Posted inଜାତୀୟ

ନୀରବିଲା ‘ଭଏସ୍‌ ଅଫ୍‌ ଲଭ୍‌’

କୋଲକାତା, ୧ା୬: ଭର୍ସାଟାଇଲ ଗାୟକ ତଥା କେକେ ନାମରେ ବେଶ୍‌ ପରିଚିତ କ୍ରିଷ୍ଣକୁମାର କୁନ୍ନଥଙ୍କ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଦକ୍ଷିଣ କୋଲକାତାର ନଜରୁଲ୍‌ ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରିବା ପରେ ହୋଟେଲ ରୁମ୍‌କୁ ଫେରିଥିଲେ। ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସଙ୍ଗେ ସଙ୍ଗେ ତାଙ୍କୁ କାଲାକାଟା ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏମ୍‌ଆର୍‌ଆଇ)କୁ ନିଆଯାଇଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ଡାକ୍ତର କେକେଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। କେକେଙ୍କ ଗୀତ ସବୁବର୍ଗର ଲୋକଙ୍କ ମନକୁ ଛୁଇଁଥିଲା। ସେ ତାଙ୍କ ସଙ୍ଗୀତ ମାଧ୍ୟମରେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ତାଙ୍କ ପରଲୋକରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର, ଗାୟକ ହର୍ଷଦୀପ କୌର, ଚଳଚ୍ଚିତ୍ର ନିର୍ମାତା ଶ୍ରୀଜିତ୍‌ ମୁଖାର୍ଜୀଙ୍କ ସମେତ ସିନେଜଗତର ବହୁ କଳାକାର ଓ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲୟାଲମ୍‌, ମରାଠୀ, ବେଙ୍ଗଲୀ, ଅହମିୟା, ଗୁଜରାଟୀ ଭାଷାରେ ସେ ଅନେକ ଲୋକପ୍ରିୟ ଗୀତ ରେକର୍ଡ କରିଛନ୍ତି। ବଲିଉଡ୍‌କୁ ସେ ବହୁ ହିଟ୍‌ ଗୀତ ଦେଇଛନ୍ତି। ସେଥିମଧ୍ୟରେ ଆଖୋଁ ମେ ତେରି (ଓମ୍‌ ଶାନ୍ତି ଓମ୍‌), ତଡପ୍‌ ତଡପ୍‌ (ହମ୍‌ ଦିଲ୍‌ ଦେ ଚୁକେ ସନମ୍‌), ଦଶ୍‌ ବହାନେ କର୍‌ କେ ଲେ ଗୈ ଦିଲ୍‌ (ଦଶ୍‌), ତୁନେ ମାରି ଏଣ୍ଟ୍ରିଆ (ଗୁଣ୍ଡେ), ଜରାସା (ଜନତ୍‌), ଡୋଲାରେ ଡୋଲାରେ (ଦେବ୍‌ଦାସ), ଖୁଦା ଜାନେ (ବଚ୍‌ନା ଏ ହସିନୋ), ପିୟା ଆୟେ ନା (ଆସିକି ୨), ଇଣ୍ଡିଆ ଓ୍ବାଲେ (ହାପି ନ୍ୟୁ ଇୟର), ତୁ ଜୋ ମିଲା (ବଜରଙ୍ଗୀ ଭାଇଜାନ୍‌), ତୁହି ମେରି ସବ୍‌ ହୈ (ଗ୍ୟାଙ୍ଗଷ୍ଟର), ସଚ୍‌ କେହ ରହା ହୈ ଦିଓ୍ବାନା (ରେହନା ହୈ ତେରେ ଦିଲ୍‌ ମେ) ଆଦି ଶତାଧିକ ହିଟ୍‌ ଗୀତ ଦେଇ ଲୋକଙ୍କ ହୃଦୟରେ ରାଜ୍‌ କରିଛନ୍ତି। ସିନେ ଇଣ୍ଡଷ୍ଟ୍ରିରେ ‘ଭଏସ୍‌ ଅଫ୍‌ ଲଭ୍‌’ ଭାବେ ମଧ୍ୟ ସେ ପରିଚିତ ଥିଲେ।
୧୯୬୮ ଅଗଷ୍ଟ ୨୩ରେ କେକେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀ ୟୁନିଭର୍ସିଟି ଅଧୀନରେ କିରୋରି ମଲ୍‌ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୯୧ରେ ଜ୍ୟୋତି କ୍ରିଷ୍ଣାଙ୍କ ସହ ତାଙ୍କ ବିବାହ ହୋଇଥିଲା। ତାଙ୍କ ପୁଅଙ୍କ ନାଁ ନକୁଳ କ୍ରିଷ୍ଣା କୁନ୍ନତ ଏବଂ ଝିଅ ତାମରା କୁନ୍ନତ। ତାଙ୍କ ପ୍ରଥମ ସଙ୍ଗୀତ ଆଲବମ୍‌ ‘ପଲ୍‌’ ୧୯୯୯ରେ ରିଲିଜ୍‌ ହୋଇଥିଲା। ସେହି ବର୍ଷ କ୍ରିକେଟ ବିଶ୍ୱକପ୍‌ ବେଳେ ଭାରତୀୟ ଟିମ୍‌କୁ ଉତ୍ସାହିତ କରିବା ଲାଗି ସେ ‘ଜୋସ୍‌ ଅଫ୍‌ ଇଣ୍ଡିଆ’ ଗୀତ ଗାଇଥିଲେ। ସେ ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଁ ୬ ଥର ମନୋନୀତ ହୋଇଥିଲେ। ୨୦୦୯ରେ ଖୁଦା ଜାନେ ଗୀତ ପାଇଁ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍କ୍ରିନ୍‌ ଆଓ୍ବାର୍ଡ ପାଇଥିଲେ। ଏହା ବ୍ୟତୀତ ତାମିଲ, କନ୍ନଡ ଭାଷାରେ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ପାଇଥିଲେ। ୨୦୧୨ ରେ ମାଲୟାଲମ ଗୀତ ପାଇଁ ତାଙ୍କୁ ଇନାମ୍‌-ସ୍ବରାଲୟ ସିଙ୍ଗର ଅଫ୍‌ ଦି ଇଅର ପୁରସ୍କାର ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri