ଜହ୍ନିକୁଦାରୁ ସାତପଡ଼ା ଜଳଯାତ୍ରା ବନ୍ଦ

କୃଷ୍ଣପ୍ରସାଦ,୧୯।୬(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ଏବଂ ଆଳୁପାଟଣା ଗଁା ମଧ୍ୟରେ ରହିଥିବା ବିବାଦ ବଢ଼ିବାରେ ଲାଗିଛି। ଗତ ଗୁରୁବାର ୩୫ ମୌଜା କମିଟି ସମ୍ପାଦକଙ୍କୁ ଆଳୁପାଟଣା ଗ୍ରାମର କେତେଜଣ ଯୁବକ ସାତପଡ଼ାରେ ମାଡ଼ ମାରିଥିଲେ। ଏହାର ପ୍ରତିବାଦରେ ଶନିବାର ୩୫ମୌଜା କମିଟି ପକ୍ଷରୁ ଚିଲିକାର ସାତପଡ଼ା ଘାଟରୁ ଜହ୍ନିକୁଦା ଆସୁଥିବା ଭସାପୋଲ(ଭେସେଲ) ଓ ଡଙ୍ଗା ଚଳାଚଳକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରଖାଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ସୂଚନା ମୁତାବକ, ଗତ ବିଷୁବ ସଂକ୍ରାନ୍ତିରେ ଦେଉଳପଡ଼ାରେ ଦ୍ୱିତୀୟ ବାଲିଯାତ୍ରା ଚାଲିଥିବା ବେଳେ କୌଣସି କାରଣକୁ ନେଇ ଆଳୁପାଟଣା ଏବଂ ତିତିପ ଗ୍ରାମର କେତେଜଣ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେବାରୁ ୩୫ ମୌଜାର ସଭାରେ ଆଲୋଚନା କରାଯାଇଥିଲା। ମାତ୍ର ସମାଧାନ ହୋଇ ପାରି ନ ଥିଲା। ତିତିପ ଗଁା ୩୫ ମୌଜା ଅଞ୍ଚଳରେ ହୋଇଥିବା ବେଳେ ଏହି ଅଞ୍ଚଳବାସୀ ସାତପଡ଼ା ଦେଇ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥାନ୍ତି। ଏହାର ସୁଯୋଗରେ ଆଳୁପାଟଣାର କେତେଜଣ ଯୁବକ ସାତପଡ଼ାରେ ୩୫ ମୌଜାର ଲୋକଙ୍କୁ ମାଡ଼ ମାରିଥିଲେ। ଏନେଇ ୩୫ ମୌଜା ଅଞ୍ଚଳବାସୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସମାଧାନ ହୋଇପାରି ନ ଥିଲା। ଗତ ଗୁରୁବାର ୩୫ ମୌଜା କମିଟିର କେତେଜଣ ସଦସ୍ୟ ଏକ ଯାତ୍ରା ପାର୍ଟିକୁ ଆଡଭାନ୍ସ ଦେବା ପାଇଁ ଗମ୍ଭାରୀ ଗ୍ରାମକୁ ଯାଇଥିଲେ। ସେଠାରେ ସମ୍ପାଦକ ବଟକୃଷ୍ଣ ତରେଇଙ୍କୁ ଦେଖି ଆଳୁପାଟଣାର କେତେଜଣ ଯୁବକ ମାଡ଼ ମାରିଥିଲେ। ଏନେଇ ଶନିବାର ୩୫ମୌଜା କମିଟି ପକ୍ଷରୁ ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଯାଉଥିବା ଭସାପୋଲ ଓ ଡଙ୍ଗା ଚଳାଚଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ଏଥିସହ ବ୍ଲକର ସମସ୍ତ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ୩୫ ମୌଜା କମିଟି ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି। ନ୍ୟାୟ ଦାବିରେ ୩୫ ମୌଜା କମିଟି ପକ୍ଷରୁ ଜହ୍ନିକୁଦା ଘାଟରେ ଧାରଣା ଦିଆଯାଇଥିଲା। ଖବରପାଇ ତହସିଲଦାର ଉଲାସ କୁମାର ସେଠୀ, ବିଡିଓ ମନୋଜ କୁମାର ନାୟକ, କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ଦିଲୀପ କୁମାର ସ୍ବାଇଁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ। ତେବେ ଘଟଣା ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ତହସିଲଦାର ସେଠୀ କହିଛନ୍ତି। ଅନ୍ୟପକ୍ଷରେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ୩୫ମୌଜା କମିଟି ପକ୍ଷରୁ କୁହାଯାଇଛି। ଏହି ଧାରଣାରେ କମିଟି ସଭାପତି ଦାମୋଦର ବିଶ୍ୱାଳ, ସମ୍ପାଦକ ବଟକୃଷ୍ଣ ତରେଇ, କବିରାଜ ମାଝୀ, ସୁରେନ୍ଦ୍ରନାଥ ମାଝି, ଅଶୋକ ସାମନ୍ତ ସିଂହାର, ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ବିଜୟ ତରେଇ, ହେମନ୍ତ ଜେନା, କାଶୀନାଥ ଜେନା, ସୁରେନ୍ଦ୍ର ସାହୁ, ସଞ୍ଜୟ ଜେନା, ଗଣେଶ ନାୟକ, ମନୋଜ ସାହୁ, ମାୟାଧର ତରେଇ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri