୨୦୩୦ ସୁଦ୍ଧା ଚନ୍ଦ୍ରରେ ବସତି ସ୍ଥାପନ ପ୍ରସ୍ତୁତି: ଫୁଲି ପାରୁଥିବା ଘରେ ରହିବେ ମହାକାଶଚାରୀ

ୱାଶିଂଟନ/ସିଙ୍ଗାପୁର, ୩୦ା୪:ଚନ୍ଦ୍ର ପୃଷ୍ଠରେ ମଣିଷ ରହିବା ଏବେ ଆଉ କେବଳ କଳ୍ପନା ହୋଇ ରହିନାହିଁ। ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ବସତି ସ୍ଥାପନ ପାଇଁ ମହାକାଶ ବୈଜ୍ଞାନିକମାନେ ଏକ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛନ୍ତି। ଭଏଜର୍‌ ସ୍ପେସ୍‌ର ଚେୟାରମ୍ୟାନ ତଥା ସିଇଓ ଡିଲାନ୍‌ ଟେଲର ସିଙ୍ଗାପୁରରେ ଆୟୋଜିତ ଏକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୨୯ ପୂର୍ବରୁ ମଣିଷ ଚନ୍ଦ୍ରରେ ପହଞ୍ଚତ୍ବା ସହ ସେଠାରେ ରହିବା ପାଇଁ ପ୍ରାରମ୍ଭିକ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଥିବ।
ଏହି ଅଭିଯାନର ସବୁଠାରୁ ଆଧୁନିକ ଦିଗ ହେଉଛି ‘ଇନଫ୍ଲେଟେବଲ୍‌ ହାବିଟାଟ୍‌’ ବା ଫୁଲି ପାରୁଥିବା ବାସସ୍ଥାନ। ଟେଲରଙ୍କ ଅନୁଯାୟୀ, ଏହି ସ୍ବତନ୍ତ୍ର ଢାଞ୍ଚାଗୁଡ଼ିକ ରକେଟ୍‌ରେ ବହୁତ କମ୍‌ ସ୍ଥାନ ନେଇଥାଏ, ଯାହାକୁ ପଠାଯିବ ସହଜ। କିନ୍ତୁ ଚନ୍ଦ୍ର ପୃଷ୍ଠରେ ପହଞ୍ଚତ୍ବା ପରେ ତାହା ନିଜର ପ୍ରକୃତ ଆକାରଠାରୁ ପ୍ରାୟ ୨୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ। ଅର୍ଥାତ୍‌ ଚନ୍ଦ୍ର ପୃଷ୍ଠରେ ପହଞ୍ଚତ୍ବା ପରେ ସେଗୁଡ଼ିକ ଏକ ବଡ଼ କୋଠରି ଭଳି ଫୁଲିଯିବ। ସେଥିରେ ମହାକାଶଚାରୀମାନେ ରହି କାର୍ଯ୍ୟ କରିପାରିବେ। ଏହି ପ୍ରଯୁକ୍ତିବିଦ୍ୟା ପାଇଁ ଭଏଜର୍‌ ସ୍ପେସ୍‌ ଏବଂ ‘ମ୍ୟାକ୍ସ ସ୍ପେସ୍‌’ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଭବିଷ୍ୟତର ଏହି ପରିକଳ୍ପନାକୁ ବର୍ଣ୍ଣନା କରି ଡିଲାନ୍‌ ଟେଲର କହିଛନ୍ତି, ୨୦୩୦ ଦଶକର ପ୍ରାରମ୍ଭରେ ଆପଣ ନିଜ ଘର ବାରଣ୍ଡାରୁ ଚନ୍ଦ୍ରକୁ ଚାହିଁଲେ ସେଠାରେ ଜଳୁଥିବା ଆଲୋକ ଦେଖିବାକୁ ପାଇବେ, କାରଣ ସେତେବେଳେ ମଣିଷ ସେଠାରେ ରହୁଥିବେ ଏବଂ କାର୍ଯ୍ୟ କରୁଥିବେ।
କେବଳ ଭଏଜର୍‌ ସ୍ପେସ୍‌ ନୁହେଁ, ବରଂ ଏଲନ ମସ୍କଙ୍କ ‘ସ୍ପେସ୍‌-ଏକ୍ସ’ ଏବଂ ଜେଫ୍‌ ବେଜୋସ୍‌ଙ୍କ ‘ବ୍ଲୁ ଓରିଜିନ’ ମଧ୍ୟ ଚନ୍ଦ୍ରରେ ସ୍ଥାୟୀ ବସତି ପାଇଁ ଦୌଡ଼ରେ ସାମିଲ ଅଛନ୍ତି। ଏଥିସହିତ ଆମେରିକା ସରକାର ନିକଟରେ ‘ନାସା ଅଥରାଇଜେଶନ ଆକ୍ଟ-୨୦୨୬’ ମାଧ୍ୟମରେ ଚନ୍ଦ୍ରରେ ଏକ ଆଉଟ୍‌ପୋଷ୍ଟ ନିର୍ମାଣ ପାଇଁ ପାଣ୍ଠି ଯୋଗାଇବାକୁ ଯୋଜନା କରୁଛନ୍ତି, ଯାହା ଚନ୍ଦ୍ର ପୃଷ୍ଠରେ ଚାଇନା ପୂର୍ବରୁ ଆମେରିକାର ଆଧିପତ୍ୟକୁ ସ୍ପଷ୍ଟ କରିବ।
ତେବେ ଚନ୍ଦ୍ରରେ ବସତି ସ୍ଥାପନ କରିବା ଏତେ ସହଜ ନୁହେଁ। ବୈଜ୍ଞାନିକଙ୍କ କହିବାନୁଯାୟୀ, ଦିନରେ ୨୫୦ ଡିଗ୍ରୀ ଫାରେନହିଟ୍‌ ଉତ୍ତାପ ଏବଂ ରାତିରେ ମାଇନସ୍‌ ୩୦୦ ଡିଗ୍ରୀ ଫାରେନହିଟ୍‌ର ପ୍ରବଳ ଶୀତ ସହିତ ବିକିରଣ ଓ ମାରାତ୍ମକ ଚନ୍ଦ୍ର-ଧୂଳିର ସାମ୍ନା କରିବା ପାଇଁ ଉନ୍ନତ ‘ଲାଇଫ୍‌ ସପୋର୍ଟ ସିଷ୍ଟମ୍‌’ ପ୍ରସ୍ତୁତ କରାଯାଉଛି। ଏହି ଲୁନାର୍‌ ବେସ୍‌ କେବଳ ଚନ୍ଦ୍ରରେ ଗବେଷଣା କରିବାରେ ସାହାଯ୍ୟ କରିବ ନାହିଁ, ବରଂ ମଙ୍ଗଳ ଗ୍ରହ ଭଳି ଦୂରବର୍ତ୍ତୀ ମହାକାଶ ଅଭିଯାନ ପାଇଁ ଏହା ପ୍ରବେଶ ପଥ ଭାବେ କାର୍ଯ୍ୟ କରିବ। ୨୦୩୦ ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ନାସା ଏବଂ ବିଭିନ୍ନ ଘରୋଇ ସଂସ୍ଥା ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଯଦି ଏହି ଯୋଜନା ସଫଳ ହୁଏ, ତେବେ ମାନବ ସଭ୍ୟତା ପାଇଁ ପୃଥିବୀ ବାହାରେ ଏହା ପ୍ରଥମ ସ୍ଥାୟୀ ବସତି ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?