସିଏସକୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ବୁଣାକାରଙ୍କ ଦକ୍ଷତା ବିକାଶ, ଆର୍ଥିକ ସ୍ବଚ୍ଛଳତା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବୁଣାକାରଙ୍କ ସମସ୍ୟା ସମଧାନ ଦିଗରେ ଗୁରୁତ୍ୱ ଦେବା ଲାଗି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ପ୍ରଶାସନ) ମନୋଜ ପାଢୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ସିଏସଓ ମୁର୍ମୁ, ଅତିରିକ୍ତ ସିଏସଓ ବିଷ୍ଣୁପ୍ରସାଦ ପରିଡା, ଡେପୁଟି କୋଅପରେଟିଭ ରେଜିଷ୍ଟ୍ରାର (ଡିଆରସିଏସ) ଅଳକା ଜେନା, ଏଆରସିସି ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପର ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଗୃହକମିଟି ଖୋର୍ଦ୍ଧା ବ୍ଲକ ନାଲିପଡା ଅର୍ଜୁନପୁର ପଞ୍ଚାୟତ ପରିଦର୍ଶନ କରିଥିଲେ। କମିଟି ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଯୋଗାଣ ସହାୟକଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଉପସ୍ଥିତ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ। ଖାଉଟି ସାମଗ୍ରୀ ସୁଷମ ବଣ୍ଟନ ନେଇ ପରାମର୍ଶ ଦେଇଥିଲେ। ଏହା ପରେ ଗୋଦାମ ଗୃହର ଗଚ୍ଛିତ ରହିଥିବା ଚାଉଳର ମାନ ପରୀକ୍ଷଣ କରିଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁଚରଣ ପରିଡା, ନରସିଂହ ପଣ୍ଡା, ଯୋଗାଣ ନିରୀକ୍ଷକ ସ୍ମୃତିରେଖା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତ ଯୋଗାଣ ସହାୟକ ଆଶୁତୋଷ ମହାନ୍ତି, ଜିଆରଏସ ଦିପିକା ଜଗଦ୍ଦେବ, ନାଏବ ସରପଞ୍ଚ ସୁବାସନୀ ବଡଜେନା, ଓ୍ବାର୍ଡସଭ୍ୟ ଗନ୍ଧର୍ବ ନାୟକ, ଅମିତା ଲେଙ୍କାଙ୍କ ସମେତ ସମସ୍ତ କର୍ମଚାରୀ, ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri