ଜେରା ହେବେ ଦୁଇ ପୁରୁଷ ବନ୍ଧୁ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ଅଭିନେତ୍ରୀ ରଶ୍ମିରେଖା ଓଝା ଓରଫ ସୋନି(୨୨)ଙ୍କ ରହସ୍ୟଜନକ ମୃତ୍ୟୁକୁ ୪ ଦିନ ବିତିଛି। ପ୍ରାଥମିକ ତଦନ୍ତରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଉଥିବାବେଳେ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗକୁ ଦୋହରାଇଛନ୍ତି। ଏ ପରିସ୍ଥିତିରେ ତଦନ୍ତକୁ ଆଗକୁ ବଢ଼ାଇବା ସହ ଅଧିକ ତଥ୍ୟ ପାଇବାକୁ ପୋଲିସ ଦୁଇ ପୁରୁଷ ବନ୍ଧୁ ସନ୍ତୋଷ ଓ ରାଜାଙ୍କୁ ଜେରା କରିବାକୁ ଯୋଜନା କରୁଛି। ସେମାନଙ୍କୁ ପୋଲିସ ଥାନାକୁ ଡକାଇଥିବା ସୂଚନା ମିଳିଛି। ଏଥିସହ ରଶ୍ମିରେଖାଙ୍କ ଲାପ୍‌ଟପ୍‌ ଓ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଯାଞ୍ଚ କରାଯାଉଛି। ସେଥିରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାକୁ ପୋଲିସ ଆଶା ରଖିଛି।
ରଶ୍ମିରେଖାଙ୍କୁ ପୁରୁଷ ବନ୍ଧୁ ସନ୍ତୋଷ ହିଁ ହତ୍ୟା କରିଥିବା ପରିବାର ଲୋକେ କହି ଆସୁଛନ୍ତି। ବାପା ରଞ୍ଜନ ଓଝା କହିଛନ୍ତି, ମୋ ଝିଅ ଆତ୍ମହତ୍ୟା କରିନାହିଁ। ତାକୁ ହତ୍ୟା କରି ଟାଙ୍ଗି ଦିଆଯିବା ପରେ ଅଭିଯୁକ୍ତମାନେ ଘରର ପଛପଟ ଝରକା ଦେଇ ପଳାଇଯାଇଛନ୍ତି। ସନ୍ତୋଷ ପାତ୍ର ହିଁ ଝିଅକୁ ହତ୍ୟା କରିଛନ୍ତି। ସନ୍ତୋଷଙ୍କୁ ଘର ଯିଏ ଦେଇଥିଲା, ସେ ହିଁ ଏସବୁର ମୂଳ କାରଣ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ମା’ ରଞ୍ଜିତା ଓଝା କହିଛନ୍ତି, ରାଜା ବାରମ୍ବାର ରଶ୍ମିରେଖାଙ୍କୁ ଫୋନ କରି କେଉଁଠି ଅଛୁ ବୋଲି ପଚାରୁଥିଲେ। ଫଳରେ ସନ୍ତୋଷ ଏହାକୁ ସନ୍ଦେହ କରି ରଶ୍ମିରେଖାଙ୍କୁ ହତ୍ୟା କରିଥିବା ସେ କହିଛନ୍ତି। ତେବେ ପରିବାର ଲୋକେ ବାରମ୍ବାର ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ଦେଉଥିଲେ ମଧ୍ୟ କାହା ନାମରେ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି। ଫଳରେ ପରିବାର ଲୋକଙ୍କ ମନ୍ତବ୍ୟ ଉପରେ ସନ୍ଦେହ କରାଯାଉଛି। ରଶ୍ମିରେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ଯଦି ଆତ୍ମହତ୍ୟା ତେବେ କାରଣ କ’ଣ, କିଏ ଚାପ କିମ୍ବା ପ୍ରବର୍ତ୍ତାଇଥିଲେ କି? ଏଭଳି ବିଭିନ୍ନ ଦିଗକୁ ନେଇ ସାଧାରଣରେ ଆଲୋଚନା ଜାରି ରହିଥିବାବେଳେ ପୋଲିସର ତଦନ୍ତ ଉପରେ ସମସ୍ତଙ୍କ ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri