ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପଦବୀ

ଉମରକୋଟ, ୧୬।୧(ସ୍ବ.ପ୍ର.)  ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏ ନେଇ ଶନିବାର ରାଜ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ସାଧାରଣ ଓ ଅନୁସୂଚିତ ଜାତିର ଆଶାୟୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଉମରକୋଟ ସହରର ଜନସଂଖ୍ୟା ପ୍ରାୟ ୪୦ହଜାର। ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ସାଧାରଣ ବର୍ଗର ପି.ରାବଣା ରାଓ ଅଧ୍ୟକ୍ଷ ଥିଲେ। ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ସାଧାରଣ ବର୍ଗର ଝାଡ଼େଶ୍ୱର ମହାନ୍ତି ଅଧ୍ୟକ୍ଷ ଥିଲେ ଓ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ସାଧାରଣ ବର୍ଗର ମହିଳା ପିଙ୍କି ଅଗ୍ରୱାଲ ଉମରକୋଟ ପୌର ପରିଷଦର ଅଧ୍ୟକ୍ଷା ଥିଲେ। ଉମରକୋଟ ସହରରେ ସାଧାରଣ ବର୍ଗର ପୁରୁଷଙ୍କ ପାଇଁ ସଂରକ୍ଷଣ ରହିବ ଓ ଅଧ୍ୟକ୍ଷ/ଅଧ୍ୟକ୍ଷା ପଦ ପାଇଁ ସିଧାସଳଖ ନିର୍ବାଚନ ହେବ ଭାବି ସହରରେ ବିଭିନ୍ନ ବ୍ୟକ୍ତିଙ୍କ ନାମ ଚର୍ଚ୍ଚାରେ ଥିଲା। ଏହା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କିନ୍ତୁ ରାଜ୍ୟ ନିର୍ବାଚନ କମିଶନ ୧୫ ଦିନ ଅଭିଯୋଗ ପାଇଁ ରଖିଛନ୍ତି। ବର୍ତ୍ତମାନ ଗ୍ରାମପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଥିବା ବେଳେ ଏହି ବିଜ୍ଞପ୍ତିକୁ ଆଧାର କରି କେହି ଅଭିଯୋଗ କରୁଛନ୍ତି ନା ଚୁପ୍‌ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ଅନ୍ୟ ଜାତିରେ ବିବାହ କରିଥିଲେ ବାପା, ପୁଅର ମୃତଦେହ ଛୁଇଁଲେନି ସମାଜ ଲୋକେ

ଚନ୍ଦାହାଣ୍ଡି/ନବରଙ୍ଗପୁର,୨୯।୧୧(ଦିଲ୍ଲୀପ ଦାସ/ସଦଶିବ ପ୍ରହରାଜ): ଯେତେ ସଚେତନକଲେ ମଧ୍ୟ ଲୋକଙ୍କ ଭିତରେ ଏବେ ମଧ୍ୟ ଅନ୍ଧବିଶ୍ୱାସ, ଜାତିପ୍ରଥା ଭରି ରହିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...

ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…

ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା...

ଝିଅ ଦେହ ଖରାପ ଖବର ପାଇ ଯାଇଥିଲେ ଦିଲ୍ଲୀ: ନିଖୋଜ ହେବାର ୪ ବର୍ଷ ପରେ ଜୀବିତ ଫେରିଲେ ବୃଦ୍ଧ 

ଉମରକୋଟ, ୨୨।୧୧(ସନ୍ତୋଷ ଶତପଥୀ): ୪ ବର୍ଷ ତଳେ ଦିଲ୍ଲୀରୁ ନିଖୋଜ ଥିବା ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ଦଶରାପଦା ସାହିର ଲାଲୁ ହରିଜନ (୬୫) ଘରକୁ...

ପିଅନ ଥାଇ ସ୍କୁଲରେ ଝାଡ଼ୁ ମାରିଥିଲେ ଜିଲା ଶିକ୍ଷା ଅଧିକାରୀ: କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ

ନବରଙ୍ଗପୁର,୨୦।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଜଳଣି ମାତା ହାଇସ୍କୁଲରେ ବିଭିନ୍ନ ଅନିୟମିତତା ଓ କର୍ମଚାରୀଙ୍କ ଅବହେଳା, ଛାତ୍ରୀଛାତ୍ର ଉପସ୍ଥାପନ ବ୍ୟତିକ୍ରମ ଓ ମଧ୍ୟାହ୍ନ ଭୋଜନରେ ମେନ୍ୟୁ...

ବିଡିଓଙ୍କ ଘରେ ବୁଲିଲା କଳାକନା : ଭେଣ୍ଟିଲେଟର ଭାଙ୍ଗି ପଶିଲେ…

ନବରଙ୍ଗପୁର,୪।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବଡିଓଙ୍କ ଘରେ ବୁଲିଲା କଳା କନା। ନବରଙ୍ଗପୁର ବ୍ଲକ ବଡିଓ ସୁନୀଲ ଖରା ଗତ ଶନିବାର ଛୁଟିରେ ରାୟଗଡାରେ ଥିବା ପରିବାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri