ଭାରତରେ ହେପାଟାଇଟିସ୍‌ ‘ବି’

ଡା. ଉମେଶ ଚନ୍ଦ୍ର ପାତ୍ର

 

ଭାରତରେ ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ ବହୁ ସଂଖ୍ୟାରେ ଅଛନ୍ତି। ଏହି ବାହକମାନେ ସାଧାରଣରେ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଏହି ଭୂତାଣୁ ଦ୍ୱାରା ଅନ୍ୟଲୋକମାନେ ମଧ୍ୟ ସଂକ୍ରମିତ ହୋଇଥାନ୍ତି। ବିଶୁଦ୍ଧ ହୋଇ ନ ଥିବା ଛୁଞ୍ଚତ୍ ଦ୍ୱାରା ଇଞ୍ଜେକ୍‌ଶନ ନେଲେ କିମ୍ବା କର୍ଣ୍ଣଛେଦନ (କାନଫୋଡା ବା ଚିତାକୁଟା) କଲେ, ଅପରିଷ୍କାର ଯନ୍ତ୍ରପାତି ଦ୍ୱାରା ଅସ୍ତ୍ରୋପଚାର ବା ଘା’ ସିଲେଇ କଲେ ଏହି ସଂକ୍ରମଣର ସମ୍ଭାବନା ରହିଥାଏ। ସେହିପରି ସଂକ୍ରମିତ ରକ୍ତନେଲେ ହେପାଟାଇଟିସ୍‌ ‘ବି’ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଖୁବ୍‌ ବଢ଼ିଥାଏ। ଛୋଟପିଲାମାନେ ସାଧାରଣତଃ ଜନ୍ମ ସମୟରେ ସଂକ୍ରମିତ ମା’ ଠାରୁ ଭୂତାଣୁର ଶିକାର ହୋଇଥାନ୍ତି, ଯାହାକୁ ସିଧାପ୍ରସାରଣ କୁହାଯାଏ। ଭୂତାଣୁ ପ୍ରସାରଣର ଦ୍ୱିତୀୟ ମାଧ୍ୟମ ହେଉଛି ଗୋଟିଏ ପିଲାଠାରୁ ଅନ୍ୟ ଏକ ପିଲାକୁ ସଂକ୍ରମଣ। ଏହାକୁ ସମାନ୍ତର ପ୍ରସାରଣ କୁହାଯାଏ। ଏହି କ୍ଷେତ୍ରରେ ରୋଗୀକୁ ଭୋକ ଲାଗି ନ ଥାଏ, ବାନ୍ତି ହୋଇଥାଏ, ଶରୀରରେ ଜ୍ୱର ଦେଖାଯାଏ, ଦେହ ଘୋଳାବିନ୍ଧା, କଷ୍ଟ ଲାଗେ, ଆଖି ଓ ଚର୍ମ ହଳଦିଆ ଦେଖାଯିବା ସହ ପରିସ୍ରା ଗାଢ଼ ରଙ୍ଗର ହୋଇଥାଏ। ମଳ ମଧ୍ୟ ହାଲୁକା ରଙ୍ଗର ହୋଇଥାଏ। ବେଳେବେଳେ ବୃକ୍‌କ ଓ ମସ୍ତିଷ୍କ ମଧ୍ୟ ଅକାମୀ ହୋଇଯାଏ ଓ ଏ କ୍ଷେତ୍ରରେ ରୋଗୀ ସଂଜ୍ଞାହୀନ ହୋଇଯାଏ।
ଆମ ଦେଶରେ ବର୍ତ୍ତମାନ ପାଖାପାଖି ୫ କୋଟି ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହାକ ରହିଛନ୍ତି।
ଏହି ହେପାଟାଇଟିସ୍‌ ‘ବି’ ଭୂତାଣୁ ସଂକ୍ରମିତ ପିଲାଙ୍କଠାରେ ସାଧାରଣତଃ କୌଣସି ଲକ୍ଷଣ ନ ଥାଏ ଓ ଏମାନେ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଏହି ସୁସ୍ଥ ଦେଖାଯାଉଥିବା ପିଲାମାନେ ତାଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟ ପିଲାମାନଙ୍କୁ ଅଜାଣତରେ ଏହି ଭୂତାଣୁ ପ୍ରଦାନ କରିଥା’ନ୍ତ। ପରବର୍ତ୍ତୀ କାଳରେ ଏହି ସୁସ୍ଥ ଦେଖାଯାଉଥିବା ବାହକ ପିଲାଟି ଯକୃତ ସିରୋସିସ୍‌ ବା ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଏ। କେତେକ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶିଶୁ ଅବସ୍ଥାରେ ସଂକ୍ରମିତ ହୋଇଥିବା ପ୍ରତି ୪ଜଣଙ୍କ ମଧ୍ୟରୁ ଜଣେ ଯକୃତ କର୍କଟ ରୋଗରେ ପ୍ରାଣ ହରାଇଥାନ୍ତି। ପ୍ରକାଶିତ ବିଭିନ୍ନ ରିପୋର୍ଟ ତଥ୍ୟ ଅନୁଯାୟୀ ଜଣାଯାଇଛି ଯେ, ଭାରତରେ ପ୍ରତି ୨୦ଜଣଙ୍କ ମଧ୍ୟରୁ ଅନୂ୍ୟନ ଜଣେ ଏହି ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ। ସବୁଠାରୁ ଉଦ୍‌ବେଗଜନକ ତଥ୍ୟ ହେଉଛି ଏହା ଯେ, ଅଧିକାଂଶ ବାହକମାନେ ଜାଣି ନ ଥାନ୍ତି ଯେ ସେମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ। ଏହି ବାହକମାନଙ୍କ ସାଙ୍ଗରେ ଆକସ୍ମିକ ସମ୍ପର୍କ ଦ୍ୱାରା ଭୂତାଣୁର ପ୍ରବେଶ ଜଣେ ସୁସ୍ଥ ଲୋକକୁ ହୋଇପାରିବ।
ହେପାଟାଇଟିସ୍‌ ‘ବି’ ଏଡ୍‌ସଠାରୁ ଶହେଗୁଣ ଅଧିକ ସଂକ୍ରାମକ। ଭାରତରେ ଏଡ୍‌ସ ଯୋଗୁ ସାରା ବର୍ଷରେ ଯେତେ ଲୋକ ମରନ୍ତି, ତା’ଠାରୁ ଅଧିକ ଗୋଟିଏ ଦିନରେ ହେପାଟାଇଟିସ୍‌ ‘ବି’ ଯୋଗୁ ମୃତ୍ୟୁବରଣ କରନ୍ତି। ପରିସଂଖ୍ୟାନରୁ ଜଣାଯାଇଛି ଭାରତରେ ୫ କୋଟିରୁ ଅଧିକ ହେପାଟାଇଟିସ୍‌ ‘ବି’ର ବାହକ ଅଛନ୍ତି ଓ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁଜନିତ ସାଂଘାତିକ ଯକୃତ ରୋଗରେ କଷ୍ଟ ପାଉଛନ୍ତି। ପ୍ରତିବର୍ଷ ପ୍ରାୟ ଏକଲକ୍ଷ ଲୋକ ଏହି ଭୂତାଣୁଜନିତ ଯକୃତ ରୋଗରେ ମୃତ୍ୟୁବରଣ କରିଥାନ୍ତ।
ନିମ୍ନଲିଖିତ ଶ୍ରେଣୀର ବ୍ୟକ୍ତିଙ୍କୁ ହେପାଟାଇଟିସ୍‌ ‘ବି’ ଭୂତାଣୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଡାକ୍ତର ଓ ଶଲ୍ୟ ଚିକିତ୍ସକ, ସେବିକା, ପାଥୋଲୋଜି ଟେକ୍ନିସିଆନ୍‌ ଏବଂ ରକ୍ତଭଣ୍ଡାର ଓ ବୃକ୍‌କ ଡାଏଲିସିସ୍‌ ବିଭାଗରେ କାର୍ଯ୍ୟରତ କର୍ମକର୍ତ୍ତାମାନେ ଅଧିକ ସଂକ୍ରମଣ ହେବାର ସମ୍ଭାବନା। ସମଲିଙ୍ଗ ସଂଗମ ପ୍ରୟାସୀ ରୂପଜୀବୀ, ବିଶୃଙ୍ଖଳିତ ଅସୁରକ୍ଷିତ ଯୌନକ୍ରିୟା, ଇଞ୍ଜେକ୍‌ଶନ ମାଧ୍ୟମରେ ନିଶା ସେବନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ହେପାଟାଇଟିସ୍‌ ‘ବି’ ଭୂତାଣୁ ଦ୍ୱାରା ଅଧିକ ସଂକ୍ରମଣ ହେବା ସମ୍ଭାବନା ରହିଛି । ଥାଲାସିମିଆ ଓ ହିମୋଫିଲିଆ ରୋଗୀ, ଯେଉଁମାନେ ବାରମ୍ବାର ରକ୍ତ ନିଅନ୍ତି ସେମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୁଅନ୍ତି । ହେପାଟାଇଟିସ୍‌ ‘ବି’ ପ୍ରତିଷେଧକ ଟିକା ବ୍ୟବହାର କଲେ ଏହି ରୋଗରୁ ସୁରକ୍ଷିତ ରହିହେବ । ସାଧାରଣତଃ ତିନୋଟି ଟିକା ଜଣେ ଲୋକକୁ ନେବାକୁ ପଡ଼ିଥାଏ। ପ୍ରଥମ ଟିକାର ଏକମାସ ପରେ ଦ୍ୱିତୀୟ ଟିକା ଓ ପ୍ରଥମ ଟିକାର ଛଅମାସରେ ତୃତୀୟ ଟିକା ନେବାକୁ ପଡ଼ିଥାଏ । ସାଧାରଣତଃ ଏହି ଟିକା ନେବାପରେ ଶରୀରରେ କୌଣସି କୁପ୍ରଭାବ ଦେଖାଯାଇ ନ ଥାଏ।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂକ୍ରାମକ ହେପାଟାଇଟିସ୍‌ ‘ବି’ ପାଇଁ କୌଣସି ଉତ୍କୃଷ୍ଟ ଧରଣର ଔଷଧ ଆବିଷ୍କାର ହୋଇନାହିଁ। ଯାହାଦ୍ୱାରା ଏହି ଭୂତାଣୁକୁ ଶରୀରରୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିହେବ। ଯେଉଁ ଔଷଧଗୁଡ଼ିକ ଏହି ଭୂତାଣୁ ବିରୋଧରେ କିଛି ପରିମାଣରେ ସଫଳତା ଲାଭ କରିଥାଏ ସେଗୁଡ଼ିକ ମଧ୍ୟରୁ ବଜାରରେ ଉପଲବ୍ଧ ହେଉଥିବା ଇଣ୍ଟରଫେରନ୍‌, ଏଣ୍ଟାକେଭିର୍‌ ଓ ଟେନୋଫୋଭିର୍‌ ମୁଖ୍ୟ। ଏହି କାରଣ ଯୋଗୁ ସବୁଠାରୁ ଉତ୍ତମ ଉପାୟ ହେଉଛି ସଂକ୍ରମଣରୁ ନିଜକୁ ରକ୍ଷା କରିବା। ଏହା କେବଳ ଟିକା ଦ୍ୱାରା ସମ୍ଭବ। ସାଧାରଣତଃ ହେପାଟାଇଟିସ୍‌ ‘ବି’ ଏକ ସଂକ୍ରାମକ ରୋଗ ହୋଇଥିଲେ ବି ଏହାକୁ ନେଇ ସେପରି ଭୟଭୀତ ହେବାର କାରଣ ନାହିଁ। ଅଭିଜ୍ଞ ଯକୃତ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ପ୍ରାଥମିକ ଅବସ୍ଥାରୁ ଏହାର ନିରାକରଣ ସମ୍ଭବ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମା :୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri