ସରିଲା ଆଦିବାସୀ ମେଳା:୪ କୋଟି ଟପିଲା ବେପାର

ଭୁବନେଶ୍ୱର, ୩।୫(ବ୍ୟୁରୋ):ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ୧୦ଦିନ ଧରି ଚାଲିଥିବା ଆଦିବାସୀ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ବିଭିନ୍ନ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କୃଷିଜାତ ସାମଗ୍ରୀ ତଥା ସେମାନଙ୍କ ଦ୍ୱାରା ସଂଗୃହୀତ ବନଜାତ ପଦାର୍ଥଗୁଡ଼ିକର ବହୁଳ ପ୍ରଦର୍ଶନ ଓ ବିକ୍ରିର ବ୍ୟବସ୍ଥା ରହିଥିଲା। କୋଭିଡ୍‌ କଟକଣା ଆଧାରରେ ଚଳିତ ବର୍ଷ ଆଦିବାସୀ ମେଳାରେ ଆଦିବାସୀ ଗାଁର ମଡେଲ ନ ଥିଲା, ତଥାପି ପ୍ରଚୁର ଜନସମାଗମ ଆଦିବାସୀ ମେଳା ପ୍ରତି ଭଲ ପାଇବା ସୂଚାଇ ଦେଉଥିଲା। ପ୍ରାୟ ୬ ଲକ୍ଷ ୫୦ ହଜାର ଲୋକ ମେଳା ପରିଦର୍ଶନ କରିବାବେଳେ ୪କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର ହୋଇଥିବା ପ୍ରାଥମିକ ଅଟକଳରୁ ଜଣାପଡ଼ିଛି। ଏଥିସହ କାରବାର କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଷ୍ଟଲ ଓ ସଂସ୍ଥାଗୁଡ଼ିକୁ ଉଦ୍‌ଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଛି।
ଉଦ୍‌ଯାପନୀ ଉତ୍ସବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଓ ସଦସ୍ୟ ସଚିବ ତଥା ମେଳାର ନୋଡାଲ ଅଫିସର ପ୍ରଫେସର ଅଖିଳ ବିହାରୀ ଓତା ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଫେସର ଓତାଙ୍କ ଦ୍ୱାରା ସମ୍ପାଦିତ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହିତ ‘ସରଗିଫୁଲ୍‌’ର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଶୁଭାରମ୍ଭ ହୋଇଥିଲା। ସରଗିଫୁଲ୍‌ ୨୦୨୧ ଉତ୍ସବରେ ଉତ୍ତମ ପ୍ରଦର୍ଶନ କରିଥିବା ରାୟଗଡ଼ା, କୋରାପୁଟ ଓ ମୟୂରଭଞ୍ଜ ଜିଲାକୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଶେଷ ସନ୍ଧ୍ୟାରେ ନବରଙ୍ଗପୁରର ଭୋତଡ଼ା ନୃତ୍ୟ, ଗଣ୍ଡ ନୃତ୍ୟ, ବାଲିପରବ ଏବଂ ଗୁଣୁପୁରର ସଉରାଙ୍କ ମିରିଆ ନାଚରେ ଦର୍ଶକ ବିମୋହିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri