ଦୁଇଦିନରେ ମାଟିତଳୁ ମିଳିଲା ୨ ହାତୀ କଙ୍କାଳ

ଭୁବନେଶ୍ୱର, ୪।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଶିକାର ବୃଦ୍ଧି ସହ ଚୋରା ଚାଲାଣ ଓ ବାରମ୍ବାର ହାତୀ ମୃତ୍ୟୁ ଏଭଳି ଆଶଙ୍କା ସୃଷ୍ଟି କରିଛି। ଗୁରୁବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବଡ଼ମ୍ବା ରେଞ୍ଜ୍‌ ଅଧୀନ ଗୋପପୁର ସେକ୍ସନ ଅନ୍ତର୍ଗତ ଚନ୍ଦ୍ରଗିରି ଜଙ୍ଗଲରେ ଚଢ଼ାଉ କରି ମାଟିତଳୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରିଥିଲା। ଶୁକ୍ରବାର ଅନ୍ୟଏକ ସ୍ଥାନରେ ପୋତାଯାଇଥିବା ଆଉ ଏକ ହାତୀର କଙ୍କାଳ ମିଳିଛି। ଏହି ଘଟଣାକୁ ନେଇ ଦାୟିତ୍ୱରେ ଥିବା ବନ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଧାରା ସନ୍ଦେହଘେରକୁ ଆସିଛି।
କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ଶୁକ୍ରବାର ଅପରାହ୍ନରେ ବଡ଼ମ୍ବା ରେଞ୍ଜ୍‌ ଅନ୍ତର୍ଗତ ଜେନାପାଳ ଗାଁ ଭିତରେ ପଶି ଚନ୍ଦ୍ରଗିରି ପାହାଡ଼ ନିକଟରେ ପହଞ୍ଚତ୍ଥିଲେ। ଏକ ବିଲର ସନ୍ଦେହଜନକ ସ୍ଥାନକୁ ଜେସିବି ଦ୍ୱାରା ଖୋଳିଥିଲେ। ୩ ମିନିଟ ଖୋଳିବା ପରେ ଉତ୍କଟ ଦୁର୍ଗନ୍ଧ ବାହାରିଥିଲା। ଆହୁରି ଖୋଳାଯିବାରୁ ହାତୀର ମୁଣ୍ଡ ଭାଙ୍ଗି ଖଣ୍ଡେ ଖପୁରି ପ୍ରଥମେ ବାହାରକୁ ଆସିଥିଲା। ଏହାପରେ ହାତୀର ଅନ୍ୟ ହାଡ଼ସବୁ ବାହାରିଥିଲା। ବ୍ୟବଚ୍ଛେଦ ପାଇଁ ୫ଜଣ ଭେଟେରିନାରି ଡାକ୍ତର ସେଠାରେ ଉପସ୍ଥିତ ଥିଲେ। ହାତୀଟି ମାଈ ଓ ୮-୧୦ ବର୍ଷ ବୟସର ହୋଇଥିବା ସେମାନେ ଅନୁମାନ କରିଛନ୍ତି। ଏଥିସହ ହାଡ଼, ମାଂସ ଆଦି ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ଓୟୁଏଟିସ୍ଥିତ ସେଣ୍ଟର ଫର୍‌ ୱାଇଲ୍ଡ ଲାଇଫ୍‌ ହେଲ୍‌ଥକୁ ପଠାଯିବ। ସାତକୋଶିଆର ପ୍ରାଣୀ ଚିକିତ୍ସକ ଡା. କିଶୋର ସାହୁ ମେଟାଲ ଡିଟେକ୍ଟର ସାହାଯ୍ୟରେ ହାତୀ ଖପୁରି ଓ ହାଡ଼ଗୁଡ଼ିକୁ ଯାଞ୍ଚ କରିଥିଲେ। ତେବେ କେଉଁଠି ବି ଗୁଳି ବା ଅନ୍ୟ କିଛି ଧାତବ ପଦାର୍ଥ ଥିବାର ସୂଚନା ମିଳି ନ ଥିଲା।
ଘଟଣା ସମ୍ପର୍କରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଏଥିରେ ବନ ବିଭାଗର ସମ୍ପୃକ୍ତି ଥିବା ଜଣାପଡ଼ୁଛି। ସବୁବେଳେ ଫରେଷ୍ଟର ବା ଗାର୍ଡମାନଙ୍କୁ ନିଲମ୍ବନ କରି ଦୋଷ ଖସାଇ ଦିଆଯାଉଛି। ବଡ଼ମ୍ବା ରେଞ୍ଜର ଏବଂ ତାଙ୍କର ଖାସ୍‌ ଥିବା ଫରେଷ୍ଟର ଓ ସମ୍ପୃକ୍ତ ଅନ୍ୟମାନେ ଗିରଫ ହେବା ଦରକାର। ଆଠଗଡ଼ ଡିଏଫ୍‌ଓ ମଧ୍ୟ ଏଥିପାଇଁ ଦାୟୀ ରହିବେ। ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ରର ମୁଖ୍ୟ ପୁରବୀ ପାତ୍ର କହିଛନ୍ତି, ବଡମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ ୨୦୧୧ରେ ଏହିଭଳି ଏକ ହାତୀ ମୃତ୍ୟୁ ଘଟଣାରେ ଗିରଫ ହୋଇ ୬ ମାସ ଜେଲରେ ଥିଲେ। ତେଣୁ ସେ ହାତୀ ମୃତ୍ୟୁ ଚପାଇବାରେ ପାରଙ୍ଗମ ଥିବେ। ଏ ବିଷୟରେ ମୁଁ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ଅବଗତ କରିଛି। ଏଭଳି ଅଧିକାରୀ କେମିତି ହାତୀଙ୍କୁ ସୁରକ୍ଷା ଦେବେ ବୋଲି ପୁରବୀ ପ୍ରଶ୍ନ କରିଛନ୍ତି।
ଆଠଗଡ଼ ଡିଏଫ୍‌ଓ କହିଛନ୍ତି, ଆମ ଡିଭିଜନର କର୍ମଚାରୀ ସବୁବେଳେ ସରକାରୀ ଏସ୍‌ଓପି ପାଳନ କରୁଛନ୍ତି। ହାତୀ ସୁରକ୍ଷା ପାଇଁ ଆମେ ସବୁବେଳେ ତତ୍ପର। ଏହି ଘଟଣାରେ କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି, ଏହି ଘଟଣାର ତଦନ୍ତ ହେବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri