Posted inଫୁରସତ

କବିତାର ଲକ୍ଷଭେଦୀ ଶାୟକ : ବିପିନ ନାୟକ

କବିତା ତାଙ୍କର ପ୍ରାଣ ସ୍ପନ୍ଦନ । ସ୍ପନ୍ଦିତ ଆବେଗରେ ଖଞ୍ଜି ହୋଇଥାଏ ଯେମିତି ଭାଷା, ଭାବ ଓ ଗୁଞ୍ଜରଣ । ତାଙ୍କ ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ସର୍ଜନ, ନିଃସରଣ ପର୍ଯ୍ୟନ୍ତ ସବୁଠି ଦିଶେ କବିତାର ଝଲକ । ଏମିତି ବି ସେ ଲେଖୁଥିବା ସାଧାରଣ ଗଦ୍ୟ ଧାଡିଟିରେ ଥାଏ କବିତାର ମାଦକତା । ସେ କବି ପୁଣି ଅର୍ଥନୀତି ପ୍ରାଧ୍ୟାପକ । ଲୋକେ କହନ୍ତି କବିତା ସହ ଅର୍ଥନୀତିର ପଡେ ନାହିଁ । ସେ କିନ୍ତୁ ଏକା ଘାଟକୁ ଆଣିପାରନ୍ତି ଉଭୟ କବିତାର କୋମଳତା ଓ ଅର୍ଥନୀତିର ବାସ୍ତବତା । ଅର୍ଥନୀତି ସ୍ନାତକରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ତଥା ଉଭୟ ଉତ୍କଳ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ସମାପନ ପରେ ଓଡିଶା ଶିକ୍ଷା ସେବା(ମହାବିଦ୍ୟାଳୟ ଶାଖା) ପାଇଁ ସେ ମନୋନୀତ ହୁଅନ୍ତି । ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଛାତ୍ର ବତ୍ସଳ ଅଧ୍ୟାପକ ଭାବେ କାର୍ଯ୍ୟ କଲା ପରେ ୨୦୦୮ ମସିହାରେ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ଅର୍ଥନୀତି ବିଭାଗର ମୁଖ୍ୟ ତଥା ଆସୋସିଏଟ ପ୍ରଫେସର ହିସାବରେ ୨୦୦୮ ମସିହାରେ ଅବସର ଗ୍ରହଣ କରନ୍ତି ।

ସେତିକି ନୁହେଁ, ଜି.ଆଇ.ଆଇ.ଟି. ବ୍ରହ୍ମପୁରର ଡିନ୍‌ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ମଣିଷ ଜଣକ ଆଉ କେହି ନୁହନ୍ତି ଓଡ଼ିଆ କବିତା ଜଗତର ଅନ୍ୟତମ ଧାରା ପ୍ରବର୍ତ୍ତକ ବିପିନ ନାୟକ ।ଇନ୍ଦ୍ରିୟବୋଧ ଓ ଜୀବନ ଜିଜ୍ଞାସାର ସମତଳରୁ ସେ ଗଢନ୍ତି କବିତା । ଜୀବନର ଅନୁପମ ସୌନ୍ଦର୍ଯ୍ୟରେ ତାଙ୍କ କାବ୍ୟ ନାୟକ ମୁଗ୍ଧ ହୁଏ । ଜୀବନର ଅର୍ଥ ଖୋଜିବାକୁ ପ୍ରଶ୍ନଆକୁଳ ବି ହୁଏ । କଳ୍ପନା ଓ ବାସ୍ତବର ଅପୂର୍ବ ସମନ୍ବୟ ତାଙ୍କ କବିତାକୁ କରେ ଶାଣିତ । ଗଭୀର ଓ ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ତାଙ୍କ କବିତାକୁ କରେ ପ୍ରଜ୍ଞା ମଣ୍ଡିତ ।

ଇନ୍ଦ୍ରିୟବୋଧ ତାଙ୍କ କବିତାକୁ କରେ ପ୍ରାଣବନ୍ତ । ଏ ଯାବତ ତାଙ୍କର ଆଠଟି କବିତା ଗ୍ରନ୍ଥ ପ୍ରକାଶିତ । ସେଗୁଡିକ ହେଲା – ପାଦ ଶବ୍ଦ, ନଈର ନକ୍ସା, ପବନର ଝୋଟି, ବନ୍ଦ ଘରର ବାସ୍ନା, ଆଲୁଅର ଆତ୍ମଲିପି, ସ୍ବର ଚିତ୍ର, ଅପୁସ୍ତକ ଓ ଷଡ଼ଜ। ଶେଷୋକ୍ତ ବହିଟି ତାଙ୍କର ଛ’ ଟି କବିତା ବହିର ଏକ ସଂଯୋଜିତ ରୂପ । ତାଙ୍କର କବିତାର ସ୍ବରୂପ ସମ୍ପର୍କରେ ଅନେକ ବିଦ୍ୱାନଙ୍କ ଦ୍ୱାରା ରଚିତ ପ୍ରବନ୍ଧଗୁଡିକର ଏକ ସମାହାର ବିପିନୀୟ କାବ୍ୟ ସମ୍ଭାର: ବିଦଗ୍ଧ ବିଚାର ନାମରେ ପ୍ରକାଶ ପାଇଛି। ଏହା ତାଙ୍କ କବିତାର ଗର୍ଭଗୃହକୁ ଏକ ପ୍ରବେଶ ପଥ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ବିଷୁବ ଝଙ୍କାର ପୁରସ୍କାର, ସାରଳା ସାହିତ୍ୟ ସଂସଦ ସମ୍ମାନ, ଚନ୍ଦ୍ରଭାଗା ସମ୍ମାନ, ବିରଜା ସମ୍ମାନ, ଚେତାବନୀ ସାହିତ୍ୟ ସଂସଦ ସମ୍ମାନ, ସଚିବାଳୟ ଲେଖକ ପରିଷଦ ସମ୍ମାନ, କଳିଙ୍ଗ ସାହିତ୍ୟ ସମାଜ ତରଫରୁ ସମ୍ମାନ, ଶ୍ୱେତପଦ୍ମା ସମ୍ମାନ, ଆଦର୍ଶ ପାଠାଗାର ସମ୍ମାନ , ଫଲ୍ଗୁ ସାହିତ୍ୟ ସମାଜ ତରଫରୁ ସମ୍ମାନ, ଫୁଲବାଣୀ ପୁସ୍ତକମେଳା ସମ୍ମାନ, ଚଲାପଥ ପୁରସ୍କାର ଭଳି ଅନେକ ମର୍ଯ୍ୟାଦାଜନକ ସମ୍ମାନ ହାସଲ କରିଥିବା ବିପିନ ନାୟକ ଗଳ୍ପଲିଖନରେ ମଧ୍ୟ ନିଜ କାରିଗରି ଦେଖେଇ ପାଠକଙ୍କ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି । ତାଙ୍କର ଗଳ୍ପ କଥା, ପ୍ରତିବେଶୀ, ଶିଶିର, ନବରବି, ବିଶ୍ୱମୁକ୍ତି ଭଳି ପତ୍ରିକାରେ ପ୍ରକାଶ ପାଇ ପାଠକମାନଙ୍କ ପାଇଁ ଛାଡ଼ି ଦେଇଛି ବିପିନ ନାୟକୀୟ ଶୈଳୀ ସ୍ବାକ୍ଷର । ପ୍ରକାଶ ପାଇବାକୁ ଥିବା ପୁସ୍ତକ ‘ ବିବିଧ ବିପିନ ’ ତାଙ୍କ ଚମତ୍କାର ଗଳ୍ପ ଓ ଗଦ୍ୟଶୈଳୀର ଏକ ଉଜ୍ଜ୍ୱଳ ସ୍ବାକ୍ଷର । ନିଜକୁ ପ୍ରଚାର ଓ ପ୍ରସାରଠାରୁ ଦୂରରେ ରଖି ଆପଣା ଜୀବନ ଦର୍ଶନ ଓ ସାଧନାରେ ଜିଇବାକୁ ଚାହୁଁଥିବା ବିପିନ ନାୟକ ତାଙ୍କ ସ୍ବଭାବକୁ ଯଥାର୍ଥରେ ‘ଯିଶୁ’ କବିତାରେ ସୂଚେଇଛନ୍ତି ,
”ଛାତିକୁ ବିଦ୍ଧ କରୁଥିବା କଣ୍ଟାକୁ
କେମିତି ଫିଙ୍ଗିବି
ଯୁଆଡେ ଫିଙ୍ଗିଲେ ବି
କେହି ନା କେହି ତ
ରକ୍ତାକ୍ତ ହେବ ।“
ଭିଡ଼ ଭିତରୁ ବାରି ହୋଇପଡୁଥିବା ଶାନ୍ତ , ଗଭୀର ଓ ପ୍ରାଜ୍ଞ ବ୍ୟକ୍ତିତ୍ୱଧାରୀ ଏହି ମଣିଷ ଜଣଙ୍କୁ ଅସୁମାରୀ ଭଲପାଇବା ଓ ସମ୍ମାନରେ ନିଜ ହୃଦୟରେ ଧାରଣ କରିଥାନ୍ତି ତାଙ୍କ ପ୍ରିୟ ପ୍ରଶଂସକମାନେ। ତାଙ୍କର କବିତା ଏକ ଧନୁ ପରି ଯେଉଁଥିରୁ ର୍ନିଗତ ତୀର ସବୁବେଳେ ଲକ୍ଷ୍ୟଭେଦ କରିଥାଏ। ସର୍ଜନର ଲକ୍ଷ୍ୟଭେଦ ଶିକାରୀର ଲକ୍ଷ୍ୟ ଭେଦ ଠାରୁ ଭିନ୍ନ। ତାଙ୍କ କବିତା ଏହା ଚିହ୍ନାଇ ଦିଏ । ଜୀବନକୁ ଗ୍ରହଣ କରିବାକୁ ଶିଖାଏ । ତା’ର ସୁଷମାରେ ମୁଗ୍ଧ ହେବାକୁ ଅନୁପ୍ରେରିତ କରେ ।
-ମାନମୟୀ ରଥ, ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri