‘ବିଧାୟକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି’

ଭୁବନେଶ୍ୱର,୧୬।୪ (ବ୍ୟୁରୋ): ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ପରିବର୍ତ୍ତନ ପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଏ.ଚେଲ୍ଲାକୁମାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ଏବେ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି। ତେବେ ଚେଲ୍ଲାକୁମାର ଏନେଇ ମୁହଁ ଖୋଲିବା ସହ ଏହା ଉପରୁ ପରଦା ହଟାଇଛନ୍ତି। ସେ କହିଛନ୍ତି, ପିସିସି ସଭାପତି ପରିବର୍ତ୍ତନ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେବେ ଚୟନ ପ୍ରକ୍ରିୟାରେ ଲୋକଙ୍କ ଗ୍ରହଣୀୟତା ଓ କର୍ମୀଙ୍କ ସହମତିକୁ ଅଧିକ ଗୁରୁତ୍ୱ ଦିଆଯିବ। ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଯାଇ ପିସିସି ସଭାପତି ମନୋନୟନ ନେଇ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ମୁହାଁମୁହିଁ ଆଲୋଚନା କରାଯିବ। ଇତିମଧ୍ୟରେ ପ୍ରାୟ ସମସ୍ତଙ୍କ ସହିତ ଏହି ବିଷୟରେ ଆଲୋଚନା ସରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ହାଇକମାଣ୍ଡଙ୍କୁ ଜଣାଇଛନ୍ତି। ଏହା ଉପରେ ଏଆଇସିସି ପକ୍ଷରୁ କାର୍ଯ୍ୟକରୀ ସଭାପତି ସୋନିଆ ଗାନ୍ଧୀ ନିଷ୍ପତ୍ତି ନେବେ। ମୋତେ ପିସିସି ସଭାପତି ଚୟନ ଦାୟିତ୍ୱ ଦିଆଯାଇଛି ତାହା ଉପରେ ମୁଁ କାର୍ଯ୍ୟ କରୁଛି। ତେବେ ଚୟନ ପ୍ରକ୍ରିୟା ସମ୍ପର୍କରେ ସେ କହିଛନ୍ତି, ନୂତନ ପିସିସି ସଭାପତି ଚୟନ ପାଇଁ ଅନେକ ପ୍ରକ୍ରିୟା ରହିଛି। ଚୟନ ପୂର୍ବରୁ ଦଳ ଓ ନେତାଙ୍କ ଭଲ ଓ ମନ୍ଦ ଉଭୟ ପ୍ରତି ଧ୍ୟାନ ଦେବକୁ ହେବ। ମନୋନୟନ ପ୍ରକ୍ରିୟା ମାଧ୍ୟମରେ ଉପଯୁକ୍ତ ନେତାଙ୍କୁ ଚୟନ କରାଯିବ। ଶେଷରେ ସମସ୍ତଙ୍କ ସହମତିରେ ଯିଏ ଗ୍ରହଣୀୟ ହେବେ ତାଙ୍କୁ ସଭାପତି ପଦ ପାଇଁ ଚୂଡ଼ାନ୍ତ କରାଯିବ ବୋଲି ଚେଲ୍ଲାକୁମାର କହିଛନ୍ତି।
ସୂଚନାଯୋଗ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱକୁ ନେଇ ଦଳ ଭିତରେ ବିରୋଧ ଲାଗି ରହିଥିବାବେଳେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହି ଦାବି ତେଜିବାରେ ଲାଗିଛି।

ଏପରିସ୍ଥିତିରେ ନିରଞ୍ଜନ ନିଜ ପଦରୁ ଇସ୍ତଫା ଦେଇଥିବା ଗୁରୁବାର ସ୍ପଷ୍ଟ କରିଛନ୍ତି। ଯେତେ ଶୀଘ୍ର ସମ୍ଭବ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ସେ କହିଥିଲେ। ଅପରପକ୍ଷେ, କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରାଯିବାକୁ ନେଇ ବିଧାୟକମାନେ ଦାବି କରୁଛନ୍ତି। ନିର୍ବାଚିତ ନେତୃବୃନ୍ଦଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ପ୍ରଦାନ କଲେ ଦଳରେ ନେତୃତ୍ୱ ଓ ଜନସାଧାରଣଙ୍କ ମଧ୍ୟରେ ଗ୍ରହଣୀୟତା ବୃଦ୍ଧି ପାଇବ ବୋଲି ସେମାନେ ଯୁକ୍ତି ରଖିଛନ୍ତି। ତେବେ ପୂର୍ବତନ ସଭାପତି ଜୟଦେବ ଜେନା ଓ ଶରତ ପଟ୍ଟନାୟକ ଏହି ପଦବୀ ଦୌଡ଼ରୁ ନିଜକୁ ଦୂରରେ ରଖିବାବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ଓ ବିଧାୟକଙ୍କ ମଧ୍ୟରୁ ଜଣେ ମନୋନୟନ ପ୍ରକ୍ରିୟା ପାଇଁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri