‘ସମାଧାନ କର, ନଚେତ୍‌ ଲଢ଼ିବାକୁ ଓକିଲ ଦିଅ’

ଭୁବନେଶ୍ୱର,୪ା୬(ବ୍ୟୁରୋ): ୫ ଦିନ ପୂର୍ବରୁ ସ୍ଥିର ହୋଇଥିବା ଯୋଜନା ମୁତାବକ ବହୁ ସେବାୟତ ଶୁକ୍ରବାର ଏକ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ବସ୍‌ ଯୋଗେ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସା ୫ଟା ୪୫ରେ ପହଞ୍ଚିଥିଲେ। ପ୍ରାୟ ୫୦ରୁ ଅଧିକ ସେବାୟତ ପୁରୀ ଉପଜିଲାପାଳ ଭବତାରଣ ସାହୁଙ୍କ ନେତୃତ୍ୱରେ ଆସି ସେଠାରେ ପହଞ୍ଚିବା ପରେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଆଗକୁ ରଥଯାତ୍ରା ଥିବାରୁ ସେବାୟତମାନଙ୍କୁ ଡାକି ସେମାନଙ୍କ ସମସ୍ୟା ଏବଂ ଆବଶ୍ୟକତା ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଗାମୀ ରଥଯାତ୍ରାରେ ସହଯୋଗ କରିବାକୁ ସରକାରଙ୍କ ଅନୁରୋଧ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କରୁଥିବା ସମର୍ଥନ ପ୍ରତିବଦଳରେ ସେବାୟତମାନେ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଦାବି କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଆଇନଜୀବୀ ମୃଣାଳିନୀ ପାଢ଼ୀ ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଏକ ମକଦ୍ଦମା କରିଥିଲେ। ସୁପ୍ରିମକୋର୍ଟ ଏନେଇ ୨୦୧୯ ନଭେମ୍ବର ୪ରେ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ୨୨ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେଥିମଧ୍ୟରେ ବଂଶାନୁକ୍ରମିକ ସେବା ପରମ୍ପରା ଉପରେ ରୋକ ଲଗାଇ ସିଧାସଳଖ ସେବାୟତ ନିଯୁକ୍ତ କରିବାକୁ କୁହାଯାଇଥିଲା। ଏହାକୁ ଅନୁପାଳନ କରିବାକୁ ସରକାର ପ୍ରସ୍ତୁତ ହେଉଥିବା ଖବର ମିଳିବା ପରେ ସେବାୟତମାନେ ତାହାର ସମାଧାନ ପାଇଁ ଚେଷ୍ଟା ଆରମ୍ଭ କରିଥିବା କୁହାଯାଉଛି। ବୈଠକରେ ଉପସ୍ଥିତ ଥିବା ଜଣେ ସେବାୟତ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବଂଶାନୁକ୍ରମିକ ସେବା ପରମ୍ପରା ନେଇ ହେବାକୁ ଥିବା କଟକଣାକୁ ସେମାନେ ବିରୋଧ କରୁଛନ୍ତି। କାରଣ ଜଣେ ସେବାୟତ ଜନ୍ମରୁ ମହାପ୍ରଭୁଙ୍କ ସେବାର ଅଧିକାର ରଖୁଛନ୍ତି। ତାହାକୁ ସେମାନେ ଅକ୍ଷୁଣ୍ଣ ରଖିବାକୁ ଚାହୁଁଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ କରିବାକୁ ସେବାୟତମାନେ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ନଚେତ ମାମଲା ଲଢ଼ିବା ପାଇଁ ଓକିଲ ଯୋଗାଇ ଦିଅନ୍ତୁ ବୋଲି ସେମାନେ ଦାବିପତ୍ର ମାଧ୍ୟମରେ ଜଣାଇଥିବା ସେବାୟତ ଜଣକ କହିଛନ୍ତି।
ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ବହୁ ସେବାୟତ ଅଛନ୍ତି, ଯେଉଁମାନଙ୍କ ଶ୍ରୀମନ୍ଦିରରେ ଅଳ୍ପ ସେବା ରହିଛି। ହେଲେ ସେମାନେ ସବୁବେଳେ ମନ୍ଦିରରେ ସେବା କରୁଛନ୍ତି। ବହୁ ଲୋକ ଘଣ୍ଟ ବାଡେଇବା ସେବାୟତ କହି ମନ୍ଦିରରେ କାମ ଚଳାଇଛନ୍ତି। ମନଇଚ୍ଛା ବହୁ ଲୋକ ସେଥିରେ ପଶିଯାଇଛନ୍ତି। ତାହାକୁ ପରିବର୍ତ୍ତନ କରି, ଯାହାର ଯେତିକି ପାଳି ସେତିକି କରିବେ। ଏହାକୁ ଲାଗୁ ନ କରାଇବା ପାଇଁ ସେବାୟତମାନଙ୍କ ପକ୍ଷରୁ ମଧ୍ୟ ମାମଲା ଲଢ଼ାଯାଉଥିବା ସେ କହିଛନ୍ତି। ହେଲେ ବିଧିବଦ୍ଧ ଭାବେ ବୈଠକରେ କ’ଣ ଆଲୋଚନା ହେଲା ସେ ବିଷୟରେ ପଚରାଯିବାରୁ ବୈଠକରେ ଉପସ୍ଥିତ ବହୁ ସେବାୟତ ରଥଯାତ୍ରା ନେଇ ଆଲୋଚନା ହୋଇଥିବା କହିଛନ୍ତି। ଶ୍ରୀମନ୍ଦିର ସଂସ୍କାର ବିଷୟରେ ହୋଇଥିବା ଆଲୋଚନା କଥାକୁ ସେମାନେ ଏଡ଼ାଇ ଯାଇଛନ୍ତି। ଉପଜିଲାପାଳ ମଧ୍ୟ ରଥଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିବା କହିଛନ୍ତି।
ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ରଥଯାତ୍ରାରେ ଅଧିକ ଲୋକ ହେବେ, ତାହାକୁ ଦୃଷ୍ଟିରେ ରଖି ଅଧିକ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ଲାଗି ଦାବି କରାଯାଇଛି। ସେହିପରି ପୁରୀ ଲୋକନାଥ ମନ୍ଦିର ସହ ୫ ମହାଦେବଙ୍କ ମନ୍ଦିର ଉନ୍ନତୀକରଣ କରିବା, ବନ୍ଦ ଥିବା ରଘୁନାଥ ବେଶ ଆରମ୍ଭ କରିବା ଏବଂ ପରିକ୍ରମା ପ୍ରକଳ୍ପ କାମ ତୁରନ୍ତ ଶେଷ କରିବାକୁ ଦାବି କରାଯାଇଛି ବୋଲି ଗୌରହରି କହିଛନ୍ତି। ବୈଠକ ଶେଷ ପରେ ସେବାୟତମାନେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ସନ୍ଧ୍ୟା ୭ଟାରେ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଏହାସହ ସେବାୟତ ନିଯୋଗର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଇଥିଲେ। ଏହାପରେ ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦେଇଥିବା ରାୟ ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri