ଆମେରିକା ପାସ୍‌ପୋର୍ଟରେ ଟ୍ରମ୍ପ୍‌ଙ୍କ ଫଟୋ: ବଢୁଛି ଚର୍ଚ୍ଚା

ୱାଶିଂଟନ୍‌, ୩୦ା୪:ଆମେରିକା ପାସ୍‌ପାର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫଟୋ ଦେଖିବାକୁ ମିଳିବ ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିଜର ବ୍ୟକ୍ତିଗତ ପରିଚୟ ଲଦିବା ପ୍ରୟାସରେ ଏହା ଟ୍ରମ୍ପଙ୍କ ଆଉ ଏକ ବଡ଼ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ଆମେରିକା ସ୍ବାଧୀନତା ଘୋଷଣାନାମାର ୨୫୦ତମ ବାର୍ଷିକୀ ପାଳନ ଅବସରରେ ବୈଦେଶିକ ବିଭାଗ ପକ୍ଷରୁ ଏକ ‘ଲିମିଟେଡ ଏଡିଶନ’ ପାସ୍‌ପୋର୍ଟ ଜାରି କରାଯିବ। ଫକ୍ସ ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ, ଏହି ପାସ୍‌ପୋର୍ଟ ଭିତରେ ଦୁଇଟି ପ୍ରମୁଖ ଛବି ରହିବ। ଗୋଟିଏ ପୃଷ୍ଠାରେ ସ୍ବାଧୀନତା ଘୋଷଣାନାମା ଉପରେ ଟ୍ରମ୍ପଙ୍କ ସରକାରୀ ଫଟୋ ରହିବ ଏବଂ ତା’ ତଳେ ସୁନା ଅକ୍ଷରରେ ତାଙ୍କର ଦସ୍ତଖତ ରହିବ। ଅନ୍ୟ ଏକ ପୃଷ୍ଠାରେ ଆମେରିକାର ପ୍ରତିଷ୍ଠାତା ଜନକମାନଙ୍କର ଏକ ଐତିହାସିକ ଚିତ୍ର ରହିବ। ବୈଦେଶିକ ବିଭାଗ ମୁଖପାତ୍ର ଟମି ପିଗୋଟ୍‌ ଏହି ସୂଚନା ଦେଇଛନ୍ତି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ସ୍ବତନ୍ତ୍ର ପାସ୍‌ପୋର୍ଟ କେବଳ ୱାଶିଂଟନ୍‌ରେ ଉପଲବ୍ଧ ହେବ। ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ଜଣେ ଆବେଦନକାରୀ ଚାହିଁଲେ ଏହି ସ୍ବତନ୍ତ୍ର ପାସ୍‌ପୋର୍ଟ ନେବାକୁ ମନା କରିପାରିବେ କି ନାହିଁ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ସାଧାରଣତଃ ଗଣତାନ୍ତ୍ରିକ ଦେଶଗୁଡ଼ିକରେ କାର୍ଯ୍ୟରତ ଶାସକଙ୍କ ଫଟୋ ପାସ୍‌ପୋର୍ଟରେ ରହିବାର ନଜିର ପ୍ରାୟ ନାହିଁ। ଆମେରିକାର ପାସ୍‌ପୋର୍ଟରେ ଏପର୍ଯ୍ୟନ୍ତ ଚନ୍ଦ୍ର ଅବତରଣ କିମ୍ବା ଷ୍ଟାଚ୍ୟୁ ଅଫ ଲିବର୍ଟି ଭଳି ଐତିହାସିକ ସ୍ଥାନର ଚିତ୍ର ସ୍ଥାନ ପାଉଥିଲା। ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପରେ ଟ୍ରମ୍ପ୍‌ ସରକାରୀ ସମ୍ପତ୍ତି ଉପରେ ନିଜ ନାମ ଓ ଛବି ବ୍ୟବହାର କରିବାରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛନ୍ତି। ରାଜଧାନୀର ଅନେକ ସରକାରୀ କୋଠାରେ ରାଷ୍ଟ୍ରପତିଙ୍କ ବଡ଼ ବଡ଼ ବ୍ୟାନର ଲାଗିଛି। ‘କେନେଡି ସେଣ୍ଟର’ ଭଳି ପ୍ରସିଦ୍ଧ ସ୍ଥାନରେ ତାଙ୍କ ନାମ ଯୋଡ଼ା ଯାଇଛି। ଆସନ୍ତା ମାସରୁ ଆମେରିକୀୟ ଡଲାର ନୋଟ୍‌ରେ ମଧ୍ୟ ଟ୍ରମ୍ପ୍‌ଙ୍କ ଦସ୍ତଖତ ରହିବ ବୋଲି ଟ୍ରେଜେରି ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ବ୍ରିଟେନର ରାଜା ଚାର୍ଲସ (ତୃତୀୟ) ୱାଶିଂଟନ୍‌ ଗସ୍ତରେ ଆସି ଟ୍ରମ୍ପ୍‌ଙ୍କୁ ଭେଟିଥିବାବେଳେ ଏହି ନୂଆ ଘୋଷଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ, ବ୍ରିଟେନରେ ମୁଦ୍ରା ଉପରେ ରାଜାଙ୍କ ଛବି ରହିଥାଏ, କିନ୍ତୁ ସେ କୌଣସି ରାଜନୈତିକ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ନ ଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?