ତାଲିକାରେ ରହିଲେ, ଆସିବେନି ବହୁ ନେତା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ରେ ଭୋଟ ଗ୍ରହଣ ହେବ। ତେବେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରି ବିଜୟ ମୁକୁଟ ପିନ୍ଧିବା ସକାଶେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ଜୋର୍‌ଦାର ପରିଶ୍ରମ କରୁଛନ୍ତି। ତେବେ ରାଜ୍ୟରେ ଯେଉଁସବୁ ସ୍ଥାନରେ ଉପନିର୍ବାଚନ ହୁଏ ତାହା ସବୁବେଳେ ବିଜେଡି ସପକ୍ଷରେ ଯିବାର ଏକାଧିକ ଉଦାହରଣ ସୃଷ୍ଟି ହୋଇସାରିଲାଣି। ୨୦୧୪ରେ ବ୍ରଜରାଜନଗର ଆସନରୁ ଭାଜପା ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ରାଧାରାଣୀ ପଣ୍ଡା ୨୦୧୯ରେ କିନ୍ତୁ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ପରାଜିତ ହୋଇଥିଲେ। କିଶୋରଙ୍କ ମୃତ୍ୟୁ ହେବା ଏବଂ ଏହି ଆସନରେ ପୁଣି ଥରେ ୫ ବର୍ଷ ଭିତରେ ଉପନିର୍ବାଚନ ହେବା ରାଧାରାଣୀଙ୍କ ପାଇଁ ଏକ ସୁଯୋଗ କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଭାଜପା ଏହି ଆସନରେ ବିଜୟୀ ହେବା ଲାଗି ବାସ୍ତବରେ କେତେ ଆଗ୍ରହୀ ତାକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ଜୋର୍‌ ଧରିଛି। ଏହାର ମୁଖ୍ୟ କାରଣ ଭାଜପାର ଷ୍ଟାର କ୍ୟାମ୍ପେନର ତାଲିକା। ଭାଜପା ଭଳି କଂଗ୍ରେସର ମଧ୍ୟ ସମଦଶା।
ତେବେ ଭାଜପା ଜାରି କରିଥିବା ଷ୍ଟାର କ୍ୟାମ୍ପେନର ତାଲିକାରେ ବହୁ କେନ୍ଦ୍ର ନେତାଙ୍କୁ ସାମିଲ କରିଥିଲା। ଫଳରେ ତାଲିକାରେ ସୁଯୋଗ ପାଇ ନ ଥିବା ବହୁ ରାଜ୍ୟ ନେତୃବୃନ୍ଦ ମୁହଁ ଖୋଲି ନ ଥିଲେ ମଧ୍ୟ ଭିତରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏବେ ଯେତେବେଳେ ଷ୍ଟାର୍‌ କ୍ୟାମ୍ପେନର ତାଲିକାରେ ସାମିଲ ଥିବା କେନ୍ଦ୍ର ନେତାଙ୍କ ଦେଖାମିଳୁନି ଧୀରେ ଧୀରେ ଅସନ୍ତୋଷ କୁହୁଳିବା ଆରମ୍ଭ ହୋଇଯାଇଛି। ତାଲିକାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ପ୍ରହଲ୍ଲାଦ ଜୋଷୀ, ଅଶ୍ୱିନୀ ବୈଷ୍ଣବ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଏର ଖାରବେଳ ସ୍ବାଇଁ, ପୂର୍ବତନ ଛତିଶଗଡ଼ ମନ୍ତ୍ରୀ ବ୍ରିଜମୋହନ ଅଗ୍ରଓ୍ବାଲ, ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଏପର୍ଯ୍ୟନ୍ତ ପ୍ରଚାର ମଇଦାନରେ ଦେଖା ମିଳୁନାହାନ୍ତି। ଆସନ୍ତା ୨୯ ତାରିଖ ସା ୫ଟାରେ ପ୍ରଚାର ସମୟ ଶେଷ ହେବ। ତେଣୁ ପ୍ରଚାରର ଶେଷଦିନ ଏହିସବୁ ନେତାଙ୍କ ମଧ୍ୟରୁ କେଉଁମାନେ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଦିନ ପ୍ରଚାର କରି ଫେରିଯାଇଛନ୍ତି। ଏହାପରେ କିମ୍ବା ପୂର୍ବରୁ ଧର୍ମେନ୍ଦ୍ର ପ୍ରଚାର ମଇଦାନକୁ ଆସିନାହାନ୍ତି। ଅନ୍ୟପକ୍ଷରେ ଗତ ପିପିଲି ଉପନିର୍ବାଚନ ସମୟରେ ମଧ୍ୟ ଭାଜପା ଷ୍ଟାର କ୍ୟାମ୍ପେନର ତାଲିକାରେ ସ୍ଥାନ ପାଇଥିବା ନେତାଙ୍କ ମଧ୍ୟରୁ ଅନେକଙ୍କୁ ଦେଖିବାକୁ ମିଳି ନ ଥିଲା। ଓଡ଼ିଶାରୁ ରାଜ୍ୟ ସଭା ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶନିବାର ଓଡ଼ିଶା ଆସୁଥିଲେ ସୁଦ୍ଧା ବ୍ରଜରାଜନଗରରେ ପ୍ରଚାର କରିବାକୁ ଯିବା ନେଇ ତାଙ୍କର କୌଣସି ଯୋଜନା ନ ଥିବା ଜଣାପଡିଛି। ଏନେଇ ଏମ୍‌ପି ସୁରେଶ ପୂଜାରୀଙ୍କୁ ପଚାରିବାକୁ ସେ କହିଛନ୍ତି, ଏ ବିଷୟରେ ଦଳର ସଭାପତି ଏବଂ ସଙ୍ଗଠନ ସମ୍ପାଦକଙ୍କୁ ପଚାର। ଦଳର ସଭାପତି ସମୀର ମହାନ୍ତିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଟେଲିଫୋନ ଉଠାଇନାହାନ୍ତି। ଅନ୍ୟପଟେ ଦଳର ସଙ୍ଗଠନ ସମ୍ପାଦକଙ୍କ ସହ ଯୋଗାଯୋଗ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ନମ୍ବର ଦେବା ଲାଗି ବାରଣ ଥିବା ଦଳର କେତେଜଣ କାର୍ଯ୍ୟକର୍ତ୍ତା କହିଛନ୍ତି।
ପଞ୍ଚାୟତ ଓ ପୌର ଭୋଟରେ କଂଗ୍ରେସ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ବ୍ରଜରାଜନଗର ଉପନିର୍ବାଚନ ଏକତ୍ରିତ ହୋଇ ସମସ୍ତେ ଲଢ଼ିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ସେହି ଅନୁସାରେ ଦେଖିଲେ ରାଜ୍ୟର ଏକାଧିକ ଟାଣୁଆ ନେତା ଅନେକ ବିଧାୟକ ବ୍ରଜରାଜନଗର ପ୍ରଚାର ମଇଦାନରେ ଅଛନ୍ତି। ହେଲେ ଷ୍ଟାର କ୍ୟାମ୍ପେନର ତାଲିକାରେ ସ୍ଥାନ ପାଇଥିବା କେନ୍ଦ୍ର ନେତାଙ୍କ ଦେଖା ମିଳୁନାହିଁ। ପ୍ରଭାରୀ ଏ. ଚେଲ୍ଲାକୁମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସ୍ବାସ୍ଥ୍ୟମନ୍ତ୍ରୀ ଟି. ଏସ୍‌. ସିଂଦେଓ, କହ୍ନେୟା କୁମାର, ଅମରଜିତ ଭଗତ, ଜିଗ୍ନେଶ ମଭାନିଙ୍କ ସମେତ ରାଜ୍ୟ ନେତା ଭକ୍ତ ଦାସ ଓ ଆହୁରି ଅନେକ ନେତା ଯେଉଁମାନେ ତାଲିକାରେ ଅଛନ୍ତି ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନରେ ସେମାନଙ୍କ ଦେଖା ମିଳିଲା ନାହିଁ। ବ୍ରଜରାଜନଗର ସୀମାକୁ ଲାଗିଥିବା ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ସତ୍ତ୍ୱେ ଉପନିର୍ବାଚନରେ ମନ୍ତ୍ରିମଣ୍ଡଳର କୌଣସି ନେତା ନ ଆସିବା ଦଳର ଉପନିର୍ବାଚନ ଲଢ଼ିବା ଆଗ୍ରହ ସ୍ପଷ୍ଟ କରୁଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବହୁ ଜଣଙ୍କୁ ଡକାଯାଇଥିଲା ସେମାନେ ଯଦି ଆସିବେ ଆସନ୍ତୁ, ନ ହେଲେ ନାହିଁ। ଯେଉଁମାନେ ଆସି ନାହାନ୍ତି ସେମାନଙ୍କ କିଛି କାମ ଯୋଗୁ ଆସି ନ ଥାଇପାରନ୍ତି। ଏହି ତାଲିକା ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ ପ୍ରକାଶ କରାଯାଏ ବୋଲି ସେ କହିଛନ୍ତି।
ସେହିପରି ବିଜେଡି ମୁଖ୍ୟ ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଯାଇ ନ ଥିବାବେଳେ ତାଙ୍କ ଯିବାର କୌଣସି କାର୍ଯ୍ୟକ୍ରମ ନ ଥିବା ଶୁଣିବାକୁ ମିଳୁଛି। ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ଦଳରୁ ଦାୟିତ୍ୱ ମିଳିଥିବା ବହୁ ନେତା ସେଠାରେ ନିଜର କାର୍ଯ୍ୟକ୍ରମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପରି କାଲି ବି ଜାଳିବ, ରେଡ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩୦।୪: ଆକାଶରୁ ନିଆଁ ବର୍ଷୁଛି। ଏମିତି ଲାଗୁଛି ଯେମିତି ବାହାରକୁ ବାହାରିଲେ ମୁହଁପୋଡି ହୋଇଯିବ। ତେବେ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିବାବେଳେ...

ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ

ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri