Posted inଜାତୀୟ

ଅଗ୍ନିପଥ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ସୁଅବସର, ରବିଶଙ୍କର…

ନୂଆଦିଲ୍ଲୀ, ୨୦।୬ : ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଆର୍ଟ ଅଫ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଅଗ୍ନିପଥ ଯୋଜନାକୁ ନେଇ ହେଉଥିବା ବିରୋଧକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ ଦେଶ ପାଇଁ ବଳିଦାନ ଦେବାକୁ ଏବଂ ଦେଶକୁ ସୁରକ୍ଷା ଦେବା ପାଇଁ ଉତ୍ସର୍ଗୀକୃତ ଯୁବକମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ଯୁବବର୍ଗ ଭ୍ରମିତ ନ ହୋଇ ଏହି ସୁଅବସରର ଲାଭ ନେବା ଆବଶ୍ୟକ। ଏହି ଯୋଜନା ସମ୍ପର୍କରେ ଭଲ ଭାବେ ଭାବିଚିନ୍ତି ପଦକ୍ଷେପ ନେବାର ସମୟ ଆସିଛି।

ସ୍ବିଜରଲ୍ୟାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶରେ ମଧ୍ୟ ଏକରୁ ଦୁଇ ବର୍ଷ ପର୍ଯ୍ୟନ୍ତ ସେନାରେ ସେବା କରିବା ବାଧ୍ୟତାମୂଳକ । ସେସବୁ ଦେଶ ତୁଳନାରେ, ଭାରତର ନୂତନ ସାମରିକ ସେବା ଯୋଜନା ସର୍ବୋତ୍ତମ ବୋଲି ସେ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

ହେବକି ତୃତୀୟ ବିଶ୍ବଯୁଦ୍ଧ, ଆମେରିକା ନିର୍ମାଣ କରୁଛି ସବୁଠି ଘାତକ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୨୩।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପରିସ୍ଥିତିରେ ରେକର୍ଡ ପରେ ରେକର୍ଡ କରିବାକୁ ଚାହାନ୍ତି । ଏହି ଲକ୍ଷ୍ୟରେ ଟ୍ରମ୍ପ ପ୍ରାୟତଃ ନାର୍ସିସିଜିମର ଚରମ...

ଦକ୍ଷିଣ ଏସିଆ ପିଲାଙ୍କ ବିକାଶରେ ବାଧକ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩ା୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ...

ଆମେରିକାରେ ପ୍ରବାସୀଙ୍କୁ ବଡ଼ ଅଫର!

ଓ୍ବାଶିଂଟନ,୨୩।୧୨: ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ଅବୈଧ ପ୍ରବାସୀମାନଙ୍କ ପାଇଁ ଆତ୍ମ-ନିର୍ବାସ ପାଇଁ ଆର୍ଥିକ ପ୍ରୋତ୍ସାହନ ୧୦୦୦ ଡଲାରରୁ ୩୦୦୦ ଡଲାରକୁ ବୃଦ୍ଧି କରିଛି।...

ମଧ୍ୟପ୍ରଦେଶରୁ ଏୟାରଲିଫ୍ଟ ହେଲା ବାଘୁଣୀ

ସେଓନି,୨୩ା୧୨: ମଧ୍ୟପ୍ରଦେଶର ସେଓନିସ୍ଥିତ ପେଞ୍ଚ ରିଜର୍ଭର ଏକ ବାଘୁଣୀ ୨୪ ଦିନ ପରେ ବନ ବିଭାଗ ଅଧିକାରୀଙ୍କ ହାତରେ ଧରାଦେଇଛି। ରବିବାର ଏହାକୁ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର...

୨୪ରେ ରାଜ୍ୟ କ୍ୟାବିନେଟ: ୭ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୩।୧୨(ରବିନାରାୟଣ ଜେନା): ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି।...

Bangladesh Violence: ବାଂଲାଦେଶ ହିଂସା ଭିତରେ ବଡ଼ ଘୋଷଣା କଲେ ୟୁନୁସ୍, କହିଲେ ନିର୍ବାଚନ…

ନୂଆଦିଲ୍ଲୀ,୨୩।୧୨: ଦୁଇ ଦୁଇଟି ହତ୍ୟା ପରେ ଜଳୁଛି ବାଂଲାଦେଶ । ଏହାରି ଭିତରେ  ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଫେବୃଆରୀ ୧୨ ତାରିଖରେ ସାଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri