ଆଇପିଏଲ୍‌ ୨୦୨୨: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ପୁଣେ,୫।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାରିଥର ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଏହା ଆରସିବିର ଷଷ୍ଠ ବିଜୟ। ଏହି ବିଜୟ ପରେ ଫାଫ ଡୁ ପ୍ଲେସିସଙ୍କ ଦଳ ପୁଣି ଥରେ ଟପ -୪ ରେ ପହଞ୍ଚିଛି। ଅନ୍ୟପକ୍ଷରେ, ସିଏସକେ ମ୍ୟାଚ ହାରିବା ପରେ ପ୍ଲେ ଅଫ୍‌ରେ ପହଞ୍ଚିବାର ଆଶା ଧୂଳିସାତ୍‌ ହୋଇଯାଇଛି। ଏବେ କେବଳ ଏକ ଚମତ୍କାରତା ଏମଏସ ଧୋନୀଙ୍କ ଦଳକୁ ପ୍ଲେ ଅଫକୁ ନେଇପାରିବ।
ଆରସିବି ଏବଂ ସିଏସକେ ମଧ୍ୟରେ ମ୍ୟାଚ ପରେ ପଏଣ୍ଟ ଟେବୁଲରେ କେବଳ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଦଳ ଚତୁର୍ଥ ସ୍ଥାନରେ ଥିଲା। କିନ୍ତୁ ବୁଧବାର ଆରସିବି ଏବଂ ସିଏସସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ ପରେ ବେଙ୍ଗାଲୁରୁ ଟପ -୪ରେ ଏଣ୍ଟ୍ରି କରିଛି। ଓହ୍ଲାଇଛି। ଏବେ ୧୦ ପଏଣ୍ଟ ସହ ସନରାଇଜର୍ସ ଦଳ ପଞ୍ଚମ ସ୍ଥାନରେ ଅଛି।
ଆଇପିଏଲ୍‌ ୨୦୨୨ ପଏଣ୍ଟ ଟେବୁଲ
ଆଇପିଏଲ୍‌ ୨୦୨୨ ପଏଣ୍ଟ ଟେବୁଲରେ ଗୁଜରାଟ ଟାଇଟାନ୍ସ ଦଳ ଶୀର୍ଷରେ ଅଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ଆଇପିଏଲ ୨୦୨୨ରେ ୧୦ଟି ମ୍ୟାଚ ଖେଳିଛି। ଏଥିରେ ୮ଟି ଜିତିଛି ଏବଂ ୨ଟି ହାରି ୧୬ ପଏଣ୍ଟ ସହ ଦଳ ପ୍ରଥମ ସ୍ଥାନରେ ଅଛି। ଦ୍ୱିତୀୟ ସ୍ଥାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଛି। ଏହି ଦଳର ୧୪ ପଏଣ୍ଟ ଅଛି। ଲକ୍ଷ୍ନୌ ୧୦ଟି ମ୍ୟାଚ ଖେଳିଛି। ଏଥିରେ ୭ଟି ଜିତିଛି ଏବଂ ୩ଟି ହାରିଯାଇଛି।
ରାଜସ୍ଥାନ ରୟାଲ୍ସର ଦଳ ୧୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ରୟାଲ୍ସ ୧୦ଟି ମ୍ୟାଚ ଖେଳି ୬ଟି ଜିତିଛି ଏବଂ ୪ଟି ହାରିଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ଦଳ ୧୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି। ଆରସିବି ୧୧ଟି ମ୍ୟାଚ ଖେଳି ୬ଟି ଜିତିଛି ଏବଂ ୫ଟି ହାରିଯାଇଛି। ଏହି ଚାରୋଟି ଶ୍ରେଷ୍ଠ ଦଳ ବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦ ପଞ୍ଚମ, ପଞ୍ଜାବ କିଙ୍ଗ୍ସ ଷଷ୍ଠ, ଦିଲ୍ଲୀ କ୍ୟାପିଟାଲ୍ସ ସପ୍ତମ, କୋଲକାତା ନାଇଟ ରାଇଡର୍ସ ଅଷ୍ଟମ, ଚେନ୍ନାଇ ସୁପର କିଙ୍ଗ୍ସ ନବମ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଶମ ସ୍ଥାନରେ ରହିଛି।୍‌
ଆଇପିଏଲ ୨୦୨୨ରେ ତିନି ଖେଳାଳି ଅରେଞ୍ଜ୍‌ କ୍ୟାପ ରେସରେ ଆଗରେ ଅଛନ୍ତି। ରାଜସ୍ଥାନ ରୟାଲ୍ସ ଓପନର୍‌ ଜୋସ ବଟଲର୍‌ ଆଇପିଏଲ ୨୦୨୨ରେ ୧୦ଟି ମ୍ୟାଚରେ ସର୍ବାଧିକ ୫୮୮ ରନ ସଂଗ୍ରହ କରି ଅରେଞ୍ଜ୍‌ କ୍ୟାପକୁ ନିଜ ପାଖରେ ରଖିଛନ୍ତି। ଏହି ତାଲିକାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୧୦ଟି ମ୍ୟାଚରେ ୪୫୧ ରନ ସଂଗ୍ରହ କରିଛନ୍ତି। ଏଥି ସହିତ ପଞ୍ଜାବ କିଙ୍ଗ୍ସର ବ୍ୟାଟ୍ସମ୍ୟାନ ଶିଖର ଧାୱନ ଅରେଞ୍ଜ୍‌ କ୍ୟାପ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଧାୱନ ୧୦ଟି ମ୍ୟାଚରେ ୩୬୯ ରନ ସଂଗ୍ରହ କରିଛନ୍ତି।
ଆଇପିଏଲ୍‌ ୨୦୨୨ ପର୍ପଲ କ୍ୟାପ ତାଲିକା
ଆଇପିଏଲରେ ପର୍ପଲ କ୍ୟାପ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କୁ ଦିଆଯାଏ। ଏହି ସିଜନରେ ପର୍ପଲ କ୍ୟାପ ପାଇଁ ଏକ କଠିନ ପ୍ରତିଯୋଗିତା ଚାଲିଛି। ଏବେ ରାଜସ୍ଥାନ ରୟାଲ୍ସର ବୋଲର ୟୁଜଭେନ୍ଦ୍ର ଚହଲ ୧୦ଟି ମ୍ୟାଚରେ ୧୯ଟି ଉଇକେଟ ନେଇ ନିଜ ପାଖଷର ପର୍ପଲ କ୍ୟାପ୍‌ ରଖିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୯ଟି ମ୍ୟାଚରେ ୧୭ଟି ଉଇକେଟ ନେଇଛନ୍ତି। ପଞ୍ଜାବ କିଙ୍ଗ୍ସର ବୋଲର କାଗିସୋ ରାବାଡା ମଧ୍ୟ ବାଇଗଣୀ କ୍ୟାପ ପାଇଁ ଦୌଡରେ ଅଛନ୍ତି। ସେ ୯ଟି ମ୍ୟାଚରେ ୧୭ଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri