ସପ୍ତାହେ ହେଲା କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ

ଲୋଇସିଂହା,୨୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅଧୀନ କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଗୋଟିଏ ସପ୍ତାହ ହେଲା ଅଚଳ ହୋଇପଡ଼ିଛି। ପ୍ରକଳ୍ପର କେବୁଲକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ କର୍ଲିପାର୍ଟ ବସ୍ତିକୁ ଜଳଯୋଗାଣ ଠପ୍‌ ହୋଇଯାଇଛି। କର୍ଲିପାର୍ଟର ୨ଟି ବସ୍ତିରେ ବସବାସ କରୁଥିବା ଦୁଇ ଶହରୁ ଊଦ୍ଧର୍‌ବ ପରିବାର ପିଇବା ପାଣି ନେଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ୩ ବର୍ଷ ପୂର୍ବରୁ କର୍ଲିପାଟ ଗ୍ରାମ ନିକଟ ଦେଇ ଯାଇଥିବା ନାଲାରେ ବସା ଯାଇଥିବା ପ୍ରକଳ୍ପ ଠିକ ଭାବେ କାମ ନ କରିବାରୁ ବସ୍ତି ମୁଣ୍ଡ ଓଭର ହେଡ ଟାଙ୍କି ନିକଟରେ କିଛିଦିନ ପୂର୍ବରୁ ଆଉ ଏକ ଗଭୀର ବୋରଓ୍ବେଲ ଖୋଲା ଯାଇଛି। ୫୦୦ ଫୁଟ ଖୋଲିଥିଲେ ସୁଦ୍ଧା ନୂତନ ପ୍ରକଳ୍ପ ଦ୍ୱାରା ଚାହିଦା ମୁତାବକ ପାଣି ଆସୁ ନ ଥିବା ବସ୍ତିବାସିନ୍ଦା ଜଣାଇଛନ୍ତି। ନୂତନ କେବୁଲ ସଂଯୋଗ କରିବା ସହିତ ଟ୍ୟାଙ୍କରରେ ପାଣି ଯୋଗାଣ ପାଇଁ ବସ୍ତି ବାସିନ୍ଦା ଦାବି କରିଛନ୍ତି। ଗୁରୁବାର ବିଜେଡ଼ି ତରଫରୁ ସ୍ଥାନୀୟ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ବେଳେ ବ୍ଲକରେ ଜଳ ଯୋଗାଣ ଅନିୟମିତତାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ ଦମ୍‌ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଟିଏମସିର ଦୀପ ଲିଭିବା ପୂର୍ବରୁ ଜୋରରେ ଜଳୁଛି’

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରଚାର ଜାରି ରହିଛି । ଏହାରି ଭିତରେ ସେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି । ଟିଏମସିର…

ଅରେଞ୍ଜ କ୍ୟାପର ହକଦାର ହେବେ ବିରାଟ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଶୁକ୍ରବାର IPL 2026 ର ୩୪ତମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ RCB ର ହୋମ…

ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ପରେ ଉତ୍ତର ରଖିଲେ ନଓ୍ବାଜ, କହିଲେ…

ଲାହୋର,୨୪।୪: ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ଟି୨୦ ବିଶ୍ୱକପ୍‌ ବେଳେ ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ହେବା ପରେ ପାକିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନଓ୍ବାଜ ଆଇସିସି…

ସୁପ୍ରିମକୋର୍ଟ ବିଚାରପତି କହିଲେ ମୁଁ ଖୁସି, କାରଣ ଏତେ ସଂଖ୍ୟକ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ମତଦାନକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି,…

ଅଜିତ ପାୱାରଙ୍କ ଜୀବନ ନେଇଗଲା ‘କଳା ଯାଦୁ’? ମିଳିଲା ଗଛରେ ଝୁଲୁଥିବା ଏକ କଳା ଛେଳି, ଆଶ୍ଚର୍ଯ୍ୟଜନକ ଦାବି କଲେ…

ମୁମ୍ବାଇ,୨୪।୪: ବାରାମତୀ ଭୂମି ଉପରେ ଏହି ନୂତନ ଦାବି ରାଜନୀତି ଏବଂ ସମାଜ ଉଭୟକୁ ଆଲୋଡ଼ିତ କରିଛି। ଅଜିତ ପାୱାରଙ୍କ ମୃତ୍ୟୁ ସମ୍ପର୍କରେ “କଳା ଯାଦୁ”ର ତତ୍ତ୍ୱ…

ରବିଧାନ ସଂଗ୍ରହ କମିଟି ବୈଠକ: ମେ’ ୧୧ରୁ ରବିଧାନ କିଣାବିକା

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ’ ୧୧ତାରିଖରୁ ଜିଲାରେ ରବିଧାନ…

ଯାହା ଡଙ୍ଗାରେ ବସିଥିଲେ ମୋଦି, ସାମ୍ନାକୁ ଆସିଲା ନାଉରିଆଙ୍କ ପ୍ରତିକ୍ରିୟା, କହିଲେ ଆମକୁ ୫ମିନିଟ୍‌ ପୂର୍ୱରୁ…

କୋଲକାତା,୨୪।୪: ପଶ୍ଚିମବଙ୍ଗର ୧୫୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଗୁରୁବାର (୨୩ ଏପ୍ରିଲ) ଦିନ ହୋଇଥିଲା। ଭୋଟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର…

ନିର୍ବାଚନ ହେବ, କିନ୍ତୁ ସେମାନେ ଭୋଟ ଦେଇପାରିବେ ନାହିଁ… ବଙ୍ଗଳାରେ ଭୋଟର ତାଲିକାରୁ ୬୫ ଜଣ ନିର୍ବାଚନ ଅଧିକାରୀଙ୍କ ନାମ ବାଦ ପଡ଼ିଲା

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(SIR)କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ୬୫ ଜଣ ଅଧିକାରୀଙ୍କ ନାମ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri