ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ ମନେକରାଯାଏ। ଏହି ଛବି କିମ୍ୱା ମୂର୍ତ୍ତି ଘର, ଦୋକାନ, ବ୍ୟାଙ୍କ ଏବଂ ଏପରିକି ଏବକାର ବିଜ୍ଞାପନରେ ଆମେ ଦେଖିବାକୁ ପାଉ। ତେବେ ଅନେକେ ପ୍ରଶ୍ନ କରନ୍ତି ଯେ, ଧନଦେବୀଙ୍କ ଦୁଇ ପାଖରେ କାହିଁକି ଦୁଇ ହାତୀ ଠିଆ ହୋଇଛନ୍ତି? ଏହାର ଉତ୍ତର ଏକ ଆର୍ଥିକ ଦିଗ ସହ ଜଡ଼ିତ ସତ୍ୟକୁ ପ୍ରକାଶକରେ, ଯାହା ଭାରତର ଭୌଗୋଳିକ, ପରିବେଶ ତଥା ହଜାର ବର୍ଷର ଇତିିହାସ ଓ ପରମ୍ପରା ସହ ସ୍ୱାଭାବିକ ଭାବେ ସୃଷ୍ଟି ହୋଇଛି। ଭାରତ ହେଉଛି ଏକ ମୌସୁମୀ ଦେଶ। ୪ ମାସ ଧରି ଏଠାରେ ଜୋର ବର୍ଷା ହୁଏ, ଯେଉଁଥିରେ ରାସ୍ତା ନଦୀ ପାଲଟିଯାଏ ଏବଂ ଜମିବାଡ଼ିି ସନ୍ତସନ୍ତିଆ କାଦୁଅ ହୋଇଯାଏ। ଏବେ ଆମେ ସହରଗୁଡ଼ିକରେ ବନ୍ୟା ସୃଷ୍ଟି ହୋଇ ରାସ୍ତାରେ ବିରାଟକାୟ ଗାଡ଼ ଦେବା ଦେଖିବାକୁ ପାଉଛୁ। ତେବେ ୩,୦୦୦ ବର୍ଷ ପୂର୍ୱର ସ୍ଥିତି ବିଷୟରେ ଚିନ୍ତା କରନ୍ତୁ। ସେତେବେଳେ କୌଣସି ପିଚୁ ରାସ୍ତା କିମ୍ୱା କଂକ୍ରିଟ ବନ୍ଧ କି ଡ୍ରେନେଜ୍‌ ବ୍ୟବସ୍ଥା ନ ଥିଲା। ବର୍ଷାରେ ଗାଁଗୁଡ଼ିକ ବୁଡ଼ିଯାଇ ଘରସବୁ ଭାଙ୍ଗିଯାଉଥିଲା। ବାଣିଜ୍ୟ ପଥ ମଧ୍ୟ ଧୋଇହୋଇ ଯାଉଥିଲା। ଗୋରୁ, ଘୋଡ଼ା ଏବଂ ପଶୁଟଣା ଗାଡ଼ି ରାସ୍ତାରେ ଯାଇପାରୁ ନ ଥିଲା। ବଣିକମାନେ କିଛି ନ କରି ବସି ରହି ମୌସୁମୀ ସମୟ ଶେଷକୁ ଚାହଁି ରହୁଥିଲେ ଏବଂ ପରେ ଅର୍ଥ ବ୍ୟବସ୍ଥା ପୁନର୍ୱାର ସକ୍ରିୟ ହୋଇପାରୁଥିଲା।
କିନ୍ତୁ ଗୋଟିଏ ଜୀବ ହାତୀ ଏହି ଜଳମଗ୍ନ ସନ୍ତସନ୍ତିଆ ଅଞ୍ଚଳରେ ଭଲ ଭାବେ ବଢ଼ିପାରୁଥିଲା, ସୁସ୍ଥ ବି ରହୁଥିଲା। ବଡ଼ ପାଦ ଓ ଅତ୍ୟଧିକ ଶକ୍ତି ବଳରେ ହାତୀ ପାଣିକାଦୁଅରେ ସହଜରେ ଯିବାଆସିବା କରିପାରୁଥିଲା। ନଦୀକୁ ବିନା ଦ୍ୱିଧାରେ ପାରହୋଇ ଜଙ୍ଗଲ ମଧ୍ୟରେ ମାଡ଼ିଚାଲୁଥିଲା। ଗୋଟିଏ ହାତୀ ଏକାକୀ ଜଙ୍ଗଲ ମଧ୍ୟରେ ଗୋଟିଏ ବାଟ ସୃଷ୍ଟି କରିପାରୁଥିଲା। ହେଲେ ଗୋଟିଏ ହାତୀ ପଲ ଏକ ବାଣିଜ୍ୟ ପଥ ସୃଷ୍ଟି କରିପାରୁଥିଲେ। ମୌସୁମୀ ବର୍ଷା ଶେଷ ହେଲେ ହାତୀ ଶସ୍ୟ ଓ ସାମଗ୍ରୀ ଉତ୍ପାଦନ ହେଉଥିବା ଅଞ୍ଚଳ ସହ ଦୂରବର୍ତ୍ତୀ ବଜାରକୁ ଯୋଡ଼ୁଥିଲା, ଅର୍ଥାତ୍‌ ଜିନିଷ ନେବା ଆଣିବା କରୁଥିଲା। ହାତୀ ବାଟ ସଫା କରିବା ପରେ ପୁନର୍ୱାର ଉପକୂଳରୁ ଲୁଣ, ପାହାଡ଼ିଆ ଅଞ୍ଚଳରୁ ଖଣିଜ ପଥର ଏବଂ ସମତଳ ଅଞ୍ଚଳରୁ ଖାଦ୍ୟଶସ୍ୟର ବାଣିଜି୍ୟକ କାରବାର ସୁଗମ ହୋଇପାରୁଥିଲା। ଏଣୁ ହାତୀମାନେ କେବଳ ଭବ୍ୟ ଓ ବୁଦ୍ଧିମାନ ପ୍ରାଣୀ ନୁହେଁ, ବରଂ ସେମାନେ ଆର୍ଥିକ ପୁନର୍ଗଠନର ଚାଳକ ଥିଲେ। ସେମାନଙ୍କ ଦ୍ୱାରା ବାଣିଜ୍ୟ ସମ୍ଭବ ହେଉଥିଲା। ସେମାନେ ରାସ୍ତାକୁ ପୁନଃ ଗମନଯୋଗ୍ୟ କରୁଥିଲେ ଏବଂ ଚକଲଗା ଗାଡ଼ିଗୁଡ଼ିକର ସୁରକ୍ଷା କରୁଥିଲେ । ସେମାନଙ୍କ ଉପସ୍ଥିତି ଯୋଗୁ ଧନ ପୁଣି ଆସିପାରୁଥିଲା। ହାତୀ ଓ ସମୃଦ୍ଧି ମଧ୍ୟରେ ଥିବା ଏହି ସମ୍ପର୍କ ଭାରତୀୟଙ୍କ ମାନସିକତାରେ ଗଭୀର ଭାବେ ରହିଗଲା।
ଏବେ ଗଜଲକ୍ଷ୍ମୀଙ୍କ ଫଟୋଚିତ୍ର ବିଷୟରେ ଆଲୋଚନା କରାଯାଉ। ହାତୀ ଲକ୍ଷ୍ମୀଙ୍କ ଉପରେ ପାଣି ଢାଳୁଥିବାବେଳେ ସେ ଶାନ୍ତ ଭାବେ ଠିଆ ହୋଇଛନ୍ତି। ପାଣି ସଜେଇବାର ଏକ ବସ୍ତୁ ନୁହେଁ, ଏହା ମୌସୁମୀର ସଙ୍କେତ। ହାତୀ ଗତିଶୀଳତାର ପୁନଃ ଆରମ୍ଭ ଏବଂ ଆର୍ଥିକ ଜୀବନର ପୁନରୁଦ୍ଧାରକୁ ଦର୍ଶାଏ। ଲକ୍ଷ୍ମୀଙ୍କ ସହ ହାତୀର ଛବି ହେଉଛି ଏକ ଦୃଶ୍ୟ ଅବଧାରଣା – ବାସ୍ତବରେ ମୌସୁମୀ ଜୀବନକୁ ନିୟନ୍ତ୍ରଣ କରିବା, ରାସ୍ତା ପୁନର୍ଗଠନ କରିବା ଏବଂ ମାର୍କେଟଗୁଡ଼ିକୁ ପୁନଃ ସଂଯୋଗ କରିବା ସକାଶେ ତୁମର ଶକ୍ତି ଓ ଦକ୍ଷତା ରହିଲେ ସମୃଦ୍ଧି ଆସିଥାଏ। ହାତୀ କେବଳ ସେବକ ନୁହେଁ, ବରଂ ଧନ ସୃଷ୍ଟିକରିବାରେ ସେମାନଙ୍କ ଭାଗୀଦାରି ରହିଛି।
ଲକ୍ଷ୍ମୀଙ୍କ ଉପରେ ହାତୀମାନେ ପାଣି ଢାଳିବା ସେମାନଙ୍କ ପାଳନ ପ୍ରବୃତ୍ତିକୁ ସୂଚିତକରେ। ପାଖାପାଖି ଖ୍ରୀଷ୍ଟପୂର୍ୱ ୧୦୦୦ରେ ଭାରତରେ ହାତୀ ପାଳନ କରାଯାଉଥିଲା। ହାତୀ ପାଳନର ପ୍ରାଚୀନ ପ୍ରମାଣ ଭାରତର ପୂର୍ୱଭାଗରେ ଥିବା ଅଙ୍ଗରେ ଦେଖିବାକୁ ମିଳେ । ଅଙ୍ଗ ରାଜା ହାତୀ ଉପହାର ଦେଉଥିଲେ। ଅଙ୍ଗ ବିହାର ଓ ପଶ୍ଚିମବଙ୍ଗ ସୀମାରେ ରହିଛି ଏବଂ ଏଠାରେ ଭାରତର ପ୍ରଥମ ସାମ୍ରାଜ୍ୟ ଗଢ଼ି ଉଠିଥିଲା। ଏହା ହେଉଛି ସେହି ଭୂମି ବା ସାମ୍ରାଜ୍ୟ ଯେଉଁଠାରୁ ବାଣିଜ୍ୟ ପଥ ଉତ୍ତର ଆଡ଼କୁ ପାହାଡ଼ ଯାଏ ଲମ୍ୱିଥିଲା। ଏଠାରୁ ଦକ୍ଷିଣକୁ ଭାରତର ଉପକୂଳ ଯାଏ ଲମ୍ୱିଥିବା ରାସ୍ତାରେ ଭାରତର ମୂଲ୍ୟବାନ୍‌ ସାମଗ୍ରୀ ପରିବହନ ହେଉଥିଲା ଏବଂ ସେଗୁଡ଼ିକ ସମୁଦ୍ର ପଥରେ ମୌସୁମୀ ପ୍ରବାହ ସମୟରେ ପଶ୍ଚିମରେ ଆରବ ଏବଂ ପୂର୍ୱରେ ଜାଭା ଓ କାମ୍ୱୋଡ଼ିଆ ପର୍ଯ୍ୟନ୍ତ ଯାଉଥିଲା।
ଏବେ ଆଧୁନିକ ବ୍ୟବସ୍ଥାରେ ହାତୀ କ୍ଷମତା ତଥା ସାମର୍ଥ୍ୟର ପ୍ରତୀକ। ଯେଉଁ ଟିମ୍‌ କଠିନ ସ୍ଥିତିରେ ଆଗକୁ ବଢ଼ିପାରନ୍ତି,ଯେଉଁ ନେତାମାନେ ବାଧା ଦୂର କରିପାରନ୍ତି, ଯେଉଁ ବ୍ୟବସ୍ଥା ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରିପାରନ୍ତି ସେସବୁ ହେଉଛନ୍ତି କର୍ପୋରେଟ ବିଶ୍ୱର ହାତୀ। ଯେତେବେଳେ ଏହିସବୁ ହାତୀ ତୁମ ସପକ୍ଷରେ ଯାଆନ୍ତି , ସେତେବେଳେ ଲକ୍ଷ୍ମୀ(ଧନ) ତୁମ ପାଖକୁ ଆସେ। ସେମାନଙ୍କ ବିନା ଏପରିକି ବୃହତ୍‌ ସିଦ୍ଧାନ୍ତ ମଧ୍ୟ ଅଟକି ରହେ ଏବଂ ମାର୍କେଟ ଯାଏ ପହଞ୍ଚିବାକୁ ସକ୍ଷମ ହୋଇ ନ ଥାଏ। ପଦ୍ମପୋଖରୀରେ ଲକ୍ଷ୍ମୀ ହେଉଛନ୍ତି ଏକ ସମୃଦ୍ଧ ବିଶ୍ୱ, ଯାହାକୁ ସେମାନେ ସୃଷ୍ଟି କରନ୍ତି ଓ ଉପଭୋଗ ବି କରିଥାନ୍ତି।
ପଦ୍ମପୋଖରୀରେ ରତ୍ନଖଚିତ ଲକ୍ଷ୍ମୀଙ୍କ ଚାରିପାଖରେ ରହି ପାଣି ଢାଳୁଥିବା ହାତୀମାନଙ୍କ ମୂର୍ତ୍ତି ପ୍ରଥମକରି ବୌଦ୍ଧସ୍ଥଳୀଗୁଡ଼ିକରେ ଦେଖିବାକୁ ମିଳିଥିଲା। ବିଶେଷକରି ବୌଦ୍ଧସ୍ତୂପଗୁଡ଼ିକର ରେଲିଂରେ ଏହା ଦେଖାଯାଏ। ଖ୍ରୀଷ୍ଟପୂର୍ୱ ୧୦୦ ପାଖାପାଖିରେ ଏସବୁ ମୂର୍ତ୍ତି ପଶ୍ଚିମଘାଟ ବିନ୍ଧ୍ୟ ପର୍ୱତମାଳାର ଉତ୍ତରରେ ଥିବା ସାଞ୍ଚି, ଭରହୁତରେ ନିର୍ମାଣ କରାଯାଇଥିଲା। ଉଲ୍ଲେଖନୀୟ ଯେ,ବିନ୍ଧ୍ୟ ପର୍ୱତମାଳା ଅଞ୍ଚଳ ଭାରତର ପଶ୍ଚିମ ଉପକୂଳ ଆଡ଼କୁ ଲମ୍ୱିଛି ଏବଂ ପୂର୍ୱ ଉପକୂଳ ନିକଟସ୍ଥ କୃଷ୍ଣା ନଦୀ ଅବବାହିକାର ନାଗାର୍ଜୁନକୁଣ୍ଡ ଓ ଅମରାବତୀ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏପରିକି ଲକ୍ଷ୍ମୀ ଯେତେବେଳେ ନ ଥିଲେ ସେ ସମୟରେ ହାତୀ ସବୁଠି ଥିଲେ, ଯାହା କ୍ଷମତା ଓ ସମୃଦ୍ଧିକୁ ସୂଚିତ କରୁଛି। ବାରବରା ଗୁମ୍ଫା ଖ୍ରୀଷ୍ଟପୂର୍ୱ ୨୫୦ରେ ସମ୍ରାଟ୍‌ ଅଶୋକଙ୍କ ସମୟରେ ନିର୍ମାଣ କରାଯାଇଥିଲା । ଏଠାରେ ହାତୀ ମୂର୍ତ୍ତିଗୁଡ଼ିକ ଦେଖିବାକୁ ମିଳେ, ଯେଭଳି ଖ୍ରୀଷ୍ଟପୂର୍ୱ ୧୦୦ର ଖାରବେଳଙ୍କ ଦ୍ୱାରା ନିର୍ମିତ ଖଣ୍ଡଗିରି ଓ ଉୟୟଗିରି ଗୁମ୍ଫାରେ କରାଯାଇଛି। ଅଶୋକ ସ୍ତମ୍ଭଗୁଡ଼ିକରେ ମଧ୍ୟ ହାତୀ ମୂର୍ତ୍ତି ଦେଖିବାକୁ ମିଳେ।
ଭାରତୀୟ ଲୋକକଥାରେ ଲକ୍ଷ୍ମୀଙ୍କୁ ଚଞ୍ଚଳା କୁହାଯାଏ, ଅର୍ଥାତ୍‌ ସେ ସଦା ଚଞ୍ଚଳ ଓ ସକ୍ରିୟ, ଯାହା ପୁନର୍ୱାର ମୌସୁମୀର ସଙ୍କେତ ଦେଇଥାଏ। ପାଣି ବହିଯାଏ, ଭାଗ୍ୟ ବି ବହି ଚାଲିଥାଏ ଏବଂ ହାତୀ ତୁମକୁ ସେହି ଦିଗରେ ଯିବା ଲାଗି ସାହାଯ୍ୟ କରେ। ଏଣୁ ସମସ୍ତ ଦୋକାନୀ ଏବେ ବି ପ୍ରବେଶ ପଥରେ ସେମାନଙ୍କ ମୁଦ୍ରା ବାକ୍ସ ରଖି ହାତୀଙ୍କୁ ପ୍ରାର୍ଥନା କରିଥାନ୍ତି। ସକ୍ଷମ ଲୋକ, ଦୃଢ଼ ପ୍ରକ୍ରିୟା ଏବଂ ସହନୀୟ ବ୍ୟବସ୍ଥାଗୁଡ଼ିକ ବ୍ୟବସାୟରେ ବାଧା, ଅନିଶ୍ଚିତତା କିମ୍ୱା ସଙ୍କଟକୁ ସାମ୍ନାକରି ତିଷ୍ଠି ରହିପାରିଛି। ଲକ୍ଷ୍ମୀଙ୍କ ଦୁଇ ପାର୍ଶ୍ୱରେ ଥିବା ହାତୀ ୨୦୦୦ ବର୍ଷରୁ ଅଧିକ ସମୟ ଧରି ରହିଆସିଛି, କାରଣ ଏହା ଏକ ଗମ୍ଭୀର ସତ୍ୟକୁ ଦର୍ଶାଇଛି। ଏହି ସତ୍ୟ ହେଉଛି- ଧନ ଅଲୌକିକ ଭାବରେ ବୃଦ୍ଧି ପାଏ ନାହିଁ। ଯେତେବେଳେ ଠିକ୍‌ ସମୟର ସୁଯୋଗରେ ସାମର୍ଥ୍ୟ ବା ଯୋଗ୍ୟତା ଉପଯୋଗ ହୋଇଥାଏ ସେତେବେଳେ ଧନ ଆସିିଥାଏ। ହାତୀ ହେଉଛି ସାମର୍ଥ୍ୟ। ଲକ୍ଷ୍ମୀ ହେଉଛନ୍ତି ସୁଯୋଗ। ଏହି ଦୁଇଟି ଏକାଠିହୋଇ ଏକ ମୌସୁମୀ ବିଶ୍ୱରେ ସମୃଦ୍ଧି ଆଣନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?