Posted inଜାତୀୟ

Exit Poll 2026: ଆସାମରେ ଭାଜପା, ତାମିଲନାଡୁରେ ଡିଏମ୍‌କେ, କେରଳରେ ୟୁଡିଏଫ୍‌ ଆଉ ପଶ୍ଚିମବଙ୍ଗରେ…

ନୂଆଦିଲ୍ଲୀ,୨୯ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ପ୍ରକାଶ ପାଇଛି। ଆସାମରେ ଭାଜପା ବିଜୟୀ ହେବ ବୋଲି ଅନେକ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରାଯାଇଥିବାବେଳେ ପଶ୍ଚିମବଙ୍ଗରେ ଶାସକ ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ୪ଟି ଏକ୍‌ଜିଟ୍‌ ପୋଲ୍‌ ଭାଜପା ସପକ୍ଷରେ ଯାଇଥିବାବେଳେ ୨ଟି ମମତା ବାନାର୍ଜୀଙ୍କୁ ଟିଏମ୍‌ସି ବିଜୟୀ ହେବ ବୋଲି କହିଛନ୍ତି। ତାମିଲନାଡୁର ଶାସକ ଡିଏମ୍‌କେ ପୁନର୍ବାର ସରକାର ଗଢ଼ିବାକୁ ଯରାଉଥିବାବେଳେ କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ୧୦ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଛନ୍ତି। ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ଏଆଇଏନ୍‌ଆର୍‌ସି ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାକୁ ଫେରିବ ବୋଲି ପୂର୍ବାନୁମାନ କରାଯାଇଛି।
ଆସାମାରେ ଭାଜପା କ୍ଷମତା ବଜାୟ ରଖିବାକୁ ଯାଉଥିବା ଆକ୍ସିସ୍‌ ମାଇଁ ଇଣ୍ଡିଆ ପୂର୍ବାନୁମାନ କରିଛି। ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍‌ ନମ୍ବର ୬୪ ହୋଇଥିବାବେଳେ ଭାଜପା ଓ ଏହାର ସହଯୋଗୀ ୮୮ରୁ ୧୦୦ ଆସନ ଜିତିବାକୁ ଥିବାବେଳେ କଂଗ୍ରେସ ଓ ଏହାର ସହଯୋଗୀ ଦଳ ୨୪ରୁ ୩୬ ଆସନ ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଇଛି। ପିପୁଲ୍ସ ପଲ୍ସର ପୂର୍ବାନୁମାନ ଅନୁଯାୟୀ ଏନ୍‌ଡିଏ ୬୮ରୁ ୭୨ ଆସନ ଏବଂ କଂଗ୍ରେସ ଓ ସହଯୋଗୀ ୨୨ରୁ ୨୬ ଆସନ ଜିତିବେ। ମାଟ୍ରିଜ୍‌ ଆକଳନ ଅନୁଯାୟୀ, ଏନ୍‌ଡିଏ ୮୫ରୁ ୯୫ ଏବଂ କଂଗ୍ରେସ ମେଣ୍ଟ୨୫ରୁ ୩୨ ଆସନ ଜିତିବ।
୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ କୁହୁକ ସଂଖ୍ୟା ୭୧ ହୋଇଥିବାବେଳେ ୟୁଡିଏଫ୍‌ ୭୮ରୁ ୯୦ ଆସନ ଜିତିବ ବୋଲି ଆକ୍ସିସ୍‌ ମାଇଁ ଇଣ୍ଡିଆ ପୂର୍ବାନୁମାନ କରିଥିବାବେଳେ ଏଲ୍‌ଡିଏଫ୍‌ ୪୯ରୁ ୬୨ ଏବଂ ଏନ୍‌ଡିଏ ଶୂନରୁ ୩ ଆସନରେ ସୀମିତ ରହିବ ବୋଲି କହିଛି। ପିପୁଲ୍ସ ପଲ୍ସର ପୂର୍ବାନୁମାନ ଅନୁଯାୟୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ୭୫ରୁ ୮୫ ଆସନ ଜିତିବାକୁ ଥିବାବେଳେ ଏଲ୍‌ଡିଏଫ୍‌ ୫୫ରୁ ୬୫ ଏବଂ ଏନ୍‌ଡିଏ ଶୂନରୁ ୩ ଆସନ ଜିତିବ। ମାଟ୍ରିଜ୍‌ର ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ଏଲ୍‌ଡିଏଫ୍‌ ୬୦ରୁ ୬୫, ୟୁଡିଏଫ୍‌ ୭୦ରୁ ୭୫ ଏବଂ ଏନ୍‌ଡିଏ ୩ରୁ ୫ ଆସନ ଜିତିବ।
ପଶ୍ଚିମବଙ୍ଗରେ ଶାସକ ଟିଏମ୍‌ସି ୧୭୭ରୁ ୧୮୭ ଆସନ ଜିତିବ ବୋଲି ପିପୁଲ୍ସ ପଲ୍ସ ପୂର୍ବାନୁମାନ କରିଥିବାବେଳେ ଭାଜପା ୯୫ରୁ ୧୧୦, ବାମ ସାମ୍ମୁଖ୍ୟ ୦ରୁ ୧ ଏବଂ କଂଗ୍ରେସ ୧ରୁ ୩ ଆସନ ଜିତିବ ବୋଲି କହିଛି। ମାଟ୍ରିଜ୍‌ ପୂର୍ବାନୁମାନ ଅନୁଯାୟୀ ଭାପା ୧୪୬ରୁ ୧୬୧ ଆସନ ଜିତିବାକୁ ଥିବାବେଳେ ଟିଏମ୍‌ସି ୧୨୫ରୁ ୧୪୦ ଆସନ ଜିତିବ। ପି-ମାର୍କ ଆକଳନ ଅନୁଯାୟୀ ଭାଜପା ୧୫୦ରୁ ୧୭୫ ଆସନ ଜତିବାକୁ ଥିବାବେଳେ ଟିଏମ୍‌ସି ୧୧୮ରୁ ୧୩୮ ଆସନ ମଧ୍ୟରେ ସୀମିତ ରହିବ ବୋଲି କୁହାଯାଇଛି। ପଶ୍ଚିମବଙ୍ଗ ବିଧାନସଭାର ମୋଟ ଆସନ ସଂଖ୍ୟା ୨୯୪ ହୋଇଥିବାବେଳେ କୁହୁକ ସଂଖ୍ୟା ୧୪୮।
ତାମିଲନାଡୁରେ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ ୧୨୫ରୁ ୧୪୫ ଆସନ ଜିତିବାକୁ ଥିବାବେଳେ ଏଆଇଏଡିଏମ୍‌କେ-ଭାଜପା ମେଣ୍ଟ ୬୫ରୁ ୮୦ ଏବଂ ଟିଭିକେ ୧୮ରୁ ୨୪ ଆସନ ଜିତିବ ବୋଲି ପିପୁଲ୍ସ ପଲ୍ସ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଡିଏମ୍‌କେ ମେଣ୍ଟ୧୨୨ରୁ ୧୩୨, ଏନ୍‌ଡିଏ ୮୭ରୁ ୧୦୦ ଏବଂ ଟିଭିକେ ୧୦ରୁ ୧୨ ଆସନରେ ବିଜୟୀ ହେବ ବୋଲି ମାଟ୍ରିଜ୍‌ ପୂର୍ବାନୁମାନ କରିଛି। ତାମିଲନାଡୁ ବିଧାନସଭାର ଆସନ ସଂଖ୍ୟା ୨୩୪ ହୋଇଥିବାବେଳେ ସଂଖ୍ୟାଗରିଷ୍ଠତା ପାଇଁ ୧୧୮ ଆସନ ଜିତିବା ଆବଶ୍ୟକ।
ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ଏନ୍‌ଡିଏ ୧୬ରୁ ୨୦ ଆସନ ଜିତିବ ବୋଲି ଆକ୍ସିସ୍‌ ମାଇଁ ଇଣ୍ଡିଆ ପୂର୍ବାନୁମାନ କରିଥିବାବେଳେ ଡିଏମ୍‌କେ-କଂଗ୍ରେସ ମେଣ୍ଟ ୬ରୁ ୮ ଏବଂ ଟିଭିକେ ୨ରୁ ୪ ଆସନ ଜିତିବ ବୋଲି କହିଛି। ପଣ୍ଡିଚେରୀ ବିଧାନସଭା ଆସନ ସଂଖ୍ୟା ୩୦ ହୋଇଥିବାବେଳେ ମ୍ୟାଜିକ୍‌ ସଂଖ୍ୟା ୧୬। ପଶ୍ଚିମବଙ୍ଗ, ତାମିଲନାଡୁ, ପଣ୍ଡିଚେରୀ, କେରଳ ଓ ଆସାମ ବିଧାନସଭା ପାଇଁ ଭୋଟ ଗଣତି ମେ’ ୪ରେ ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇବ। ଆସାମ, କେରଳ, ପଣ୍ଡିଚେରୀରେ ଏପ୍ରିଲ ୯ ଓ ତାମିଲନାଡୁରେ ଏପ୍ରିଲ ୨୩ ଗୋଟିଏ ପର୍ଯ୍ୟାୟରେ ଭୋଟ ହୋଇଥିବାବେଳେ ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଓ ୨୯ ଦୁଇ ପର୍ଯ୍ୟାୟରେ ମତଦାନ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?