୭ ଦିନରେ ବିକଳ୍ପ ଜାଗା ଦେଖାଅ: ଅପରାଜିତା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବିନାଶରୁ ନୂଆ ଇନିଂସ ଆରମ୍ଭ କରୁଛି। ସକାରାତ୍ମକ ମନୋବୃତ୍ତି ଛାଡ଼ି ନକାରାତ୍ମକ ଚିନ୍ତାଧାରା ଆପଣାଉଛନ୍ତି। ଝାରପଡ଼ା ସ୍ଥିତ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏହା କହିଛନ୍ତି। ଅପରାଜିତା ଆହୁରି କହିଛନ୍ତି, ୪୩୦ ଲୋକଙ୍କୁ ରାତାରାତି ବାସଚ୍ୟୁତ କରାଗଲା। ସେମାନେ ନିଜ ଜୀବିକା ହରାଇଲେ। ଭୁବନେଶ୍ୱର ବିକାଶ ହେଉ, କିନ୍ତୁ ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା କଥା। ମାର୍କେଟ ବିଲ୍ଡିଂ ନାଁରେ ଯେଉଁମାନଙ୍କୁ ରାତାରାତି ଝାରପଡ଼ା ହାଟରୁ ହଟାଗଲା ସେମାନଙ୍କୁ ପ୍ରଥମେ ଥଇଥାନ କରାଯିବା ଆବଶ୍ୟକ। ଏହି ଉଠା ଦୋକାନୀ ଏବେ ଜୀବିକା ହରାଇଥିବା ବେଳେ ଆସନ୍ତା ୭ ଦିନ ମଧ୍ୟରେ ସେମାନଙ୍କୁ ବିକଳ୍ପ ଜାଗା ଦେଖାନ୍ତୁ। ଆମେ ସମସ୍ତେ ସେହି ଜାଗା ଦେଖିବୁ। ହେଲେ ଏପରି ଜାଗା ଦେଖାଇବେ ଯେଉଁଠି ବେପାର ହେବ। ଏହି ଗରିବ ଲୋକଙ୍କ ଦୋକାନ ବିଏମ୍‌ସି ଉଜାଡି ଦେଲା। ତେଣୁ ଥଇଥାନ ସହ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ। ବର୍ଷେ ତଳେ ଏଠାକୁ ଆସିଥିଲି ଏବଂ ଗୋଟିଏ ଚିଠି ଲେଖି କମିଶନରଙ୍କୁ ହାଟକୁ ଭଙ୍ଗା ନ ଯାଉ ବୋଲି ଅନୁରୋଧ କରିଥିଲି। ପାର୍ଲାମେଣ୍ଟ ଚାଲିଥିବାରୁ ଦିଲ୍ଲୀରେ ଥିଲି ଏବଂ ଫେରିବାର ଦିନକ ଆଗରୁ ଏସବୁ ଘଟିଛି। ଦିଲ୍ଲୀରେ ଥିବା ସମୟରେ ଏଭଳି କାହିଁକି କରାଗଲା। ସ୍ଥାନୀୟ ଏମ୍‌ପି ଆସିବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ମଙ୍ଗଳବାର ରାତି ସୁଦ୍ଧା ୪୩୦ କ୍ଷତିଗ୍ରସ୍ତ ଦୋକାନୀଙ୍କ ତାଲିକା ପ୍ରସ୍ତୁତ କରି ବିଏମ୍‌ସିକୁ ଦିଆଯିବ। ଏହାସହ ୩ଟି ଦାବି ସମ୍ପର୍କରେ ଚିଠିରେ ଉଲ୍ଲେଖ ରହିବ। ଏହି ଚିଠି ସାର୍ବଜନୀନ କରାଯିବ। ବିଏମ୍‌ସିର ପ୍ରଥମ ମହାନଗର ନିଗମ ବୈଠକରେ ସ୍ଥାନୀୟ କର୍ପୋରେଟର ଏହି କଥା ଉଠାଇବେ ବୋଲି ଅପରାଜିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri