ଆଖଣ୍ଡଳମଣିରେ ଶିବ ବିବାହ: ସରିଲା ମଙ୍ଗଳକୃତ୍ୟ

ଆରଡ଼ି,୩।୬(ଡି.ଏନ.ଏ.): ରାତି ପାହିଲେ ଦେବ ଦମ୍ପତିଙ୍କ ବାହାଘର। ଦେବଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା। ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଶୁକ୍ରବାର ଦେବ ଦମ୍ପତିଙ୍କ ମଙ୍ଗଳକୃତ୍ୟ ଶେଷ ହୋଇଛି।

ଭୋର ୪ ଟାରେ ମନ୍ଦିର ପହଡ଼ ଖୋଲାଯାଇ ସାଢ଼େ ୪ଟାରେ ମଙ୍ଗଳ ଆଳତି ସମ୍ପନ୍ନ ହୋଇଥିଲା। ପରେ ବାବାଙ୍କୁ ବିଧି ପୂର୍ବକ ହଳଦୀ ଲେପନ କରି ସ୍ନାନ କରାଯାଇଥିଲା। ପୂର୍ବାହ୍ନରେ ଦେବ ଦମ୍ପତିଙ୍କ ମଙ୍ଗଳକୃତ୍ୟ ପାଇଁ ଉଭୟ ବରପିତା ଦୁଷ୍ମନ୍ତ ପାଢ଼ୀ ଓ କନ୍ୟା ପିତା ଚନ୍ଦ୍ରମଣି ପାଢ଼ୀଙ୍କ ଘରେ ଭିଡ଼ ଜମିଥିଲା। ବେଦଜ୍ଞ ବ୍ରହ୍ମଶ୍ରୀଙ୍କ ମଙ୍ଗଳାଷ୍ଟକ ପାଠ ପରେ ସେବାୟତ ପରିବାରର ଧର୍ମପ୍ରାଣା ସଧବା ମହିଳାମାନେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କୁ ହଳଦୀ ଲେପନ କରି ସୁବାସିତ ଜଳରେ ସ୍ନାନ କରାଇଥିଲେ। ପରେ ମାତା ପାର୍ବତୀଙ୍କୁ ସୁବାସିତ ଜଳରେ ସ୍ନାନ କରାଇ ହଳଦିଆ ବସ୍ତ୍ର ପିନ୍ଧାଇ କନ୍ୟା ବେଶରେ ସଜ୍ଜିତ କରାଇଥିଲେ। ଏହାପରେ ଉଭୟ ପରିବାର ବରଧରା ସମ୍ପର୍କରେ ଆଲୋଚନା କରିଥିଲେ।

ଶନିବାର ପୂର୍ବାହ୍ନ ୧୦ଟାରେ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରି ବରପିତାଙ୍କ ଗୃହକୁ ପଠାଇବେ ବୋଲି କନ୍ୟାପିତା କହିଥିଲେ। ଏହାକୁ ସ୍ବୀକାର ପୂର୍ବକ ବରଘର ପରିବାର ଲୋକେ ସମ୍ମତି ଜଣାଇଥିଲେ। ମଙ୍ଗଳକୃତ୍ୟ ପରେ ସମସ୍ତ ସେବାୟତଙ୍କ ପରିବାର କାନ୍ଥରେ ବିଧି ମୁତାବକ ବାହା ଚିତା ପଡ଼ିଥିଲା। ଶିବବିବାହ ଉତ୍ସବକୁ ସୁରୁଖୁରୁରେ ସମାପନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଅବ୍ୟାହତ ରହିଛି ବୋଲି ଧୂଷୁରୀ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟି ଓ ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜ ବୈଦ୍ୟନାଥ ସୋରେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri