ବନ୍ଦର, ପେଟ୍ରୋକେମିକାଲ୍ସ ପ୍ଲାଣ୍ଟକୁ ବିରୋଧ

ବାଲିଆପାଳ,୮।୬(ସ୍ବ.ପ୍ର.): ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ବନ୍ଦର ଓ ପେଟ୍ରୋକେମିକାଲ୍ସ ପ୍ଲାଣ୍ଟ ବିରୋଧରେ ଜନଅସନ୍ତୋଷ ଦିନକୁ ଦିନ ତେଜିବାରେ ଲାଗିଛି। ଉପକୂଳ ଭିଟାମାଟି ସୁରକ୍ଷା କମିଟି ଆହ୍ବାନରେ ମଙ୍ଗଳବାର ଦକ୍ଷିଣ ବାଲିଆପାଳର ବେତାଗଡ଼ିଆ ପଞ୍ଚାୟତ ନହରା ଛକରେ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ୩ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ସମାବେଶରେ ଯୋଗଦେଇ ଭିଟାମାଟିକୁ ସୁରକ୍ଷା କରିବା ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ ବୋଲି ଶପଥ ନେଇଥିଲେ। ଉପକୂଳ ଭିଟାମାଟି ସୁରକ୍ଷା କମିଟି ଆବାହକ ଅରୁଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସାମାଜିକ କର୍ମୀ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ଏବଂ ଜନ ଆନ୍ଦୋଳନ ସମୂହର ରାଷ୍ଟ୍ରୀୟ ସମନ୍ବୟ କମିଟି ଅଧ୍ୟକ୍ଷା ମେଧା ପାଟେକର ଯୋଗଦେଇ ବକ୍ତବ୍ୟରେ କହିଥିଲେ ଏକତା ହିଁ ବଳ। ଆମେ ଏକ ହୋଇ ଲଢ଼ିବା। ଆମ ଭିଟାମାଟିକୁ ବଞ୍ଚାଇବା। ଏଇ ଲଢ଼େଇ ଆମ ସମସ୍ତଙ୍କର ଲଢ଼େଇ। ହମ୍‌ ଲଢ଼େଙ୍ଗେ ହମ୍‌ ଜିତେଙ୍ଗେ ବୋଲି ନାରା ଦେଇଥିଲେ। ବିଶିଷ୍ଟ ପରିବେଶବିତ୍‌ ତଥା ଗ୍ରୀନ୍‌ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ୱର କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି, ଆଇନଜୀବୀ ଜୟନ୍ତ ଦାସ, ଓଡ଼ିଶା ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ଆମ୍‌ ଆଦମୀ ପାର୍ଟିର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର, ଓଡ଼ିଶା ଏଆଇଏସ୍‌ଏଫ୍‌ର ସଭାପତି ସଂଘମିତ୍ରା ଜେନା, ବାଲିଆପାଳ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଜନ କୁମାର ନାୟକ, ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ୨୪ନଂ. ଜିଲା ପରିଷଦ ଜୋନ ସଦସ୍ୟ ବାବାଜୀ ଦେହୁରୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏବଂ ଭିଟାମାଟି ସୁରକ୍ଷା କମିଟିର ସକ୍ରିୟ ସଂଗ୍ରାମୀ ସଦସ୍ୟ ଉପସ୍ଥିତ ରହି ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri