ନିର୍ବାଚିତ ହେଲେ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୨୪।୫: (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏ୍‌ମ୍‌ସି)ର ଷ୍ଟାଣ୍ଡିଂ କମିଟି ଗଠନ ହେବାର ୨୦ଦିନ ପରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସୋମବାର ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୦ କମିଟି ମଧ୍ୟରୁ ନିୟମ ଅନୁଯାୟୀ କଣ୍ଟ୍ରାକ୍ଟସ୍‌ କମିଟିର ଅଧ୍ୟକ୍ଷ ଭାବେ ମେୟର ସୁଲୋଚନା ଦାସ ରହିଛନ୍ତି। ବାକି ୯ଟି କମିଟିର ଅଧ୍ୟକ୍ଷ ପଦ ବିଜେଡି କର୍ପୋରେଟରଙ୍କୁ ମିଳିଛି। ବିଶେଷକରି ଯେଉଁମାନେ ଡେପୁଟି କମିଶନର ଦୌଡରେ ରହିଥିଲେ ସେମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ପୁରୁଣା ତଥା ଏକାଧିକଥର ଜିତିଥିବା କର୍ପୋରେଟରଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଟ୍ୟାକସେସନ୍‌, ଫାଇନାନ୍ସ ଆଣ୍ଡ୍‌ ଆକାଉଣ୍ଟସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୱାର୍ଡ଼ ନଂ. ୬ର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ନିର୍ବାଚିତ ହୋଇଥିବାବେଳେ ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଜଳ ଯୋଗାଣ, ଡ୍ରେନେଜ୍‌ ଓ ପରିବେଶ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୱାର୍ଡ ନଂ.୫୯ର କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୂପକାର, ସର୍ବସାଧାରଣ କାର୍ଯ୍ୟ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୪୫ କର୍ପୋରେଟର ଅମରେଶ ଜେନା, ଯୋଜନା ଏବଂ ବିକାଶ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ. ୩୨ର କର୍ପୋରେଟର ଶ୍ରୀଧର ଜେନା, ଶିକ୍ଷା, ମନୋରଞ୍ଜନ ଏବଂ ସଂସ୍କୃତି ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୧ର କର୍ପୋରେଟର ମିହିର ରାଉତ, ଲାଇସେନ୍ସ ଆଣ୍ଡ୍‌ ଅପିଲ୍‌ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୨୦ର ପ୍ରେମାନନ୍ଦ ଜେନା, କର୍ପୋରେଶନ ପ୍ରତିଷ୍ଠା ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୩୧ର କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର, ଅଭିଯୋଗ ଏବଂ ସାମାଜିକ ନ୍ୟାୟ କମିଟିରେ ୱାର୍ଡ଼ ନଂ.୫୧ର କର୍ପୋରେଟର ବିନୟିନୀ ଜେନା, ବସ୍ତିବାସିନ୍ଦା ଥଇଥାନ ସମ୍ପର୍କିତ ଅତିରିକ୍ତ କମିଟିର ଅଧ୍ୟକ୍ଷ ଭାବେ ୱାର୍ଡ଼ ନଂ.୫୩ର କର୍ପୋରେଟର ମହାମାୟା ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଷ୍ଟାଣ୍ଡିଂ କମିଟି ସଦସ୍ୟ ମନୋନୀତ ହେବାର ୭ଦିନ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚିତ ହେବାର ଥିଲେ ମଧ୍ୟ ତାହା ହୋଇପାରି ନ ଥିଲା। ଅପରପକ୍ଷେ ଷ୍ଟାଣ୍ଡିଂ କମିଟିରେ ବିଜେଡି, ଭାଜପା ଏବଂ ସ୍ବାଧୀନ କର୍ପୋଟେରଙ୍କୁ ସ୍ଥାନ ମିଳିଥିଲେ ବି ଅଧ୍ୟକ୍ଷ ପଦବୀ ବିଜେଡି କବ୍‌ଜାରେ ରହିଛି। କାର୍ଯ୍ୟକ୍ରମରେ କମିଶନର ସଞ୍ଜୟ କୁମାର ସିଂହ, ଡେପୁଟି ମେୟର ମଞ୍ଜୁଲତା କଅଁର, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ କମିଶନର ବିନୟ କୁମାର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ସଂଜୀବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କମିଶନର କମଳାକାନ୍ତ ବେହେରା ନିର୍ବାଚନ ପରିଚାଳନା କରିଥିଲେ।
ଓଡିଶା ମହାନଗର ନିଗମ ଆଇନ୍‌-୨୦୦୩ର ଧାରା-୧୦ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେଶନ (ପ୍ରୋସିଜିଓର ଆଣ୍ଡ କଣ୍ଡକ୍ଟ ଅଫ୍‌ ବିଜିନେସ୍‌) ରୁଲସ୍‌-୨୦୦୩ର ନିୟମ-୨୧(୩) ଅନୁଯାୟୀ ବିଏମ୍‌ସିର ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ପୂର୍ବରୁ ସମସ୍ତ ୬୬ଜଣ ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବାବେଳେ ୯ଟି କମିଟିରେ ୭ ଜଣ ଲେଖାଏ ଓ ଗୋଟିଏ କମିଟିରେ ୩ଜଣ ସଦସ୍ୟାସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri