ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କପର୍ବ

ଭୋଗରାଇ, ୨ ।୪(ଡି.ଏନ.ଏ.) ଦେଶରେ କୋଭିଡ୍‌ କଟକଣା ହଟିଛି। ଏଭଳି ସ୍ଥିତିରେ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକର ଅଧୀନ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ପର୍ବ ଶୁକ୍ରବାର ପୋଡ଼ା ବାଉଁଶ ଛେଦନରୁ ଆରମ୍ଭ ହୋଇଛି। ଶନିବାର ପ୍ରତ୍ୟୁଷରୁ ଜୀଉଙ୍କ ଚିରାଚରିତ ଧର୍ମୀୟ ପରମ୍ପରା ଅନୁଯାୟୀ ଘଟ ଉତ୍ତୋଳନ ନିମନ୍ତେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଚନ୍ଦନେଶ୍ୱର ମହାଦେବଙ୍କ ଶ୍ରେଷ୍ଠ ଭକ୍ତ ପାଟଭକ୍ତ ବ୍ରତଧାରଣ କଲା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ପ୍ରମୁଖ ଦେଉଳିଆ, ଶ୍ରୀବେକିଡ଼ି ସମେତ ୧୩ଜଣ ଭକ୍ତ ଉପବୀତ ଧାରଣ କରି ନୀଳକଣ୍ଠଙ୍କୁ ଆରାଧନା କରିବେ। ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁ ମନ୍ଦିର ଟ୍ରଷ୍ଟବୋର୍ଡ଼ ଓ ଜିଲା ପ୍ରଶାସନ ଗତ ୨୧।୩।୨୨ରେ ମେଳା ବନ୍ଦ ପାଇଁ ଘୋଷଣା କରିଥିବା ବେଳେ ଲକ୍ଷାଧିକ ଉପବୀତଧାରୀ ଭକ୍ତଙ୍କୁ ବ୍ରତ ପାଳନ ନିମନ୍ତେ ଅଙ୍କୁଶ ଲଗାଇଛନ୍ତି। ୧୩ ଉପବୀତଧାରୀ ପ୍ରମୁଖ ଶୈବଭକ୍ତମାନେ ୧୩ଦିନ ଧରି ୨୪ଘଣ୍ଟାରେ ଛେପ ନ ଢ଼ୋକି ଜୀଉଙ୍କ ଅର୍ଘ୍ୟ ପିଣ୍ଡରେ ସନ୍ଧ୍ୟା ପରେ ଅର୍ଘ୍ୟଦାନ କରିବେ। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ରୋକିବାକୁ ଟ୍ରଷ୍ଟବୋର୍ଡ଼ ଓ ପ୍ରଶାସନ ମେଳାକୁ ନା କହିଥିବା ବେଳେ ଜୀଉଙ୍କ କାମିନୀ ବିବାହ, ଦୈନିକ ନୀତିକାନ୍ତି ପୂଜା, ମହାନୀଳ ଓ ପ୍ରସିଦ୍ଧ ପାଟ ଉତ୍ସବର କୌଳିକ ପ୍ରଥା ଅନୁଯାୟୀ ହେବ ବୋଲି ଘୋଷଣା କରାଯାଇଛି। ତେବେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ କୋଭିଡ୍‌ କଟକଣା ହଟିବା ପରେ ମହାଦେବଙ୍କଠାରେ ଦୈନନ୍ଦିନ ସହସ୍ରାଧିକ ଶୈବଭକ୍ତମାନେ ଦର୍ଶନ, ପୂଜାର୍ଚ୍ଚନା ଓ ଆରାଧନା କରୁଛନ୍ତି। ଚୈତ୍ର ମାସରେ ଚନ୍ଦନେଶ୍ୱର ମହାଦେବଙ୍କ ବିବାହ ଋତୁ ହୋଇଥିବାରୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ଶୈବଭକ୍ତ ମନସ୍କାମନା ନିମନ୍ତେ ଜୀଉଙ୍କଠାରେ ଅଧିଆ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri