ଧାନବିକ୍ରି ନ ହେବା ଘଟଣାରେ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ: ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ବର୍ଷର ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜିକୃତ ଚାଷୀଙ୍କୁ ଟୋକନ ପ୍ରଦାନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ବରଗଡ଼ ଜିଲାପାଳଙ୍କୁ ଏହି ବିଷୟରେ ବିଚାର କରିବାକୁ କହିଛନ୍ତି।
ବରଗଡ଼ ଜିଲାର ଗିରିଶ କୁମାର ଡନସନାଙ୍କ ସମେତ ୧୪ ଜଣ ଚାଷୀ ହାଇକୋର୍ଟରେ ଏକ ରିଟ ପିଟିସନ(ନଂ-୯୫୬୨/୨୦୨୬) ଦାୟର କରିଥିଲେ । ତାକୁ ବିଚାରକୁ ନେଇ ବିଚାରପତି ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଜେ.କେ. ବାଲ୍‌ ଯୁକ୍ତି ଦର୍ଶାଇଥିଲେ, ସରକାର କୌଣସି ଚାଷୀଙ୍କୁ ବାଦ ନ ଦେଇ ସମସ୍ତ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ରାଜ୍ୟ ସରକାର ୨୦୨୫-୨୬ ଖରିଫ ସିଜିନ ପାଇଁ ୯୩ ଲକ୍ଷ ଟନ ଧାନ ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି। ପଞ୍ଜୀକୃତ ଚାଷୀମାନେ ସେମାନଙ୍କ ଧାନ ନିର୍ଦ୍ଧାରୀତ ମଣ୍ଡି ତଥା ପ୍ୟାକ୍ସ ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରୁଛନ୍ତି । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ଯେ, ବରଗଡ଼ ଜିଲାପାଳ ଚାଷୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆବେଦନପତ୍ରର ଯାଞ୍ଚ କରିବେ ଏବଂ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ, ଆଇନ ଅନୁସାରେ ସେମାନଙ୍କ ଆବେଦନ ଉପରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ବିଚାରପତି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ସାହୁ ପକ୍ଷ ରଖିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ପଞ୍ଜୀକରଣରୁ ବାଦ ପଡ଼ିଥିବା ବରଗଡ଼ ଜିଲା ପାଇକମାଳ ବ୍ଲକ ମାଣ୍ଡୋସିଲ ଗ୍ରାମର ଗିରିଶ କୁମାର ଡନସନା ଏବଂ ଅନ୍ୟ ୧୪ଜଣ ଚାଷୀ ଧାନବିକ୍ରି ବିବାଦର ଶୀଘ୍ର ସମାଧାନ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟର ବିଚାରପତି ପ୍ରତିପକ୍ଷ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଇବାକୁ ଆଦେଶ କରିବା ସହିତ ସେଥିରେ ବିଫଳ ହେଲେ ଆବେଦନକାରୀଙ୍କୁ ଧାନବିକ୍ରି ଟୋକନ ପ୍ରଦାନ ପାଇଁ ନ୍ୟାୟାଳୟ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେବ ବୋଲି ସୂଚିତ କରିଥିଲେ। ତେବେ ସରକାରୀ ଓକିଲ ସେ ନେଇ ନିଜ ପକ୍ଷ ବିଚାରପତିଙ୍କ ସମ୍ମୁଖରେ ରଖିବା ପରେ ବରଗଡ ଜିଲାପାଳଙ୍କୁ ସେଭଳି ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ ଥାଉକି, ପଞ୍ଜୀକରଣରୁ ବାଦ ପଡି ବରଗଡ଼ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ହୋଇଥିବା ଧାନ ବିକ୍ରି କରି ପାରି ନାହାନ୍ତି। ଏହାର ପ୍ରତିବାଦରେ ଚାଷୀମାନେ ଗତମାସ ୯ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ଏଭଳି ସମସ୍ୟା କ୍ଷେତ୍ରରେ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ପରେ ଚାଷୀଙ୍କ ଧାନ କିଣାଯିବ ନା ତାହା ଆଉ କିଛି ମୋଡ ନେବ, ତାକୁ ଚାଷୀମାନେ ଚାହିଁ ବସିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନୃସିଂହ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼: ସକାଳୁ ସକାଳୁ ଘଟିଲା…

ଗଞ୍ଜାମ,୩୦।୪(ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୃସିଂହ ଚତୁର୍ଦ୍ଧଶୀ ମହା ସମାରୋହରେ ପାଳିତ ହେଉଛି। ଏହି ଉପଲକ୍ଷେ ଗଙ୍ଗା…

ଚମକାଇଲା Exit Poll, ବଙ୍ଗରେ ୫ଗୁଣା ବଢିଯିବ କଂଗ୍ରେସ ସିଟ୍‌!

କୋଲକାତା,୩୦।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବୁଧବାର (୨୯ ଏପ୍ରିଲ, ୨୦୨୬) ଶେଷ ହୋଇଛି। ସମକାଳୀନ ଭାବରେ, ଏକଜିଟ ପୋଲର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି…

ବାଛୁରୀକୁ ଖାଇଦେଲା ବାଘ! ଗାଁରେ ଖେଲିଗଲା ଆତଙ୍କ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ଆମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ଉକ୍ତ ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଗୋପାଳ ଭୋଇଙ୍କ ଗୁହାଳରେ…

ଜିତୁ ମୁଣ୍ଡାଙ୍କୁ ମାସକର ଦରମା ଦେବେ ରାଜସ୍ଥାନ ଭାଜପା ମନ୍ତ୍ରୀ: କହୁ କହୁ କହିଦେଲେ ଏମିତି କଥା

ଜୟପୁର,୩୦ା୪ (ପି.ଟି.):କେନ୍ଦୁଝର ଜିଲାରେ ଜମା ଟଙ୍କା ପାଇବା ପାଇଁ ବ୍ୟାଙ୍କକୁ ଜଣେ ଆଦିବାସୀ ବ୍ୟକ୍ତି ଭଉଣୀଙ୍କ କଙ୍କାଳ ବୋହି ଆଣିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ଦିନରେ ଗୁଳୁଗୁଳି, ଅପରାହ୍ନରେ ଝଡ଼ବର୍ଷା: ୫ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୩୦ା୪(ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୬ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ ଅପରାହ୍ନରେ ଝଡ଼ବର୍ଷା…

ଡାଇନୋସର ଯୁଗରୁ ଚାଲିଛି ‘ମେ-ଫ୍ଲାଇ’ର ନୃତ୍ୟ: ରହସ୍ୟ ଉନ୍ମୋଚନକଲେ ଗବେଷକ

ଲଣ୍ଡନ, ୩୦ା୪:ପୃଥିବୀରେ ଡାଇନୋସରଙ୍କ ଆଗମନର ବହୁ କୋଟି ବର୍ଷ ପୂର୍ବର ପୁରୁଣା ହେଉଛି କ୍ଷୁଦ୍ର ପତଙ୍ଗ ‘ମେ-ଫ୍ଲାଇ’। ଏହି ପତଙ୍ଗର ବିଚିତ୍ର ଉଡ଼ାଣ ଶୈଳୀ ବା ‘ନୃତ୍ୟ’…

ଜିଲାସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ: ନୂଆ ଶିକ୍ଷାନୀତି ସମ୍ପର୍କରେ ଦିଆଯିବ ତାଲିମ

ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜିଲାସ୍ତରୀୟ ଆଚାର୍ଯ୍ୟାଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri