ୟୁକ୍ରେନ୍ ସେନା ପ୍ରଶିକ୍ଷଣ ଶିବିର ଉପରେ ରୁଷିଆର ମିଶାଇଲ ମାଡ, ଭଡାରେ ଆସିଥିବା ୧୮୦ ବିଦେଶୀ ସେନା ନିହତ!

କ୍ୱିଭ/ମସ୍କୋ/ୱାଶିଂଟନ,୧୪ ।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨ ସପ୍ତାହରୁ ଅଧିକ ସମୟ ହୋଇଥିଲେ ବି ଏବେବି ଏହା କମ୍ ହୋଇନାହିଁ । ରୁଷିଆ ପକ୍ଷରୁ ୟୁକ୍ରେନର ଏକ ସେନା ପ୍ରଶିକ୍ଷଣ କେନ୍ଦ୍ର ଉପରେ ମିଶାଇଲ ମାଡ କରାଯିବା ଫଳରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷିଆ ଦାବି କରିଛି । ରୁଷିଆ କହିଛି ଏହି ଆକ୍ରମଣରେ ମୃତ୍ୟୁ ହୋଇଥିବା ସମସ୍ତ ୧୮୦ ସେନା ଭଡାରେ ଆସିଥିଲେ । ଆହୁରି ମଧ୍ୟ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ୟାୱେରିଓରେ ଥିବା ସେନା ପ୍ରଶିକ୍ଷଣ କେନ୍ଦ୍ର ବାହାର ଦେଶରୁ ଆସୁଥିବା ସେନା ଉପରକରଣର ଭଣ୍ଡାର ଭାବେ ବ୍ୟବହାର କରାଯାଉଥିଲା । ଏହା ଉପରେ ଆକ୍ରମଣ ଫଳରେ ବିଦେଶରୁ ଭଡାରେ ଆସିଥିବା ୧୮୦ ସେନାଙ୍କ ମୃତ୍ୟୁ ହେବା ସହ ବହୁ ପରିମାଣରେ ଗୋଳାବାରୁଦ ନଷ୍ଟ ହୋଇଯାଇଛି । ରୁଷିଆ କହିଛି ସେ ପର୍ଯ୍ୟନ୍ତ ସେ ସେହିମାନଙ୍କୁ ନିହତ କରିବ ଯେଉଁମାନେ ବିଦେଶରୁ ଭଡା ସେନା ଭାବେ ୟୁକ୍ରେନ୍ ଆସିଛନ୍ତି । ରୁଷିଆର ସେନା ପ୍ରଶିକ୍ଷଣ କେନ୍ଦ୍ରରେ ୩୦ରୁ ଅଧିକ କ୍ରୁଜ ମିଶାଇଲ ମାଡ କରାଯାଇଛି ।
ଅନ୍ୟପଟେ ୟୁକ୍ରେନ୍ ଦାବି କରିଛି ଯେ ରୁଷିଆର ମିଶାଇଲ ମାଡରେ ୩୫ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୪ ଆହତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri