ନାବାଳକଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତିରୁ ୩ଦିନ ତଳେ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଗୁରୁବାର ଠାବ ହୋଇଛି। ସେ ହେଲେ ଦୈତ୍ୟରାଜ ନାୟକ(୧୬)। ବସ୍ତିଠୁ ମାତ୍ର ୩୦ ମିଟର ଦୂର ଜଙ୍ଗଲିଆ ଅଞ୍ଚଳର ଏକ ଖାଲସ୍ଥାନରୁ ପୋଲିସ ତାଙ୍କ ମୃତଦେହକୁ ଜବତ କରିଛି। ମୃତଦେହକୁ ପୋଲିସ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ହେଲେ ସା ହୋଇଯିବାରୁ ଶୁକ୍ରବାର ବ୍ୟବଚ୍ଛେଦ କରାଯିବ। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ପ୍ରଦୀପ କୁମାର ରାଉତ କହିଛନ୍ତି।

ମୃତଦେହ ପଚି ଗନ୍ଧେଇବାରୁ ଜଣାପଡ଼ିଲା
ଦୈତ୍ୟରାଜଙ୍କ ମୃତଦେହ ଯେଉଁଠୁ ମିଳିଛି ତାହା ଚନ୍ଦକା ଜଙ୍ଗଲର ସୀମା ଅଞ୍ଚଳ। ସହର ମଧ୍ୟକୁ ହାତୀଙ୍କ ପ୍ରବେଶ ରୋକିବା ପାଇଁ ସେଠି ନାଳ ଖୋଳା ଯାଇଛି। ମୃତଦେହ ପଚିଯାଇଥିବାରୁ ସେଠାରୁ ପ୍ରବଳ ଦୁର୍ଗନ୍ଧ ଆସୁଥିଲା। ବସ୍ତିର କିଛି ଝିଅ ନିକଟରେ ଦୋଳି ଖେଳୁଥିବାବେଳେ ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ଘଟଣାସ୍ଥଳକୁ ଯାଇଥିଲେ। ମୃତଦେହରେ ଏକ କମ୍ବଳ ଘୋଡ଼ାଯାଇଥିବାବେଳେ ତା’ ଉପରେ କିଛି ଗଛଲତା ପଡ଼ିଥିଲା। ହେଲେ ବାହାରକୁ ଏକ ହାତ ଦିଶୁଥିଲା। ଝିଅମାନେ ଏନେଇ ବସ୍ତିରେ ଖବର ଦେବାରୁ ପରିବାର ଲୋକ ସେଠାକୁ ଆସି ଚିହ୍ନିବା ପରେ ପୋଲିସକୁ ଖବର ଦେଇଥିଲେ।
ଶୁକ୍ରବାର ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବ ସାଇଣ୍ଟିଫିକ୍‌ ଟିମ୍‌ ସା ହୋଇଯିବାରୁ ପୋଲିସ କେବଳ ଦୈତ୍ୟରାଜଙ୍କ ମୃତଦେହ ଜବତ କରି ହସ୍ପିଟାଲ ପଠାଇଛି। ହେଲେ ଅନ୍ୟ ପ୍ରମାଣ ସଂଗ୍ରହ ବାକି ରହିଛି। ଶୁକ୍ରବାର ପୋଲିସ ସେଠାକୁ ଯାଇ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବ। ଏଥିସହ ସେଠାରେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ବିଭିନ୍ନ ନମୁନା ସଂଗ୍ରହ କରିବାକୁ ଯିବ ବୋଲି ଥାନାଧିକାରୀ କହିଛନ୍ତି।
ରଜ ପାଇଁ କିଣିଥିବା ନୂଆ ପୋଷାକ, ଜୋତା ପିନ୍ଧିପାରିଲେନି
ରଜ ପାଇଁ ଦୈତ୍ୟରାଜ ଅନ୍‌ଲାଇନ୍‌ରେ ନୂଆ ପୋଷାକ ଓ ଜୋତା କିଣିଥିଲେ। ମଙ୍ଗଳବାର ପହିଲି ରଜରେ ତାକୁ ପିନ୍ଧି ବୁଲିଥାନ୍ତେ। ହେଲେ ସୋମବାରଠୁ ସେ ନିଖୋଜ ହୋଇଯିବା ପରେ ଘରେ ନୂଆ ପୋଷାକ ଓ ଜୋତା ପଡ଼ି ରହିଛି। ଏହାକୁ ଭାବି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିବା ତାଙ୍କ ଭାଇ କହିଛନ୍ତି।

ଗୁପ୍ତାଙ୍ଗରେ ଆଘାତ, ମୁହଁରେ ଏସିଡ୍‌ ଢାଳିଥିବା ସନ୍ଦେହ

ଦୈତ୍ୟରାଜ ନିଖୋଜ ହେବା ସମୟରେ ହାଫ୍‌ପ୍ୟାଣ୍ଟ ଓ ଶାର୍ଟ ପିନ୍ଧିଥିଲେ। ହେଲେ ମୃତଦେହ ମିଳିବା ପରେ ତାଙ୍କ ଦେହରେ କୌଣସି ପୋଷାକ ନ ଥିଲା। ତାଙ୍କ ଶରୀର ପଚିଯାଇଛି। ମୁହଁରେ ଏସିଡ୍‌ ଭଳି ରାସାୟନିକ ଜିନିଷ ପକାଯାଇ ପୋଡ଼ି ଦିଆଯାଇଥିବା ଜଣାପଡ଼ୁଛି। ୩ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଦୈତ୍ୟରାଜଙ୍କ ଗୁପ୍ତାଙ୍ଗକୁ ସାହିର କିଛି ନିର୍ଦ୍ଦିଷ୍ଟ ପିଲା ମାଡ଼ ମାରି ହତ୍ୟା କରିଥିବା ତାଙ୍କ ବଡ଼ଭାଇ ଶିବଶଙ୍କର କହିଛନ୍ତି।

ସୋମବାରଠୁ ନିଖୋଜ ଥିଲେ ଦୈତ୍ୟରାଜ

ସୋମବାର ସାରେ ଦୈତ୍ତ୍ୟରାଜ ବସ୍ତିରେ ବୁଲାବୁଲି କରୁଥିଲେ। ରାତି ପ୍ରାୟ ୧୦ଟା ୩୦ବେଳେ ଉକ୍ତ ବସ୍ତିରେ ରହୁଥିବା ଗେଡ଼ୁ ନାମକ ଜଣେ ଯୁବକ ଦୈତ୍ୟରାଜଙ୍କ ମୋବାଇଲ ଆଣି ପରିବାର ଲୋକଙ୍କୁ ଦେଇଥିଲେ। ଦୈତ୍ତ୍ୟରାଜ ତାଙ୍କ ମୋବାଇଲକୁ ଘର ଲୋକଙ୍କୁ ଦେବାକୁ କହିଥିଲେ ବୋଲି ସେ କହିଥିଲେ। ପୁଅ କୁଆଡ଼େ ଗଲା ବୋଲି ପଚାରିବାରୁ ଗେଡ଼ୁ କିଛି ନ କହି ପଳାଇ ଯାଇଥିଲେ। ରାତି ଅଧିକ ହେବା ସହ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକ ଗେଡ଼ୁଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ପଚାରିଥିଲେ। ଗେଡ଼ୁ ସହ ଦୈତ୍ୟରାଜ ଏବଂ ଆଉ କିଛି ଯୁବକ ପୁରୀ ଯାଇଛନ୍ତି ବୋଲି ଗେଡ଼ୁଙ୍କ ମା’ କହିଥିଲେ। ତେବେ ମଙ୍ଗଳବାର ପୁରୀରୁ ଫେରିବା ପରେ ଗେଡ଼ୁଙ୍କୁ ପଚାରିବାରୁ, ଦୈତ୍ୟରାଜ ତାଙ୍କ ସହ ଯାଇ ନ ଥିଲେ ବୋଲି କହିଥିଲେ। ତେଣୁ ପରିବାର ଲୋକ ବହୁ ଖୋଜାଖୋଜି କରି ନୟାନ୍ତ ହୋଇପଡ଼ିଥିଲେ। ଦୈତ୍ୟରାଜଙ୍କ ସନ୍ଧାନ ନ ମିଳିବାରୁ ବାପା ଯୁଧିଷ୍ଠିର ମଙ୍ଗଳବାର ଅପରାହ୍ନରେ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ବସ୍ତିର ଦୀପକ ବୋଲି ଜଣେ ଯୁବକ ତାଙ୍କ ପୁଅଙ୍କୁ ଅପହରଣ କରିଥିବା ନେଇ ସେ ସନ୍ଦେହ କରୁଥିବା ଏତଲାରେ ଉଲ୍ଲେଖ କରିଥିଲେ। ଦୈତ୍ୟରାଜ ନାବାଳକ ହୋଇଥିବାରୁ ପୋଲିସ ଏକ ଅପହରଣ ମାମଲା (ନଂ. ୨୦୨/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏପଟେ ଦୈତ୍ୟରାଜଙ୍କ ନିଖୋଜ ନେଇ ପରିବାର ଲୋକେ ଆଖପାଖ ଅଞ୍ଚଳରେ ପୋଷ୍ଟର ମଧ୍ୟ ଲଗାଇଥିଲେ।

୩ ଦିନ ତଳେ ପଡ଼ୋଶୀଙ୍କ ସହ ଝଗଡ଼ା ହୋଇଥିଲା

ଏକ ନିର୍ଦ୍ଦିଷ୍ଟ କାରଣକୁ ନେଇ ପଡ଼ୋଶୀ ଦୀପକ ଓ ଦୈତ୍ୟରାଜଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିପାଇଁ ବସ୍ତିରେ ବୈଠକ ମଧ୍ୟ ବସିଥିଲା। ତେଣୁ ଦୀପକ ଓ ତାଙ୍କ ସାଥୀମନେ ଦୈତ୍ୟରାଜଙ୍କୁ ହତ୍ୟା କରିଥିବା ଭାଇ ଶିବଶଙ୍କର ଅଭିଯୋଗ କରିଛନ୍ତି। ତାଙ୍କୁ ପୋଲିସ ଜେରା କରୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri