୨୦୩୦ ସୁଦ୍ଧା ଚନ୍ଦ୍ରରେ ବସତି ସ୍ଥାପନ ପ୍ରସ୍ତୁତି: ଫୁଲି ପାରୁଥିବା ଘରେ ରହିବେ ମହାକାଶଚାରୀ

ୱାଶିଂଟନ/ସିଙ୍ଗାପୁର, ୩୦ା୪:ଚନ୍ଦ୍ର ପୃଷ୍ଠରେ ମଣିଷ ରହିବା ଏବେ ଆଉ କେବଳ କଳ୍ପନା ହୋଇ ରହିନାହିଁ। ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ବସତି ସ୍ଥାପନ ପାଇଁ ମହାକାଶ ବୈଜ୍ଞାନିକମାନେ ଏକ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛନ୍ତି। ଭଏଜର୍‌ ସ୍ପେସ୍‌ର ଚେୟାରମ୍ୟାନ ତଥା ସିଇଓ ଡିଲାନ୍‌ ଟେଲର ସିଙ୍ଗାପୁରରେ ଆୟୋଜିତ ଏକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୨୯ ପୂର୍ବରୁ ମଣିଷ ଚନ୍ଦ୍ରରେ ପହଞ୍ଚତ୍ବା ସହ ସେଠାରେ ରହିବା ପାଇଁ ପ୍ରାରମ୍ଭିକ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଥିବ।
ଏହି ଅଭିଯାନର ସବୁଠାରୁ ଆଧୁନିକ ଦିଗ ହେଉଛି ‘ଇନଫ୍ଲେଟେବଲ୍‌ ହାବିଟାଟ୍‌’ ବା ଫୁଲି ପାରୁଥିବା ବାସସ୍ଥାନ। ଟେଲରଙ୍କ ଅନୁଯାୟୀ, ଏହି ସ୍ବତନ୍ତ୍ର ଢାଞ୍ଚାଗୁଡ଼ିକ ରକେଟ୍‌ରେ ବହୁତ କମ୍‌ ସ୍ଥାନ ନେଇଥାଏ, ଯାହାକୁ ପଠାଯିବ ସହଜ। କିନ୍ତୁ ଚନ୍ଦ୍ର ପୃଷ୍ଠରେ ପହଞ୍ଚତ୍ବା ପରେ ତାହା ନିଜର ପ୍ରକୃତ ଆକାରଠାରୁ ପ୍ରାୟ ୨୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ। ଅର୍ଥାତ୍‌ ଚନ୍ଦ୍ର ପୃଷ୍ଠରେ ପହଞ୍ଚତ୍ବା ପରେ ସେଗୁଡ଼ିକ ଏକ ବଡ଼ କୋଠରି ଭଳି ଫୁଲିଯିବ। ସେଥିରେ ମହାକାଶଚାରୀମାନେ ରହି କାର୍ଯ୍ୟ କରିପାରିବେ। ଏହି ପ୍ରଯୁକ୍ତିବିଦ୍ୟା ପାଇଁ ଭଏଜର୍‌ ସ୍ପେସ୍‌ ଏବଂ ‘ମ୍ୟାକ୍ସ ସ୍ପେସ୍‌’ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଭବିଷ୍ୟତର ଏହି ପରିକଳ୍ପନାକୁ ବର୍ଣ୍ଣନା କରି ଡିଲାନ୍‌ ଟେଲର କହିଛନ୍ତି, ୨୦୩୦ ଦଶକର ପ୍ରାରମ୍ଭରେ ଆପଣ ନିଜ ଘର ବାରଣ୍ଡାରୁ ଚନ୍ଦ୍ରକୁ ଚାହିଁଲେ ସେଠାରେ ଜଳୁଥିବା ଆଲୋକ ଦେଖିବାକୁ ପାଇବେ, କାରଣ ସେତେବେଳେ ମଣିଷ ସେଠାରେ ରହୁଥିବେ ଏବଂ କାର୍ଯ୍ୟ କରୁଥିବେ।
କେବଳ ଭଏଜର୍‌ ସ୍ପେସ୍‌ ନୁହେଁ, ବରଂ ଏଲନ ମସ୍କଙ୍କ ‘ସ୍ପେସ୍‌-ଏକ୍ସ’ ଏବଂ ଜେଫ୍‌ ବେଜୋସ୍‌ଙ୍କ ‘ବ୍ଲୁ ଓରିଜିନ’ ମଧ୍ୟ ଚନ୍ଦ୍ରରେ ସ୍ଥାୟୀ ବସତି ପାଇଁ ଦୌଡ଼ରେ ସାମିଲ ଅଛନ୍ତି। ଏଥିସହିତ ଆମେରିକା ସରକାର ନିକଟରେ ‘ନାସା ଅଥରାଇଜେଶନ ଆକ୍ଟ-୨୦୨୬’ ମାଧ୍ୟମରେ ଚନ୍ଦ୍ରରେ ଏକ ଆଉଟ୍‌ପୋଷ୍ଟ ନିର୍ମାଣ ପାଇଁ ପାଣ୍ଠି ଯୋଗାଇବାକୁ ଯୋଜନା କରୁଛନ୍ତି, ଯାହା ଚନ୍ଦ୍ର ପୃଷ୍ଠରେ ଚାଇନା ପୂର୍ବରୁ ଆମେରିକାର ଆଧିପତ୍ୟକୁ ସ୍ପଷ୍ଟ କରିବ।
ତେବେ ଚନ୍ଦ୍ରରେ ବସତି ସ୍ଥାପନ କରିବା ଏତେ ସହଜ ନୁହେଁ। ବୈଜ୍ଞାନିକଙ୍କ କହିବାନୁଯାୟୀ, ଦିନରେ ୨୫୦ ଡିଗ୍ରୀ ଫାରେନହିଟ୍‌ ଉତ୍ତାପ ଏବଂ ରାତିରେ ମାଇନସ୍‌ ୩୦୦ ଡିଗ୍ରୀ ଫାରେନହିଟ୍‌ର ପ୍ରବଳ ଶୀତ ସହିତ ବିକିରଣ ଓ ମାରାତ୍ମକ ଚନ୍ଦ୍ର-ଧୂଳିର ସାମ୍ନା କରିବା ପାଇଁ ଉନ୍ନତ ‘ଲାଇଫ୍‌ ସପୋର୍ଟ ସିଷ୍ଟମ୍‌’ ପ୍ରସ୍ତୁତ କରାଯାଉଛି। ଏହି ଲୁନାର୍‌ ବେସ୍‌ କେବଳ ଚନ୍ଦ୍ରରେ ଗବେଷଣା କରିବାରେ ସାହାଯ୍ୟ କରିବ ନାହିଁ, ବରଂ ମଙ୍ଗଳ ଗ୍ରହ ଭଳି ଦୂରବର୍ତ୍ତୀ ମହାକାଶ ଅଭିଯାନ ପାଇଁ ଏହା ପ୍ରବେଶ ପଥ ଭାବେ କାର୍ଯ୍ୟ କରିବ। ୨୦୩୦ ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ନାସା ଏବଂ ବିଭିନ୍ନ ଘରୋଇ ସଂସ୍ଥା ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଯଦି ଏହି ଯୋଜନା ସଫଳ ହୁଏ, ତେବେ ମାନବ ସଭ୍ୟତା ପାଇଁ ପୃଥିବୀ ବାହାରେ ଏହା ପ୍ରଥମ ସ୍ଥାୟୀ ବସତି ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା Exit Poll, ବଙ୍ଗରେ ୫ଗୁଣା ବଢିଯିବ କଂଗ୍ରେସ ସିଟ୍‌!

କୋଲକାତା,୩୦।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବୁଧବାର (୨୯ ଏପ୍ରିଲ, ୨୦୨୬) ଶେଷ ହୋଇଛି। ସମକାଳୀନ ଭାବରେ, ଏକଜିଟ ପୋଲର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି…

ବାଛୁରୀକୁ ଖାଇଦେଲା ବାଘ! ଗାଁରେ ଖେଲିଗଲା ଆତଙ୍କ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ଆମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ଉକ୍ତ ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଗୋପାଳ ଭୋଇଙ୍କ ଗୁହାଳରେ…

ଜିତୁ ମୁଣ୍ଡାଙ୍କୁ ମାସକର ଦରମା ଦେବେ ରାଜସ୍ଥାନ ଭାଜପା ମନ୍ତ୍ରୀ: କହୁ କହୁ କହିଦେଲେ ଏମିତି କଥା

ଜୟପୁର,୩୦ା୪ (ପି.ଟି.):କେନ୍ଦୁଝର ଜିଲାରେ ଜମା ଟଙ୍କା ପାଇବା ପାଇଁ ବ୍ୟାଙ୍କକୁ ଜଣେ ଆଦିବାସୀ ବ୍ୟକ୍ତି ଭଉଣୀଙ୍କ କଙ୍କାଳ ବୋହି ଆଣିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ଦିନରେ ଗୁଳୁଗୁଳି, ଅପରାହ୍ନରେ ଝଡ଼ବର୍ଷା: ୫ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୩୦ା୪(ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୬ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ ଅପରାହ୍ନରେ ଝଡ଼ବର୍ଷା…

ଡାଇନୋସର ଯୁଗରୁ ଚାଲିଛି ‘ମେ-ଫ୍ଲାଇ’ର ନୃତ୍ୟ: ରହସ୍ୟ ଉନ୍ମୋଚନକଲେ ଗବେଷକ

ଲଣ୍ଡନ, ୩୦ା୪:ପୃଥିବୀରେ ଡାଇନୋସରଙ୍କ ଆଗମନର ବହୁ କୋଟି ବର୍ଷ ପୂର୍ବର ପୁରୁଣା ହେଉଛି କ୍ଷୁଦ୍ର ପତଙ୍ଗ ‘ମେ-ଫ୍ଲାଇ’। ଏହି ପତଙ୍ଗର ବିଚିତ୍ର ଉଡ଼ାଣ ଶୈଳୀ ବା ‘ନୃତ୍ୟ’…

ଧାନବିକ୍ରି ନ ହେବା ଘଟଣାରେ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ: ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ବର୍ଷର ଖରିଫ…

ଆମେରିକା ପାସ୍‌ପୋର୍ଟରେ ଟ୍ରମ୍ପ୍‌ଙ୍କ ଫଟୋ: ବଢୁଛି ଚର୍ଚ୍ଚା

ୱାଶିଂଟନ୍‌, ୩୦ା୪:ଆମେରିକା ପାସ୍‌ପାର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫଟୋ ଦେଖିବାକୁ ମିଳିବ ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିଜର ବ୍ୟକ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri