ମୋହନା ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ

ଆର୍‌.ଉଦୟଗିରି,୨୪।୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଦଣ୍ଡାସି ସାହୁ ନିଜ ଘରେ ଜରାନିବାସ ଚଳାଉଥିବା ଦର୍ଶାଇ ଅର୍ଥ ହଡ଼ପ କରିବାକୁ ଯୋଜନା କରିଥିବା ଗତ ୨୭ା୭ା୨୧ରେ ହୋଇଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି। ବାସ୍ତବରେ ମୋହନାରେ ସେଭଳି କୌଣସି ଜରାନିବାସ ନାହିଁ। ବିଦ୍ୟାଳୟର ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତର ସ୍ବତନ୍ତ୍ର ବିଭାଗକୁ ଜିଲା ପ୍ରଶାସନ ଚିଠି ନଂ.୬୬୬୯ ତା୩୦ା୯ା୨୦ରେ ରବ୍ଦ କରିଥିଲେ ମଧ୍ୟ ବିଦ୍ୟାଳୟ ସମ୍ପାଦକ ଗତ ମାର୍ଚ୍ଚରେ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ବାହାର କରି ନିଯୁକ୍ତି ଦେବା ନାମରେ ବେକାର ଯୁବତୀଯୁବକଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ହେଉଛି। ପୁଣି ବିଦ୍ୟାଳୟରେ ସର୍ବଦା ୩୫ରୁ ୪୦ ପିଲା ରହୁଥିବା ବେଳେ ସମ୍ପାଦକ କାଗଜପତ୍ରରେ ୧୩୮ ପିଲା ଦର୍ଶାଉଛନ୍ତି। କ୍ୟାଶ୍‌ ବହି, ଛାତ୍ର ଉପସ୍ଥାନ ଖାତା ପ୍ରକଳ୍ପ ପ୍ରସ୍ତାବକୁ ତନଖି କଲେ ଅନିୟମିତତାର ଗୁମର ଫିଟିବ। ବଧିର ବିଦ୍ୟାଳୟର ଏନ୍‌ଓସି ମଧ୍ୟ ଗତ ମାର୍ଚ୍ଚରୁ ସରିଯାଇଛି। ବିନା ଏନ୍‌ଓସିରେ ବିଦ୍ୟାଳୟ କିପରି ଚାଲିଛି ତାହା ତଦନ୍ତସାପେକ୍ଷ। ପ୍ରଧାନ ଶିକ୍ଷକ ମାସିକ ୨୨,୫୦୦ ଟଙ୍କା ଦରମା ନେଉଥିବା ବେଳେ ମୋହନା ପଞ୍ଚାୟତରୁ ସେ ଏକ ଇନ୍ଦିରା ଆବାସ ହାତେଇଥିବା ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି ମୋହନା ସମିତିସଭ୍ୟ ବାଳକୃଷ୍ଣ ମଳିକ ଓ ପୂର୍ବତନ ସରପଞ୍ଚ ରମାକାନ୍ତ ମଳିକ।
ବିଦ୍ୟାଳୟର ଏହିସବୁ ଦୁର୍ନୀତିକୁ ସରକାର ତଦନ୍ତ କରିବାକୁ ବିଦ୍ୟାଳୟର ବହିଷ୍କୃତ କର୍ମଚାରୀ ସୁନୀଲ କୁମାର ନାୟକ, ଭୀମ ମଳିକ, ସୁଜିତ କୁମାର ସାହୁ, ସନ୍ତୋଷ କୁମାର ପାତ୍ର, ସୁନୀଲ କୁମାର ସ୍ବାଇଁ, ସୁରଜ ନାୟକ ଓ କନକ ନାୟକ ଦାବି କରିଛନ୍ତି। ଦୀର୍ଘବର୍ଷ ତଳେ ମୋହନାରେ ଆରମ୍ଭ ହୋଇଥିବା ନୀଳକଣ୍ଠେଶ୍ୱର ହାଇସ୍କୁଲ ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଥିଲା। ଏହି ବିଦ୍ୟାଳୟକୁ ଜିଲାସ୍ତରୀୟ ଅଧିକାରୀମାନେ ବାରମ୍ବାର ଆସି ତଦନ୍ତ କରି ଫେରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏହିଭଳି ଅନିୟମିତତା ଅଭିଯୋଗ ପରେ ନିକଟରେ ଜିଲାର ସ୍ବତନ୍ତ୍ର ଅଧିକାରୀ କିରଣ କୁମାର ମହାନ୍ତି, ଡିସିପିଓ ଅରୁଣ କୁମାର ତ୍ରିପାଠୀ ବିଦ୍ୟାଳୟ ଆସି ବିଦ୍ୟାଳୟର ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି। ଏହି ବିଷୟ ନେଇ ବିଦ୍ୟାଳୟ ସମ୍ପାଦକ ଦଣ୍ଡାସି ସାହୁଙ୍କୁ ଯୋଗାଯୋଗ କରିବାରୁ ଏହିଭଳି ଅଭିଯୋଗ ଅମୂଳକ ଓ ଭିତ୍ତିହୀନ ବୋଲି କହିଛନ୍ତି। ଜରାନିବାସ ଆଦୌ ଖୋଲିନି। ଏହା ଖୋଲିବାକୁ ଅନ୍‌ଲାଇନରେ ଆବେଦନ କରିଥିଲୁ, ତାହା କମ୍ପ୍ୟୁଟର ନେଲାନାହିଁ। ଏହା ଖୋଲିବାକୁ ପ୍ରସ୍ତାବ ରହିଥିଲା ବୋଲି କହିବା ସହ ନିକଟରେ ଆସିଥିବା ଦୁଇ ଅଧିକାରୀ ଅଡିଟ୍‌ ରିପୋର୍ଟରେ ଅନିୟମିତତାର ତଦନ୍ତ କରିବାକୁ ନୁହେଁ ବରଂ ଦୀର୍ଘବର୍ଷ ତଳେ ୩ଜଣ କର୍ମଚାରୀ କରିଥିବା ଅଭିଯୋଗର ତଦନ୍ତ କରିବାକୁ ଆସିଥିଲେ ବୋଲି କହିଛନ୍ତି। ଭିନ୍ନକ୍ଷମ ବିଦ୍ୟାଳୟରେ ୧୩୮ ପିଲାଙ୍କ ନାମ ଲେଖାଯାଇଛି ହେଲେ କରୋନା କାରଣରୁ ପିଲା ଆସୁନାହାନ୍ତିି। ବିଦ୍ୟାଳୟରେ ବର୍ତ୍ତମାନ ୪୨ ପିଲା ରହୁଛନ୍ତି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବହିଷ୍କୃତ କର୍ମଚାରୀମାନଙ୍କ ଦରମା ଆକାରରେ ଯାହା ବକେୟା ଥିଲା ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ୨୭ା୧୦ା୨୧ରେ ଜିଲା ଅଧିକାରୀଙ୍କ ସାମ୍ନାରେ ସମସ୍ତ ବହିଷ୍କୃତ କର୍ମଚାରୀଙ୍କୁ ପ୍ରଦାନ କରି ସେମାନଙ୍କଠାରୁ ଲେଖା ଆକାରରେ ରଖାଯାଇଛି ବୋଲି ସମ୍ପାଦକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri