ଜିତୁ ମୁଣ୍ଡାଙ୍କୁ ମାସକର ଦରମା ଦେବେ ରାଜସ୍ଥାନ ଭାଜପା ମନ୍ତ୍ରୀ: କହୁ କହୁ କହିଦେଲେ ଏମିତି କଥା

ଜୟପୁର,୩୦ା୪ (ପି.ଟି.):କେନ୍ଦୁଝର ଜିଲାରେ ଜମା ଟଙ୍କା ପାଇବା ପାଇଁ ବ୍ୟାଙ୍କକୁ ଜଣେ ଆଦିବାସୀ ବ୍ୟକ୍ତି ଭଉଣୀଙ୍କ କଙ୍କାଳ ବୋହି ଆଣିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜସ୍ଥାନର କୃଷିମନ୍ତ୍ରୀ କିରୋଡି ଲାଲ ମୀନା। ଏହି ଅଭାବନୀୟ ଘଟଣାକୁ ସଭ୍ୟ ସମାଜ ଉପରେ ଏକ ‘କଳଙ୍କ’ ବୋଲି ଅଭିହିତ କରିବା ସହ ମନ୍ତ୍ରୀ ପୀଡ଼ିତ ପରିବାରକୁ ନିଜର ଏକ ମାସର ଦରମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ନିଜ ଭଉଣୀଙ୍କ ମୃତ୍ୟୁ ପ୍ରମାଣ ଦେବା ପାଇଁ ତାଙ୍କର କଙ୍କାଳ ଧରି ପାଟଣା ଥାନା ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ନିୟମ ଓ କାଗଜପତ୍ରର ଦ୍ୱାହି ଦେଇ ତାଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କରେ ସେ କଙ୍କାଳ ଧରି ପହଞ୍ଚତ୍ବାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ଭିଡିଓ ଶେୟାର କରି ମନ୍ତ୍ରୀ ମୀନା କହିଛନ୍ତି, ଜିତୁ ମୁଣ୍ଡାଙ୍କ ଅସହାୟତା ଓ ଯନ୍ତ୍ରଣା ତାଙ୍କୁ ମର୍ମାହତ କରିଛି। ସରକାରୀ ପ୍ରକ୍ରିୟା ନଁାରେ ଜଣେ ଗରିବ ଆଦିବାସୀ ବ୍ୟକ୍ତିଙ୍କୁ ଏଭଳି ମାନସିକ ନିର୍ଯାତନା ଦେବା ଯେକୌଣସି ସଭ୍ୟ ସମାଜ ପାଇଁ ଏକ କଳଙ୍କ। ଏହି ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଜିତୁ ମୁଣ୍ଡାଙ୍କ ଦୁଃଖରେ ସେ ସହଭାଗୀ ଏବଂ ଏହି କଷ୍ଟ ସମୟରେ ତାଙ୍କ ସହ ଛିଡ଼ା ହେବା ତାଙ୍କର କର୍ତ୍ତବ୍ୟ। ଖୁବ୍‌ଶୀଘ୍ର ତାଙ୍କର ଏକ ମାସର ଦରମା ପୀଡ଼ିତଙ୍କ ପରିବାର ନିକଟକୁ ପଠାଇ ଦିଆଯିବ। ଭବିଷ୍ୟତରେ ଯେପରି କୌଣସି ଅସହାୟ ବ୍ୟକ୍ତିଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିପାଇଁ ସଜାଗ ରହିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ମତ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?