ଅପରାଜିତା-ପିନାକୀ କଥା କଟାକଟି

ଭୁବନେଶ୍ୱର,୩।୪(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଗୁରୁବାର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଲୋକ ସଭାରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ଏହାର ଜବାବ ଦେବାକୁ ଯାଇ ବିଜେଡି ଏମ୍‌ପି ପିନାକୀ ମିଶ୍ର କହିଥିଲେ, ଶ୍ରୀମନ୍ଦିର ପାଖରେ କେବଳ ୪ଟି ଶୌଚାଳୟ ନିର୍ମାଣ କରାଯାଉଛି। ଏହାଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ।
ପିନାକୀଙ୍କ ମନ୍ତବ୍ୟକୁ ବିରୋଧ କରି ଶ୍ରୀକ୍ଷେତ୍ରରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହା ପରେ ଶନିବାର ପିନାକୀ ମିଶ୍ର ସ୍ପଷ୍ଟୀକରଣ ରଖିଛନ୍ତି। ଖଣ୍ଡିଏ କାଗଜ ଦେଖାଇ ସେ କହିଛନ୍ତି, ଏହା ହେଉଛି ଗତ ସେପ୍ଟେମ୍ବର ୪ ତାରିଖରେ ଏନ୍‌ଏମ୍‌ଏ ଦେଇଥିବା ଏନ୍‌ଓସି। ଏହି ଏନ୍‌ଓସି ମୁତାବକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କ୍ଲକ୍‌ ରୁମ୍‌, ମିନି କ୍ଲକ୍‌ ରୁମ୍‌, ସେଲ୍ଟର ପାଭିଲିଅନ, ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ଟଏଲେଟ ନିର୍ମାଣ କରିବାକୁ ଅନୁମତି ମିଳିଛି। କିନ୍ତୁ ସମୟ ଅଭାବରୁ ସଂସଦରେ କେବଳ ଟଏଲେଟ କଥା କହିଦେଇଥିଲି। ସଂସଦରେ କିଛି ମିଛ କହିନି। ସତ୍‌ସାହସ ଥିଲେ ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ କହିଛନ୍ତି।
ଏନ୍‌ଓସି ମନ୍ତବ୍ୟର ଜବାବ ଦେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପ୍ରଥମ କଥା ହେଉଛି- କୌଣସି ଐତିହ୍ୟ ସ୍ଥଳର ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ କରିବା ପାଇଁ ଅନୁମତି ଦେବାକୁ ଏନ୍‌ଏମ୍‌ଏ (ନ୍ୟାଶନାଲ୍‌ ମନୁମେଣ୍ଟ ଅଥରିଟି)ର କ୍ଷମତା ନାହିଁ। କେବଳ ଏଏସ୍‌ଆଇ ଡିଜିଙ୍କ ସ୍ବତନ୍ତ୍ର ଅନୁମତି କ୍ରମେ କିଛିଟା ସୁବିଧା ନିର୍ମାଣ ହୋଇପାରିବ। କିନ୍ତୁ କଥା ହେଉଛି, ଯେଉଁ ସବୁ କାର୍ଯ୍ୟ ହୋଇଛି, ସେଥିରେ ୪ଟା ଶୌଚାଳୟ ହେଉଛି ବୋଲି ସେ ବାରମ୍ବାର କହିଥିଲେ। କିନ୍ତୁ ଶନିବାର କହୁଛନ୍ତି ଆହୁରି ଅନେକ କାମ ହେଉଛି। ଏତେସବୁ କାମ ପାଇଁ ଏନ୍‌ଓସି ମିଳିଥିବା କଥା କହୁଛନ୍ତି। କିନ୍ତୁ ସେ ଯାହାକୁ ଏନ୍‌ଓସି କହୁଛନ୍ତି, ସେ କାଗଜ ମୋ ପାଖରେ ମଧ୍ୟ ରହିଛି। ସେଇଟା ଏନ୍‌ଏମ୍‌ଏର ଚିଠି, ଏନ୍‌ଓସି ନୁହେଁ। ଏନ୍‌ଓସିର ଫର୍ମାଟ୍‌ ଅଲଗା ହୋଇଥାଏ। ସେଥିରେ ଡିଟେଲ୍‌ ଦିଆଯାଏ। ୧୦୦ ମିଟର ଭିତରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ଯଦି କିଛି ମରାମତି ହୁଏ, ତାହାହେଲେ ଏଏସ୍‌ଆଇ ଡିଜି ଅନୁମତି ଦେବେ। ଶନିବାର ମଧ୍ୟ ମୁଁ ଏଏସ୍‌ଆଇଙ୍କ ସହିତ କଥା ହୋଇଛି। ସତ ଜାଣିବାକୁ ହେଲେ ସମସ୍ତେ ଏଏସ୍‌ଆଇଙ୍କ ସହିତ କଥା ହୋଇଯାଆନ୍ତୁ। ସତ କ’ଣ ଓଡ଼ିଶାର ଲୋକ ଜାଣିଗଲେଣି। ଓଡ଼ିଶାର ଲୋକମାନେ ବହୁ ଅଭିଜ୍ଞ। ସେମାନେ ସବୁ କଥା ଠିକ୍‌ ଭାବେ ବୁଝୁଛନ୍ତି। କାରଣ ଏଇଟା ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାର କଥା। ସେଥିପାଇଁ ମୁଁ ଥରେ ଲୋକ ସଭାରେ କହିଛି। ଦରକାର ପଡ଼ିଲେ ବାରମ୍ବାର ଲୋକ ସଭାରେ କହିବି। କିନ୍ତୁ ଯେଉଁଟା ଠିକ୍‌ ସେଇଟା କହିବି। ୧୦୦ ମିଟର ଭିତରେ ନିର୍ମାଣ କରିବା ପାଇଁ ଏଏସ୍‌ଆଇ କୌଣସି ଅନୁମତି ଦେଇନାହିଁ। କିନ୍ତୁ ଦେଖାଯାଉଥିବା କାଗଜଟି ହେଉଛି ଏନ୍‌ଏମ୍‌ଏର ଚିଠି। ଏନ୍‌ଓସି ନୁହେଁ ବୋଲି ଅପରାଜିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri