ସବୁ ଏସ୍‌ପି ଅଫିସ ଘେରିଲା ଭାଜପା

ଭୁବନେଶ୍ୱର,୭ା୫(ବ୍ୟୁରୋ): ବିଜେଡି ଶାସନରେ ଦୁଇଟି ଆଇନ। ଶାସକ ବିଜେଡି ସଭାପତିଙ୍କ ଇଙ୍ଗିତରେ ଆଇନ କାର୍ଯ୍ୟକାରୀ ହେଉଛି। ବିଜେଡି ସପକ୍ଷବାଦୀଙ୍କ ପାଇଁ ଗୋଟେ ପ୍ରକାର ଏବଂ ବିପକ୍ଷବାଦୀଙ୍କ ଲାଗି ଆଉ ଗୋଟେ ପ୍ରକାର। ରାଜନୈତିକ ହିଂସାପରାୟଣ, ହୀନ ରାଜନୈତିକ ସ୍ବାର୍ଥ, ବିରୋଧୀଙ୍କ କଣ୍ଠରୋଧ ଉଦ୍ଦେଶ୍ୟରେ ନବୀନ ସରକାର ସରକାରୀ କଳ ଓ ବଳକୁ ଅପବ୍ୟବହାରକରି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଏହାସହ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରିକୁ ବିରୋଧକରି ରାଜ୍ୟର ସବୁ ଏସ୍‌ପି ଅଫିସ୍‌ ଘେରାଉ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳ ଦାବିପତ୍ର ଦେଇଛି।
ଭାଜପା ପକ୍ଷରୁ କୁହାଯାଇଛି, ବିଭିନ୍ନ ଆପରାଧିକ କାର୍ଯ୍ୟ ଓ ଦୁର୍ନୀତିରେ ଲିପ୍ତଥିବା ବିଜେଡି ମନ୍ତ୍ରୀ ଓ ନେତାଙ୍କୁ ସୁରକ୍ଷା ବଳୟ ଭିତରେ ରଖୁଥିବା ନବୀନ ସରକାର ବିରୋଧୀଙ୍କ ପ୍ରତି ଆକ୍ରୋଶମୂଳକ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ସେମାନଙ୍କୁ ଅଯଥାରେ ମିଛ କେସ୍‌ ଜରିଆରେ ବଦନାମ କରିବାର ପ୍ରୟାସ ଜାରି ରଖିଛନ୍ତି। ଏହା ଅତ୍ୟନ୍ତ ଅଶୋଭନୀୟ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି କୁଠାରାଘାତ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଛ ମାମଲାରେ ଗିରଫକରି ବଦନାମ କରିବାର ହୀନ ପ୍ରୟାସ। ବିଧାୟକ ପାଣିଗ୍ରାହୀ ପ୍ରଥମେ ଏତଲା ରୁଜୁ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତିଲେଇବଣି ବିଡିଓଙ୍କ କାଉଣ୍ଟର ଏତଲା ଆଧାରରେ ବିଧାୟକଙ୍କୁ ଗିରଫ କରାଯିବା ସମ୍ପୂର୍ଣ୍ଣ ଆଇନ ବିରୋଧୀ। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ବିଡିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଆହୁରି ଚିନ୍ତାଜନକ। ସେହିପରି ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନାର ଅଭିଯୋଗ କରିବା ସତ୍ତ୍ୱେ ଶାସକ ଦଳ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ବିଜେଡିର ଦୋମୁହାଁ ନୀତିକୁ ପୁଣିଥରେ ପଦାରେ ପକାଇଛି ବୋଲି ଦଳ ଅଭିଯୋଗ କରିଛି।

ନଦୀ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଫେରାଦ

ଓଡ଼ିଶାରେ ପ୍ରାୟ ୪.୫ କୋଟିରୁ ଅଧିକ ଲୋକଙ୍କ ଜୀବନଧାରଣ ନଦୀଗୁଡ଼ିକ ଉପରେ ନିର୍ଭର। ଓଡ଼ିଶାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ୍‌ ଭଳି ନଦୀ ପ୍ରବାହିତ। କିନ୍ତୁ ରାଜ୍ୟ ସରକାରଙ୍କ ବେପରୁଆ ମନୋଭାବ ଯୋଗୁ ରାଜ୍ୟରେ ଜଳ ସଙ୍କଟ ଦେଖାଦେବା ସହ ଲୋକେ ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀଜଳ ପରିଚାଳନା ପାଇଁ ନଦୀଗୁଡ଼ିକ ଶୁଷ୍କ ହୋଇପଡ଼ିଛି। କଳକାରଖାନା ଓ ଶିଳ୍ପ ପାଇଁ ଯେତିକି ପାଣି ଆବଶ୍ୟକ ତା’ଠୁ ଅଧିକ ବ୍ୟବହାର କରି ଦୂଷିତ ପାଣି ନଦୀକୁ ଛଡ଼ାଯାଉଛି। କେନ୍ଦ୍ର ସରକାର ଓଡ଼ିଶାରେ ସ୍ବଚ୍ଛ ପାନୀୟ ଜଳ ପାଇଁ ବିଭିନ୍ନ ଯୋଜନା ଜରିଆରେ ପ୍ରଚୁର ଆର୍ଥିକ ଅନୁଦାନ ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ତାହା କାର୍ଯ୍ୟକାରୀ ହୋଇ ନ ପାରି କେନ୍ଦ୍ରକୁ ଫେରିଯାଉଛି। ମାଫିଆଙ୍କ ଜରିଆରେ ରାଜ୍ୟ ସରକାର ନଦୀ ଜଳ ଓ ବାଲିକୁ ବ୍ୟାପକ ଭାବେ ହରିଲୁଟ କରୁଛନ୍ତି। ଶୁକ୍ରବାର ଭାଜପା ନଦୀ ସୁରକ୍ଷା ସମିତି(ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକର ସୁରକ୍ଷା ଲାଗି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri