କ୍ୱାଡ୍‌ ଫେଲୋଶିପ୍‌ ଶୁଭାରମ୍ଭ, ୧୦୦ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ…

ଟୋକିଓ, ୨୪।୫ : ଜାପାନର କ୍ୱାଡ୍‌ ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ‘କ୍ୱାଡ ଫେଲୋଶିପ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଶିକ୍ଷାର୍ଥୀମାନଙ୍କୁ କ୍ୱାଡ ଫେଲୋଶିପ ପାଇଁ ଆବେଦନ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଆମର ଶିକ୍ଷାର୍ଥୀମାନଙ୍କୁ କ୍ୱାଡ ଫେଲୋଶିପ ପ୍ରୋଗ୍ରାମ ପାଇଁ ଆବେଦନ କରିବାକୁ ଉତ୍ସାହିତ କରୁଛି ଏବଂ ମାନବିକତା ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଷ୍ଟେମ୍‌(ଏସଟିଇଏମ୍‌) ନେତା ତଥା ଅଭିନବଙ୍କ ପରବର୍ତ୍ତୀ ପିଢ଼ିଙ୍କ ଯୋଗ ଦେବା ନେଇ ପ୍ରୋତ୍ସାହିତ କରୁଛି।

ଏହି ସମ୍ମିଳନୀରେ କୁହାଯାଇଛି ଯେ ପ୍ରତ୍ୟେକ କ୍ୱାଡ୍‌ ଦେଶର ୨୫ ଜଣ ଲେଖାଏଁ ଶିକ୍ଷାର୍ଥୀଙ୍କୁ ଏଭଳି ମୋଟ ୧୦୦ ଜଣଙ୍କୁ ଏହି ଫେଲୋଶିପ ପ୍ରଦାନ କରାଯିବ। ଏହା ଅଧୀନରେ, ଆମେରିକାର ଅଗ୍ରଣୀ ଷ୍ଟେମ୍‌ ସ୍ନାତକ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଏବଂ ଡକ୍ଟରେଟ ଡିଗ୍ରୀ ହାସଲ କରିବାକୁ ପ୍ରତିବର୍ଷ ୧୦୦ ଜଣ ଶିକ୍ଷାର୍ଥୀଙ୍କୁ ଅଧ୍ୟୟନର ସୁଯୋଗ ମିଳିବ।

କ୍ୱାଡ୍‌ରେ ପ୍ରଥମ ଥର ପାଇଁ ଶିକ୍ଷାର ବିଷୟ ଆସିଛି। କ୍ୱାଡ ଫେଲୋଶିପ କାର୍ଯ୍ୟକ୍ରମରେ ଗରିବ ଦେଶରୁ ୧୦୦ ଜଣ ଶିକ୍ଷାର୍ଥୀଙ୍କୁ ଛାତ୍ରବୃତ୍ତି ମାଧ୍ୟମରେ ପରସ୍ପରର ଦେଶରେ ଅଧ୍ୟୟନ କରିବାକୁ ସୁଯୋଗ ପ୍ରଦାନ କରାଯିବ।କ୍ୱାଡ ଫେଲୋସିପ କାର୍ଯ୍ୟକ୍ରମ ଆମେରିକାରେ ଅଧ୍ୟୟନ କରିବା ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତରେ ୧୦୦ ଜଣ ଶ୍ରେଷ୍ଠ ଆମେରିକୀୟ, ଜାପାନିଜ, ଅଷ୍ଟ୍ରେଲୀୟ ଏବଂ ଭାରତୀୟ ମାଷ୍ଟର ଏବଂ ଡକ୍ଟରାଲ ଛାତ୍ରଙ୍କୁ ପ୍ରୋତ୍ସାହିତ କରାଯିବ।

ଫେଲୋଶିପ ଦ୍ୱାରା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନଙ୍କର ଏକ ନେଟୱାର୍କ ବିକାଶ କରିବ ଯାହାକି ଘରୋଇ, ସାର୍ବଜନୀନ ଏବଂ ଏକାଡେମିକ କ୍ଷେତ୍ରରେ, ନିଜ ଦେଶ ମଧ୍ୟରେ ଏବଂ କ୍ୱାଡ ଦେଶ ମଧ୍ୟରେ ନୂତନତ୍ୱ ଏବଂ ସହଯୋଗର ଅଗ୍ରଗତି ପାଇଁ ପ୍ରତିବଦ୍ଧ ହେବେ।

ପ୍ରତ୍ୟେକ କ୍ୱାଡ ଫେଲୋ ୫୦ ହଜାର ଡଲାରର ଏକକାଳୀନ ପୁରସ୍କାର ପାଇବେ। ଯାହା ଟ୍ୟୁସନ, ଗବେଷଣା, ଫିସ, ବହି, ରହିବା ଏବଂ ଆନୁଷଙ୍ଗିକ ଶିକ୍ଷାଗତ ଖର୍ଚ୍ଚ ପଞ୍ଜିକରଣ ଫିସ, ଗବେଷଣା ସମ୍ବନ୍ଧୀୟ ଯାତ୍ରା ପାଇଁ ବ୍ୟବହୃତ ହୋଇପାରିବ। ସ୍ନାତକୋତ୍ତର ସ୍ତରର ଅଧ୍ୟୟନ ସମାପ୍ତ ସହିତ ଜଡିତ ଖର୍ଚ୍ଚ ବହନ କରିବା ପାଇଁ ସମସ୍ତ କ୍ୱାଡ ଫେଲୋ ବ୍ୟକ୍ତିଗତ ଭାବରେ ପ୍ରଦର୍ଶିତ ଆବଶ୍ୟକତା ପାଇଁ ୨୫ ହଜାର ଡଲାର ପର୍ଯ୍ୟନ୍ତ ଆବେଦନ କରିବାକୁ ମଧ୍ୟ ଯୋଗ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri