ମୁମ୍ବାଇ ପାଟିରୁ ଛଡ଼ାଇ ଆଣିଲେ ମ୍ୟାଚ୍‌

ମୁମ୍ବାଇ,୨୭।୩: ସର୍ବାଧିକ ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ବି ବିଜୟ ସହ ଆଇପିଏଲ ସିଜନ୍‌ ଆରମ୍ଭ କରିପାରିନାହିଁ। ୧୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧା ଦଳକୁ ୭୨ ରନ୍‌ ମଧ୍ୟରେ ପ୍ୟାଭିଲିଅନ ପଠାଇଥିଲା ମୁମ୍ବାଇ। କିନ୍ତୁ ମ୍ୟାଚ୍‌ ବଦଳାଇ ଦେଇଥିଲା ଅକ୍ଷର ପଟେଲ (୩୮ ରନ୍‌, ୨ ଚୌକା ଓ ୩ ଛକା) ଏବଂ ଲଲିତ ଯାଦବ(୪୮ ରନ୍‌, ୪ ଚୌକା ଓ ୨ ଛକା)ଙ୍କ ଯୋଡ଼ି। ଦଳର ବିଜୟ ଆଶା ନ ଥିଲା ବେଳେ ଦୁହେଁ ୭ମ ଉଇକେଟ ପାଇଁ ୭୫ ରନ୍‌ ଯୋଡ଼ି ଥିଲେ। ତାହା ପୁଣି ୩୦ ବଲରେ। ଦୁହିଁଙ୍କ ଯୋଗୁ ଦିଲ୍ଲୀ ମ୍ୟାଚ୍‌କୁ ୧୮.୨ ଓଭରରେ ଜିତି ନେଇଥିଲା। ଏହାକୁ ମିଶାଇ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଗତ ୧୦ ସିଜନର ପ୍ରଥମ ମ୍ୟାଚ୍‌ରେ ପରାଜୟ ସ୍ବାଦ ଚାଖିବାକୁ ପଡ଼ିଛି।

ରବିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଶାନ କିଷନ(୮୧ ରନ୍‌, ୧୧ ଚୌକା ଓ ୨ ଛକା)ଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଛିଡ଼ା କରିଥିଲା ୧୭୮ ରନ୍‌ର ଟାର୍ଗେଟ। ଜବାବରେ ଦୁଇ ଓପନର ପୃଥ୍ବୀ ଶ’ (୩୮) ଓ ଟିମ୍‌ ସେଫର୍ଟ (୨୧) ଦିଲ୍ଲୀକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୩ ଓଭରରେ ୩୦ ରନ୍‌ ଯୋଡ଼ିଥିଲେ। କିନ୍ତୁ ଚତୁର୍ଥ ଓଭରରେ ଦୁଇ ଉଇକେଟ ନେଇ ମ୍ୟାଚ୍‌ ବଦଳାଇ ଦେଇଥିଲେ ମୁରୁଗନ ଅଶ୍ୱିନ। ତା’ ପରେ ଅଧିନାୟକ ରଷଭ ପନ୍ତ (୧) ଓ ରବମାନ ପାଓ୍ବେଲ (୦) ମଧ୍ୟ ବିଫଳ ହୋଇଥିଲେ। ଦଳ ୧୩.୨ ଓଭରରେ ୧୦୪ ରନ୍‌ରେ ୬ ଉଇକେଟ ହରାଇ ସାରିଥିଲା। ତା’ ପରେ ୧୧ ବଲରେ ୨୨ (୪ ଚୌକା) ରନ୍‌ର ଛୋଟ ବିସ୍ଫୋରକ ପାଳି ଖେଳିଥିଲେ ଶାର୍ଦ୍ଦୁଳ ଠାକୁର।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri