ପ୍ରତିମୂର୍ତ୍ତି ସ୍ଥାନାନ୍ତର କଥା ଭୁଲିଗଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର,୧୬।୫ (ବ୍ୟୁରୋ): ରାଜଧାନୀରେ ସବୁଆଡ଼େ ଚାଲିଛି ସୌନ୍ଦର୍ଯ୍ୟକରଣ। କିନ୍ତୁ ରାଜଧାନୀର ପ୍ରମୁଖ ସ୍ଥାନ ମାଷ୍ଟରକ୍ୟାଣ୍ଟିନ୍‌ ଛକ ସ୍ଥିତ ୨ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିର୍ମୂିସ୍ଥଳ ଅବହେଳିତ ହୋଇ ପଡ଼ିଛି। ଏହି ସ୍ଥାନରେ ରାଜନେତା ଲୋକନାୟକ ଜୟପ୍ରକାଶ ନାରାୟଣ ପାର୍କ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ପାର୍କ ସ୍ଥାପନ ହୋଇଥିଲା। ପାର୍କର ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକୀୟ ସରଞ୍ଜାମ ସହିତ ଏଠାରେ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ମାତ୍ର ଏବେ ଏହି ସ୍ଥାନ ଅନାବନା ଗଛର ଜଙ୍ଗଲ ଭାବେ ପରିଣତ ହୋଇଛି। ମାଷ୍ଟରକ୍ୟାଣ୍ଟିନରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ମଲ୍ଟିମୋଡ଼ାଲ ହବ୍‌ ପ୍ରକଳ୍ପ ଅଧିନରେ ସ୍ଥାନୀୟ ଅଞ୍ଚଳରୁ ପାର୍କକୁ ଉଚ୍ଛେଦ କରାଯାଇଛି। ଏହି କ୍ରମରେ ଉଭୟ ପାର୍କରେ ଲାଗିଥିବା ଗଛଗୁଡ଼ିକ ସ୍ଥାନାନ୍ତରିତ କରାଯାଇଛି। ସହରର ବିଭିନ୍ନ ପାର୍କରେ ଗଛ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ଜିନିଷ ସ୍ଥାପନ କରାଯାଇ ଥିବାବେଳେ ଉଭୟଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରଣ ପାଇଁ ସ୍ଥାନ ଚିହ୍ନଟ କରାଯାଇ ପାରିନାହିଁ। ଫଳରେ ଉଚ୍ଛେଦକୁ ୨ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଉଭୟଙ୍କ ପ୍ରତିମୂର୍ତ୍ତି ଏକପ୍ରକାର ଅଣଦେଖା ହୋଇ ପଡି ରହିଛି। ପ୍ରତିମୂର୍ତ୍ତି ଓ ଏହାର ଚାରିପାଖ ସଫା ହେଉନାହିଁ। ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ନିକଟରେ ଥିବା ଐତିହ୍ୟ ଘୋଡ଼ାର ମରାମତି କରାଯାଇଥିଲେ ମଧ୍ୟ ୨ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥଳ ପ୍ରଶାସନର ଦୃଷ୍ଟିକୁ ଆସୁନାହିଁ। ନିକଟରେ ରେଳଷ୍ଟେସନ ଥିବାରୁ ପ୍ରତିଦିନ ଏଠାକୁ ଯାତାୟାତ କରୁଥିବା ଯାତ୍ରୀଙ୍କ ନଜର ଏହି ବରପୁତ୍ରଙ୍କ ଉପରେ ପଡ଼ୁଛି। ମାତ୍ର ଏହାର ରକ୍ଷଣାବେକ୍ଷଣ ବାବଦରେ ବିଭାଗୀୟ କତ୍ତର୍ର୍ୃପକ୍ଷ ପଦକ୍ଷେପ ନ ନେବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟିଏ ପଟରେ ସହରର ସୌନ୍ଦର୍ଯ୍ୟକରଣ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ଜନଗହଳିପୂର୍ଣ୍ଣ ରାସ୍ତାରେ ଥିବା ପ୍ରତିମୂର୍ତ୍ତିଙ୍କ ଏପରି ଅବ୍ୟବସ୍ଥା ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri